ଧାର୍ଯ୍ୟ ଲଗ୍ନ ମଧ୍ୟରେ ମା’ଙ୍କ ପାଖେ ଲାଗି ହେଲା ନବାର୍ନ୍ନ, ଘରେ ଘରେ ଖାଇବେ ନୂଆ

author img

By

Published : Sep 11, 2021, 12:16 PM IST

ଧାର୍ଯ୍ୟ ଲଗ୍ନ ମଧ୍ୟେ ମା’ଙ୍କ ପାଖେ ଲାଗି ହେଲା ନୂଆ ଅନ୍ନର ଭୋଗ, ଘରେ ଘରେ ଖାଇବେ ନୂଆ

ପଶ୍ଚିମ ଓଡ଼ିଶାର କୃଷି ଭିତ୍ତିକ ଗଣପର୍ବ ନୂଆଖାଇରେ ଆଜି ବଲାଙ୍ଗୀରରେ ମଧ୍ୟ ଧୁମଧାମରେ ରୀତିନୀତି ପରମ୍ପରା ଅନୁସାରେ ଚାଲିଛି ପୂଜା। ବଲାଙ୍ଗୀରରେ ଇଷ୍ଟ ଦେବୀ ମା’ ସମଲେଇ ଓ ମା’ ପଟନେଶ୍ବରିଙ୍କ ଠାରେ ନୂଆ ଅନ୍ନର ଭୋଗ ଧାର୍ଯ୍ୟ ଲଗ୍ନ ମଧ୍ୟରେ ଲାଗି ହୋଇଛି। ଅଧିକ ପଢନ୍ତୁ...

ବଲାଙ୍ଗୀର: ପଶ୍ଚିମ ଓଡ଼ିଶାର କୃଷି ଭିତ୍ତିକ ଗଣପର୍ବ ନୂଆଖାଇରେ ଆଜି ବଲାଙ୍ଗୀରରେ ମଧ୍ୟ ଧୁମଧାମରେ ରୀତିନୀତି ପରମ୍ପରା ଅନୁସାରେ ଚାଲିଛି ପୂଜା। ବଲାଙ୍ଗୀରରେ ଇଷ୍ଟ ଦେବୀ ମା’ ସମଲେଇ ଓ ମା ’ପଟନେଶ୍ବରିଙ୍କ ଠାରେ ନବାନ୍ନ ଭୋଗ ଧାର୍ଯ୍ୟ ଲଗ୍ନ ମଧ୍ୟରେ ଲାଗି ହୋଇଛି। ରୀତିନୀତି ପରମ୍ପରା ଅନୁସାରେ ନୂଆ ଅନ୍ନର ପ୍ରସ୍ତୁତ ଭୋଗ ଆଜି ଧାର୍ଯ୍ୟ ଲଗ୍ନ ସକାଳ 10 ଟା 19 ମିନିଟରେ ମା’ ସମଲେଇଙ୍କ ଠାରେ ଲାଗି ହୋଇଛି ।

ଧାର୍ଯ୍ୟ ଲଗ୍ନ ମଧ୍ୟରେ ମା’ଙ୍କ ପାଖେ ଲାଗି ହେଲା ନବାର୍ନ୍ନ, ଘରେ ଘରେ ଖାଇବେ ନୂଆ

ଏପଟେ କୋରୋନା କଟକଣା ସତ୍ତ୍ବେ ମା’ଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ତେବେ ଇଷ୍ଟଦେବୀଙ୍କ ଠାରେ ଭୋଗ ଲାଗିବା ପରେ ସମସ୍ତେ ଘରେ ଘରେ ନୂଆ ଖାଇବାର ରହିଛି ପରମ୍ପରା।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.