ବଲାଙ୍ଗୀର ପ୍ରତି ସରକାର ବୈମାତୃକ ମନୋଭାବ ପୋଷଣ କରୁଛନ୍ତି: ବିଧାୟକ ନରସିଂହ ମିଶ୍ର

author img

By

Published : Sep 21, 2022, 12:49 PM IST

ବଲାଙ୍ଗୀର ପ୍ରତି ସରକାରଙ୍କ ବୈମାତୃକ ମନୋଭାବ, ଅଭିଯୋଗ ଆଣିଲେ ବିଧାୟକ ନରସିଂହ

ବଲାଙ୍ଗୀର ଜିଲ୍ଲା ପ୍ରତି ରାଜ୍ୟ ସରକାର ଘୋର ବୈମାତୃକ ମନୋଭାବ ପୋଷଣ କରୁଥିବାର ଅଭିଯୋଗ ଆଣିଛନ୍ତି ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର । ଅଧିକ ପଢନ୍ତୁ

ବଲାଙ୍ଗୀର: ଜିଲ୍ଲା ପ୍ରତି ରାଜ୍ୟ ସରକାର ଘୋର ବୈମାତୃକ ମନୋଭାବ ପୋଷଣ କରୁଥିବାର ଅଭିଯୋଗ ଆଣିଛନ୍ତି ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର (MLA Narasingha Mishra)। ବଲାଙ୍ଗୀରକୁ ଶିକ୍ଷା ସ୍ବାସ୍ଥ୍ୟ ଓ ଅନ୍ୟାନ୍ୟ ବିକାଶମୂଳକ କାମରେ ଅଣଦେଖା କରାଯାଇଥିବାର ସେ ଅଭିଯୋଗ ଆଣିଛନ୍ତି । ତେବେ ମଙ୍ଗଳବାର ବଲାଙ୍ଗୀର ସର୍କିଟ ହାଉସରେ ସେ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ।

ଯେଉଁଥିରେ ସେ ବଲାଙ୍ଗୀର ଜନତାଙ୍କ ପ୍ରତିନିଧି ହୋଇଥିବା ବେଳେ ତାଙ୍କୁ କୌଣସି ସରକାରୀ କାର୍ଯ୍ୟରେ ସାମିଲ କରାଯାଉନାହିଁ କିମ୍ବା ଖବର ଦିଆଯାଉନଥିବାର ସେ ଅଭିଯୋଗ ଆଣିଛନ୍ତି । ସେହିପରି ଏଠିକାର ପ୍ରଶାସନ ବେଆଇନ ଭାବରେ ତାଙ୍କୁ ଅଣଦେଖା କରି ଉନ୍ନତିମୂଳକ କାମ କରୁଥିବାର ସେ ଅଭିଯୋଗ ଆଣିଛନ୍ତି । ରାଜ୍ୟ ସରକାର ଓଡ଼ିଶାର ଉପକୂଳ ଅଞ୍ଚଳ ପାଇଁ ଯେତେ ଦରଦ ଦେଖାଉଛନ୍ତି ସେତେ ବଲାଙ୍ଗୀରକୁ ଅବହେଳା କରୁଥିବାର ସେ କହିଛନ୍ତି ।

ବଲାଙ୍ଗୀର ପ୍ରତି ସରକାରଙ୍କ ବୈମାତୃକ ମନୋଭାବ ଥିବା ନରସିଂହଙ୍କ ଅଭିଯୋଗ

ଲୋକ ଏଥିପାଇଁ ସ୍ଵାଭାବିକ ଭାବରେ ଅଲଗା ହେବା ପାଇଁ ଆନ୍ଦୋଳନ କରୁଥିବାର ସେ କହିଛନ୍ତି । ତେବେ ରାଜ୍ୟ ସରକାର ବଲାଙ୍ଗୀରର ଜଳସେଚନ ପାଇଁ ଆଜି ଯାଏଁ କୌଣସି ଠୋସ କାମ କରି ନାହାନ୍ତି । ଯେଉଁଥିରେ ଲୋୟର ସୁକତେଲ ପ୍ରକଳ୍ପ କଥା ଉଠାଇ ସେ ଏହି କାମ ଆହୁରି ବିଳମ୍ବ ହେବ ବୋଲି କହିଛନ୍ତି । ତେବେ ଏହା ପାଇଁ ମଞ୍ଜୁର ଅର୍ଥର ମାତ୍ର ତିନି ଭାଗରୁ ଏକ ଭାଗ ଖର୍ଚ୍ଚ ହୋଇଥିବା ବେଳେ କାମ ଆଗକୁ କେମିତି ସରିବ ବୋଲି ସେ ପ୍ରଶ୍ନ କରିଛନ୍ତି ।

ସେହିପରି ବଲାଙ୍ଗୀରର ଶିକ୍ଷା ବ୍ୟବସ୍ଥା ଭୁଶୁଡ଼ି ପଡ଼ିଥିବା ବେଳେ ବଲାଙ୍ଗୀର ମହିଳା ମହାବିଦ୍ୟାଳୟରେ ଯୁକ୍ତ ଦୁଇ ବିଜ୍ଞାନ ଖୋଲି ଥିଲେ ମଧ୍ୟ ଅଧ୍ୟାପକ ଅଭାବରୁ ପାଠପଢା ହୋଇ ପାରୁନାହିଁ । ସମାନ ଭାବରେ ବଲାଙ୍ଗୀର ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ମଧ୍ୟ ଅଧ୍ୟାପକ ଅଭାବ ଓ ଭିତ୍ତିଭୂମି ଅଭାବକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଛନ୍ତି । ଏହାଛଡା ଏଠି ସ୍ବାସ୍ଥ୍ୟ ବ୍ୟବସ୍ଥା ଉପରେ ମଧ୍ୟ ସରକାରଙ୍କ ଚରମ ଅବହେଳା ଥିବାର ଦର୍ଶାଇଛନ୍ତି ।

ଗ୍ରାମାଞ୍ଚଳରେ ଡ଼ାକ୍ତର ଅଭାବ ମୁଖ୍ୟ ବୋଲି ସେ କହିଛନ୍ତି । ‘‘ସମାନ ଭାବରେ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜରେ ଅଭିଜ୍ଞ ଡ଼ାକ୍ତର ନଥିବାରୁ ଏହା କେବଳ ରେଫରାଲ ସେଣ୍ଟର ଭାବରେ କାର୍ଯ୍ୟ କରୁଥିବାର ସେ କହିଛନ୍ତି । ସେହିପରି ଏଠି ଅନେକ ସ୍ଥାନରେ ମରୁଡି ସ୍ଥିତି ଥିବା ବେଳେ ସରକାର ଚୁପ ବସିବାକୁ ନିନ୍ଦା କରିଛନ୍ତି । ଏହାଛଡା ଏଠିକାର ଚାଷୀ ଫସଲ ବୀମା ମଧ୍ୟ ଏଯାଏଁ ପାଇ ନ ଥିବାର’’ ସେ କହିଛନ୍ତି ।

‘‘ଏତତ ବ୍ୟତୀତ ବଲାଙ୍ଗୀର ସହର ସୌନ୍ଦର୍ଯ୍ୟ କରଣ ପାଇଁ ସେ ଅନେକ ପ୍ରସ୍ତାବ ଦେବା ସହ ତା ପାଇଁ ଟଙ୍କା ସରକାରଙ୍କଠୁ ଆଣି ଥିବା ବେଳେ ସେହି ପ୍ରକଳ୍ପ ଏଯାଏଁ କାମ ଆରମ୍ଭ ହୋଇନାହିଁ । ଯେଉଁଥିରେ ମହାରାଣୀ ସାଗର ବିକାଶ, ଲକ୍ଷ୍ମୀ ଯୋରର ବିକାଶ, ନୂଆ ମିନି ସେକ୍ରେଟରିୟେଟ ତିଆରି ଭଳି ଅନେକ ପ୍ରକଳ୍ପ ଏବେବି ଆରମ୍ଭ ହୋଇ ନ ଥିବାର ସେ ଅଭିଯୋଗ ଆଣିଛନ୍ତି ଏବଂ ସରକାରଙ୍କ ଏହି ଉଦାସୀନତାକୁ ନେଇ ଆଗକୁ ଏଠି ଆନ୍ଦୋଳନ ନୁହେଁ ବିପ୍ଳବ ହେବ’’ ବୋଲି ସେ ସରକାରଙ୍କୁ ଚେତାବନୀ ଦେଇଛନ୍ତି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.