Mamita Meher murder case: ମହାଲିଙ୍ଗ କଲେଜ ପ୍ରିନ୍ସିପାଲ ସମେତ ଦୁଇ ଗିରଫ

author img

By

Published : Dec 2, 2022, 10:39 AM IST

Mamita Meher murder case: ମହାଲିଙ୍ଗ କଲେଜ ପ୍ରିନ୍ସିପାଲ ସମେତ ଦୁଇ ଗିରଫ

ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ମହାଲିଙ୍ଗ କଲେଜ ପ୍ରିନ୍ସିପାଲ ସମେତ ଦୁଇ ଗିରଫ । ସାକ୍ଷୀଙ୍କୁ ପ୍ରଭାବିତ କରୁଥିବା ଅଭିଯୋଗରେ ଗିରଫ କରାଯାଇଥିବା ସୂଚନା । ଅଧିକ ପଢନ୍ତୁ

ବଲାଙ୍ଗୀର: ବହୁଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡ ଘଟଣା(Mamita Meher murder case) । ବନ୍ଧା ହେଲେ କଳାହାଣ୍ଡି ମହାଲିଙ୍ଗ କଲେଜର ପ୍ରିନ୍ସିପାଲ ଓ ଅଧ୍ୟାପକ । ବଲାଙ୍ଗୀର ମମିତା ମେହେର ହତ୍ୟା ଘଟଣାରେ ସାକ୍ଷୀମାନଙ୍କୁ ଧମକ ଦେବା ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରିଛି କଣ୍ଟାବାଞ୍ଜି ପୋଲିସ । ଗତକାଲି(ଗୁରୁବାର) ରାତିରେ ସେମାନଙ୍କୁ ଗିରଫ କରାଯାଇଛି । ଗିରଫ ଦୁଇ ଜଣ ମହାଲିଙ୍ଗ କଲେଜ ପ୍ରିନସିପାଲ ରଞ୍ଜିତ ସାହୁ ଏବଂ ଅଧ୍ୟାପକ କୃତି ଚନ୍ଦନ ବୋଲି ଜଣାପଡିଛି ।

ସାକ୍ଷୀମାନଙ୍କୁ ପ୍ରଭାବିତ କରିବା ପାଇଁ ଏମାନେ ପ୍ରଲୋଭନ ଦେବା ସହିତ ଧମକ ଦେଉଥିବା ଅଭିଯୋଗ ହୋଇଥିଲା । ଯାହାପରେ ଗତକାଲି ରାତିରେ ପୋଲିସ ଗିରଫ କରିଥିଲା । ଗତକାଲି କଣ୍ଟାବାଞ୍ଜି ପୋଲିସ ସେମାନଙ୍କୁ କୋର୍ଟ ଚାଲାଣ କରିଛି । ତେବେ ସେମାନଙ୍କର ଜାମିନ ନାମଞ୍ଜୁର ହେବା ଯୋଗୁଁ ଦୁଇ ଜଣଙ୍କୁ ବିଚାର ବିଭାଗୀୟ ହାତଜକୁ ପଠାଇ ଦିଆଯାଇଛି ।

ଏହାମଧ୍ୟ ପଢନ୍ତୁ: Padampur Bypoll: ବର୍ଷାଙ୍କ ଜାତିକୁ ନେଇ ଆକ୍ଷେପ କଲେ ଜୁଏଲ ଓରାମ

ସୂଚନା ଅନୁସାରେ ପୂର୍ବରୁ ଏହି ମାମଲରେ ମୁଖ୍ୟ ଅଭିଯୁକ୍ତ କଳାହାଣ୍ଡି ମହାଲିଙ୍ଗ କଲେଜର(Mahaling College) ପରିଚାଳକ ଗୋବିନ୍ଦ ସାହୁ ଓ ତାଙ୍କ ଡ୍ରାଇଭର ଏଥିରେ ଗିରଫ ହୋଇଥିଲେ । କଣ୍ଟାବାଞ୍ଜି ଫାଷ୍ଟଟ୍ରାକ କୋର୍ଟରେ ଏହି ମାମଲାର ଶୁଣାଣି ଆରମ୍ଭ ହୋଇଥିବା ବେଳେ ସାକ୍ଷୀମାନଙ୍କର ହାଜିରା ଜାରି ରହିଛି । ତେବେ ଏହି ଘଟଣାର ସାକ୍ଷୀ ଥିବା କିଛି ବ୍ୟକ୍ତିଙ୍କୁ ଏମାନେ ଧମକ ଚମକ ଦେବାର ଅଭିଯୋଗ ଏବେ ପୁଣି ଚର୍ଚ୍ଚାର ବିଷୟ ହୋଇଛି । ତେଣୁ ପୋଲିସ୍ ସାକ୍ଷୀମାନଙ୍କୁ ସୁରକ୍ଷା ଦେଉ ବୋଲି ଦାବି ହୋଇଛି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.