ପତ୍ନୀଙ୍କୁ ମରଣାନ୍ତକ ଆକ୍ରମଣ କରି ଜେଲ ଗଲେ ଶିକ୍ଷକ ସ୍ବାମୀ

author img

By

Published : Sep 24, 2021, 7:42 AM IST

Updated : Sep 24, 2021, 9:23 PM IST

ଶିକ୍ଷୟତ୍ରୀ ପତ୍ନୀଙ୍କୁ ମରଣାନ୍ତ ଆକ୍ରମଣ କରି ଜେଲ ଗଲେ ଶିକ୍ଷକ ସ୍ବାମୀ

ପତ୍ନୀଙ୍କୁ ମରଣାନ୍ତକ ଆକ୍ରମଣ କରି ଜେଲ୍‌ ଗଲେ ଶିକ୍ଷକ ସ୍ଵାମୀ । ବଲାଙ୍ଗୀର ଜଣେ ଶିକ୍ଷୟତ୍ରୀ ପତ୍ନୀଙ୍କ ଗଳାକାଟି ମରଣାନ୍ତକ ଆକ୍ରମଣ କରିଥିଲେ ଶିକ୍ଷକ ସ୍ଵାମୀ । ଅଧିକ ପଢ଼ନ୍ତୁ...

ବଲାଙ୍ଗୀର: ପତ୍ନୀଙ୍କୁ ମରଣାନ୍ତକ ଆକ୍ରମଣ ଜେଲ୍‌ ଗଲେ ଶିକ୍ଷକ ସ୍ଵାମୀ । ବଲାଙ୍ଗୀର ଜଣେ ଶିକ୍ଷୟତ୍ରୀ ପତ୍ନୀଙ୍କ ଗଳାକାଟି ମରଣାନ୍ତକ ଆକ୍ରମଣ କରିଥିଲେ ଶିକ୍ଷକ ସ୍ଵାମୀ । ତେବେ ବୁଧବାର ବଲାଙ୍ଗୀର ପୁଇନ୍ତଳା ବ୍ଲକ ଅନ୍ତର୍ଗତ ଦୁର୍ଗାପାଲି ଉଚ୍ଚ ବିଦ୍ୟାଳୟରେ ପାଠ ପଢ଼ାଉଥିବା ଶିକ୍ଷୟତ୍ରୀ ସଞ୍ଜୁ ରାଣୀ ଦେବତାଙ୍କୁ ତାଙ୍କ ସ୍ଵାମୀ ସ୍କୁଲ ଭିତରକୁ ପଶି ମରଣାନ୍ତକ ଆକ୍ରମଣ ଆକ୍ରମଣ କରିଥିଲେ ।

ପତ୍ନୀଙ୍କୁ ମରଣାନ୍ତକ ଆକ୍ରମଣ କରି ଜେଲ ଗଲେ ଶିକ୍ଷକ ସ୍ବାମୀ

ପ୍ରଥମେ ଏକ ଛୁରୀ ଦେଖାଇ ସମସ୍ତଙ୍କୁ ସେ ଭୟଭୀତ କରିବା ପରେ ଶିକ୍ଷୟତ୍ରୀଙ୍କୁ ଧରି ତାଙ୍କର ଗଳା କାଟି ଦେଇଥିଲେ ଶିକ୍ଷକ । ଏହି ଘଟଣା ପରେ ସ୍କୁଲର ଅନ୍ୟ ଶିକ୍ଷକ ଓ ଗ୍ରାମବାସୀ ଅଭିଯୁକ୍ତଙ୍କୁ କାବୁ କରିବା ସହ ପୋଲିସରେ ଜିମା ଦେଇଥିଲେ । ତେବେ ପୁଇଁନ୍ତଳା ପୋଲିସ୍ ଆଜି ଅଭିଯୁକ୍ତଙ୍କ ଡାକ୍ତରୀ ମାଇନା କରିବା ପରେ sdjm କୋର୍ଟକୁ ଚାଲାଣ କରିଥିଲେ । ତେବେ ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତ ଶିକ୍ଷକଙ୍କୁ ଗୁରୁବାର ଜେଲ୍‌ ପଠାଇ ଦିଆଯାଇଛି । ସେପଟେ ଆକ୍ରମଣରେ ଆହତ ହୋଇଥିବା ଶିକ୍ଷୟତ୍ରୀ ଏବେ ସୁସ୍ଥ ଥିବା ନେଇ ଡାକ୍ତର ସୂଚନା ଦେଇଛନ୍ତି ।

ବଲାଙ୍ଗୀରରୁ ଶେଖ୍‌ ମହମ୍ମଦ ୱାହିଦ୍‌, ଇଟିଭି ଭାରତ

Last Updated :Sep 24, 2021, 9:23 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.