ପାଣି ସଂଯୋଗକୁ ନେଇ କଳହ, ଦମ୍ପତିଙ୍କୁ ଗରମ ତେଲରେ ଆକ୍ରମଣ

author img

By

Published : Sep 20, 2022, 6:50 PM IST

ପାଣି ସଂଯୋଗକୁ ନେଇ କଳହ, ଦମ୍ପତିଙ୍କୁ ଗରମ ତେଲରେ ଆକ୍ରମଣ

ପାଣି ସଂଯୋଗକୁ ନେଇ କଳହ । ଏହି ଘଟଣାରେ ପଡୋଶୀ ରାଗିଯାଇ ଗରମ ତେଲରେ ଆକ୍ରମଣ କଲେ ଦମ୍ପତ୍ତିଙ୍କୁ । ଦମ୍ପତ୍ତିଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି । ଅଧିକ ପଢନ୍ତୁ

ବଲାଙ୍ଗୀର: ପାଣି ସଂଯୋଗକୁ ନେଇ ଉପୁଜି ଥିଲା କଳହ । ଏହି କଳହ ଚରମସୀମାରେ ପହଞ୍ଚିଥିଲା । ପଡୋଶୀ ରାଗିଯାଇ ଦମ୍ପତ୍ତିଙ୍କ ଉପରକୁ ଗରମ ତେଲ ଫୋପାଡିଥିଲେ । ଦମ୍ପତ୍ତିଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ଲୋଇସିଂହା ଥାନା ଅନ୍ତର୍ଗତ ଝରଣି ପାଲି ଗ୍ରାମରେ ।

ପାଣି ସଂଯୋଗକୁ ନେଇ କଳହ, ଦମ୍ପତିଙ୍କୁ ଗରମ ତେଲରେ ଆକ୍ରମଣ

ସୂଚନା ଅନୁଯାୟୀ, ବଲାଙ୍ଗୀରର ଏକ ଗ୍ରାମରେ ପାଣି ସଂଯୋଗକୁ ନେଇ ଦୁଇ ପଡୋଶୀଙ୍କ ମଧ୍ୟରେ କଳହ ଆରମ୍ଭ ହୋଇଥିଲା । କଳହ ଚରମସୀମାରେ ପହଞ୍ଚିଥିଲା । ପଡୋଶୀ ଜଣକ ରାଗରଖି ଦମ୍ପତ୍ତିଙ୍କ ଉପରକୁ ଗରମ ତେଲ ଫୋପାଡିଥିଲେ । ଗରମ ତେଲ ପଡିବାରୁ ଦମ୍ପତ୍ତି ପୋଡି ଆହାତ ହୋଇଛନ୍ତି । ଉଭୟ ଆହାତ ପତି ପତ୍ନୀଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି । ଝରଣି ପାଲି ଗ୍ରାମରେ ରହୁଥିବା ସୁଶୀଲ ପୋଢଙ୍କ ପରିବାର ସହ ପଡୋଶୀ କବିର ପୋଢଙ୍କ ପରିବାର ମଧ୍ୟରେ ପାଣି ସଂଯୋଗକୁ ନେଇ କଳହ ଲାଗି ରହିଥିଲା । ଗାଁ ରେ ନବ ନିର୍ମିତ ପାଣି ଟାଙ୍କିରୁ ପାଇପ ଯୋଗେ ପ୍ରତି ଘରକୁ ପାଣି ଯୋଗାଇ ଦିଆଯାଉଥିଲା । ତେବେ ପଡୋଶୀ କବିର ପୋଢ ତାଙ୍କ ଘର ଆଗରେ ପାଣି ପାଇପ ନେବାକୁ ସୁଶୀଲଙ୍କୁ ମନା କରିଥିଲେ । ଏହାକୁ ନେଇ ଉଭୟଙ୍କ ପରିବାର ମଧ୍ୟରେ କଳହ ସୃଷ୍ଟି ହୋଇଥିଲା । ଆଜି ସୁଶୀଲ ଏବଂ ତାଙ୍କ ବବିତା ପୋଢ ଘରୁ ବାହାରି ରାସ୍ତା ଉପରକୁ ଆସିଥିଲେ । ଏହି ସମୟରେ କବିର ଏକ ଡଙ୍କିରେ ଗରମ ତେଲ ଆଣି ଉଭୟ ପତି ପତ୍ନୀଙ୍କ ଉପରକୁ ଫୋପାଡି ଦେଇଥିଲେ । ଏନେଇ ଅଭିଯୋଗ କରିଛନ୍ତି ଆହାତ ଦମ୍ପତ୍ତି । ଦେହରେ ଗରମ ତେଲ ପଡିବାରୁ ଯନ୍ତ୍ରଣାରେ ଚିତ୍କାର କରିବା ପରେ ଗ୍ରାମବାସୀ ଉଭୟଙ୍କୁ ଉଦ୍ଧାର କରି ବଲାଙ୍ଗୀର ଭୀମ ଭୋଇ ମେଡିକାଲରେ ଭର୍ତ୍ତି କରିଥିଲେ ।

ଏହା ବି ପଢନ୍ତୁ- RTIର ଖୁଲାସା: ଦେଓମାଳି ଓଡ଼ିଶାର ସର୍ବୋଚ୍ଚ ଗିରିଶୃଙ୍ଗ

ଏନେଇ ସୁଶୀଲ ପୋଢ ଲୋଇସିଂହା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ତେବେ ପୋଲିସ ଦୋଷୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନଥିବା ଅଭିଯୋଗ କରିଛନ୍ତି ପିଡୀତ ସୁଶୀଲ ପୋଡ ।

ପିଡୀତ ସୁଶୀଲ ପୋଡ ଅଭିଯୋଗ କରିଛନ୍ତି, "ଗତ 18ତାରିଖରେ ଥାନାରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଇ ନାହିଁ । କବିର ମତେ ଲୁହା ଛଡରେ ପିଟିବା ସହିତ ଗରମ ତେଲ ମଧ୍ୟ ପକାଇଥିଲେ । ପାଣି ଟାଙ୍କିରୁ ପାଇପ ଯୋଗେ ଘର ଘର ପାଣି ଯୋଗାଇ ଦିଆଯାଉଥିଲା । କିନ୍ତୁ ସେହି ବାଟ ଦେଇ ଯିବାକୁ ନେଇ ବିରୋଧ କରିଥିଲେ । ଏନେଇ ଥାନାରେ ଏତଲା ଦେବା ସତ୍ତ୍ବେ ପଇସା ନ ଦେବାରୁ ଅଭିଯୁକ୍ତଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ ।"

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.