ଡିସେମ୍ବର ୨୧ରେ ଜାତୀୟ ସ୍ତରୀୟ ଗୋପାଳନ ସମ୍ମିଳନୀ

author img

By

Published : Nov 27, 2022, 9:01 AM IST

ଡିସେମ୍ବର ୨୧ରେ ଜାତୀୟ ସ୍ତରୀୟ ଗୋପାଳନ ସମ୍ମିଳନୀ

ଆସନ୍ତା ଡିସେମ୍ବର ୨୧ରେ ବଲାଙ୍ଗୀରରେ ଆୟୋଜନ ହେବ ଜାତୀୟ ସ୍ତରୀୟ ଗୋପାଳନ ସମ୍ମିଳନୀ । ଦୁଗ୍ଧ ଚାଷୀ କିପରି ଲାଭବାନ ହୋଇପାରିବେ ସେନେଇ ସମ୍ମିଳନୀରେ ହେବ ଆଲୋଚନା । ଅଧିକ ପଢନ୍ତୁ

ବଲାଙ୍ଗୀର: ଓଡିଶାରେ ପ୍ରଥମ ଥର ପାଇଁ ଜାତୀୟ ସ୍ତରୀୟ ଗୋପାଳନ ସମ୍ମିଳନୀ ଆୟୋଜନ କରିବ ବଲାଙ୍ଗୀର । ଆସନ୍ତା ଡିସେମ୍ବର 21 ଓ 22 ତାରିଖରେ ଦୁଇ ଦିନ ଧରି ଜାତୀୟ ସ୍ତରୀୟ ଗୋପାଳନ ସମ୍ମିଳନୀ ଆୟୋଜନ ହେବାକୁ ଯାଉଛି । ଓଡ଼ିଶା ସରକାର, ବଲାଙ୍ଗୀର ଜିଲ୍ଲା ପ୍ରଶାସନ ଓ ବଲାଙ୍ଗୀର-କଳାହାଣ୍ଡି-ନୂଆପଡା ଆଞ୍ଚଳିକ ଦୁଗ୍ଧ ସଂଘ ପକ୍ଷରୁ ଏହି ସମ୍ମିଳନୀ ଆୟୋଜନ କରାଯିବାର କାର୍ଯ୍ୟକ୍ରମ ରହିଛି ।

ଏହି କାର୍ଯ୍ୟକ୍ରମରେ ଭାରତର ବିଭିନ୍ନ ଜାତୀୟ ସଂସ୍ଥା ଗୋପାଳନ ବିକାଶ ପରିଷଦ, ଜାତୀୟ ଗୋପାଳନ ଗବେଷଣା ପ୍ରତିଷ୍ଠାନ, ଭାରତୀୟ ପ୍ରାଣୀଧନ ଗବେଷଣା ପ୍ରତିଷ୍ଠାନ, କେନ୍ଦ୍ରୀୟ ଭବ୍ରତୀୟ କୃଷି ଗବେଷଣା ପରିଷଦ, ଜାତୀୟ ଦକ୍ଷତା ବିକାଶ ପରିଷଦର ପ୍ରତିନିଧି ସାମିଲ ହେବେ । ସେହିପରି ଏହି ସମ୍ମିଳନୀରେ ବୈଜ୍ଞାନିକ, ଦୁଗ୍ଧ କମ୍ପାନୀ, ଦୁଗ୍ଧ ସମବାୟ ସମିତି ଓ ସଂଘ ସହ ପ୍ରାୟ ଦୁଇ ହଜାରରୁ ଊର୍ଦ୍ଧ୍ବ ଦୁଗ୍ଧ ଚାଷୀ ମଧ୍ୟ ସାମିଲ ହେବେ ।

ଡିସେମ୍ବର ୨୧ରେ ଜାତୀୟ ସ୍ତରୀୟ ଗୋପାଳନ ସମ୍ମିଳନୀ

ଗୋପାଳନ କ୍ଷେତ୍ରରେ ସ୍ଥାୟୀ ରୋଜଗାର ସହ ଉଦ୍ୟୋଗୀ କରଣ ଦ୍ୱାରା ରୋଜଗାର ସୃଷ୍ଟି କରିବା ଏହି ସମ୍ମିଳନୀର ମୂଳ ଲକ୍ଷ୍ୟ ବୋଲି କୁହାଯାଇଛି । ଯାହା ଦ୍ବାରା ଏକ ସ୍ୱତନ୍ତ୍ର ନକ୍ସା ପ୍ରସ୍ତୁତ କରାଯାଇ ସରକାରୀ ଯୋଜନା ଦ୍ବାରା ଚାଷୀଙ୍କୁ କେମିତି ଲାଭବାନ ହୋଇପାରିବେ ଓ ଆଧୁନିକ ଜ୍ଞାନ କୌଶଳ ବ୍ୟବହାର କରାଯାଇ ଗୋପାଳନର ବିକାଶ ଦିଗକୁ ନେଇ ଆଲୋଚନା କରାଯିବ ।

ସମ୍ମିଳନୀରେ ସାମିଲ ହେବାକୁଥିବା ବୈଜ୍ଞାନିକ ଓ ଗବେଷକ ତଥା ଯୁବ ସଫଳ ଉଦ୍ୟୋଗୀ ମାନେ ଚାଷୀଙ୍କ ସହ ଆଲୋଚନା କରିବେ । ଯାହାଦ୍ୱାରା ରାଜ୍ୟର ଚାଷୀ ଆଗକୁ ସଫଳ ଗୋପାଳନ କରିବା ସହ ନିଜେ ମଧ୍ୟ ସଫଳ ହୋଇ ପାରିବେ ବୋଲି ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି । ରାଜ୍ୟର ଗୋପାଳନ ଚାଷୀ ମାନେ ଏହି ସମ୍ମିଳନୀରେ ଅନେକ କିଛି ଶିଖିବେ ଓ ତାକୁ ବ୍ୟବହାର କରି ଓଡ଼ିଶାକୁ ମଧ୍ୟ ଦୁଗ୍ଧ ଉତ୍ପାଦନରେ ଅଗ୍ରଣୀ କରିବେ । ଏଥି ସହ ଓଡ଼ିଶାରେ ଏହା ଏକ ମାଇଲଖୁଣ୍ଟ ହେବ ବୋଲି ଆଶାବାଦି ଥିବା କହିଛନ୍ତି ବିକେଏନ ଦୁଗ୍ଧ ୟୁନିୟନର ସାଧାରଣ ପରିଚାଳକ ସରୋଜ କୁମାର ସାହୁ ।

ସୂଚନା ଅନୁସାରେ ବଲାଙ୍ଗୀର କଳାହାଣ୍ଡି ଓ ନୂଆପଡା ଦୁଗ୍ଧ ସଂଘ ଗଠିତ ହେବା ଠାରୁ ସରକାରଙ୍କ ଓମଫେଡ ଅଧୀନରେ ଆଗକୁ ବଢି ଚାଲିଛି । ଗତ 2020/ 21 ବର୍ଷରେ 35 ହଜାର 923 ଲିଟର ଦୁଗ୍ଧ ଉପ୍ତାଦନ କରାଯାଇଥିଲା । ସେହିପରି 2021/22 ବର୍ଷରେ ଏଥିରେ ବୃଦ୍ଧି ଘଟି 42 ହଜାର 807 ଲିଟର ଦୁଗ୍ଧ ଉତ୍ପାଦନରେ ସଫଳ ହୋଇଥିଲା । 2022/23 ବର୍ଷରେ ଏହା ଆହୁରି ବୃଦ୍ଧି ହୋଇ 56 ହଜାର ଲିଟରରୁ ଉର୍ଦ୍ଧ୍ବକୁ ଯାଇଛି। ଆଗକୁ ଏହି ସଂଘ 83 ହଜାରରୁ ଉର୍ଦ୍ଧ୍ବ ଲିଟର ଦୁଗ୍ଧ ଉତ୍ପାଦନର ଲକ୍ଷ୍ୟ ରଖିଛି। ଏବଂ ଏଥି ପାଇଁ ବଲାଙ୍ଗୀର କଳାହାଣ୍ଡି ଓ ନୂଆପଡା ଜିଲ୍ଲାରେ ଅଧିକରୁ ଅଧିକ ଦୁଗ୍ଧ ଶିତଳି କରଣ କେନ୍ଦ୍ର ଖୋଲା ଯାଇଥିବା ବେଳେ ପ୍ରୋସେସିଂ ସେଣ୍ଟର ମଧ୍ୟ ଖୋଲାଯାଇଛି । ଦୁଗ୍ଧ ଚାଷୀଙ୍କୁ ଗାଈ, ଚାରା ଓ ଅନ୍ୟାନ୍ୟ ଉପକରଣ ସହାୟତା ଦିଆ ଯାଇଥିବାର ଏକ ରିପୋର୍ଟ ବିକେଏନ ଦୁଗ୍ଧ ସଂଘ ଜାରି କରିଛି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.