ଛାତ୍ରଛାତ୍ରୀଙ୍କ ପାଠପଢ଼ା ବନ୍ଦ କରି ସ୍ବାସ୍ଥ୍ୟକାର୍ଡ ବାଣ୍ଟିଲେ ମନ୍ତ୍ରୀ

author img

By

Published : Sep 24, 2021, 7:17 PM IST

ଛାତ୍ରଛାତ୍ରୀଙ୍କ ପାଠପଢ଼ା ବନ୍ଦ କରି ସ୍ବାସ୍ଥ୍ୟକାର୍ଡ ବାଣ୍ଟିଲେ ମନ୍ତ୍ରୀ

ଦେଓଗାଁର ଏକ ସ୍କୁଲରେ ପାଠପଢ଼ା ବନ୍ଦ କରି ଛାତ୍ରଛାତ୍ରୀଙ୍କ ଦ୍ବାରା ବିଜୁ ସ୍ବାସ୍ଥ୍ୟ କାର୍ଡ ବଣ୍ଟନ ବଣ୍ଟନ କଲେ ମନ୍ତ୍ରୀ ଅରୁଣ ସାହୁ । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଅଧିକ ପଢ଼ନ୍ତୁ...

ବଲାଙ୍ଗୀର: ଦେଓଗାଁର ଏକ ସ୍କୁଲରେ ପାଠପଢ଼ା ବନ୍ଦ କରି ବିଜୁ ସ୍ବାସ୍ଥ୍ୟ କାର୍ଡ ବଣ୍ଟନ ବଣ୍ଟନ କଲେ ମନ୍ତ୍ରୀ ଅରୁଣ ସାହୁ । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଏଠି ପାଠପଢା ସମୟରେ ସ୍କୁଲ ଭିତରେ ସାଉଣ୍ଡ ବଜାଇ ମନ୍ତ୍ରୀଙ୍କ ସରକାରୀ ସଭା ଆୟୋଜିତ ହୋଇଥିଲା । ମୁଖ୍ୟମନ୍ତ୍ରୀ ବଲାଙ୍ଗୀର ଗସ୍ତ ସାରି ଫେରିବା ପରେ ଘରକୁ ଘର ବୁଲି ସ୍ୱାସ୍ଥ୍ୟକାର୍ଡ ବାଣ୍ଟୁଛନ୍ତି ମନ୍ତ୍ରୀଗଣ ।

ଛାତ୍ରଛାତ୍ରୀଙ୍କ ପାଠପଢ଼ା ବନ୍ଦ କରି ସ୍ବାସ୍ଥ୍ୟକାର୍ଡ ବାଣ୍ଟିଲେ ମନ୍ତ୍ରୀ

କୋରୋନା କଟକଣା ଯୋଗୁଁ ପ୍ରାଥମିକ ବିଦ୍ୟାଳୟ ବନ୍ଦ ରହିଛି । କିନ୍ତୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକୁ ଖୋଲିଛନ୍ତି ରାଜ୍ୟ ସରକାର । ସ୍କୁଲ ଭିତରେ ସାମାଜିକ ଦୂରତା ରଖି ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ କରାଯାଉଛି । କିନ୍ତୁ ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଳକର ପଲ୍ଲୀଶ୍ରୀ ଉଚ୍ଚ ବିଦ୍ୟାଳୟ ଭିତରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଏଠି ସ୍କୁଲରେ ପାଠପଢ଼ା ସମୟରେ ସ୍କୁଲ ଭିତରେ ସାଉଣ୍ଡ ବଜାଇ କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟକାର୍ଡ ବଣ୍ଟନ କରିଛନ୍ତି ।

ଖାଲି ସେତିକି ନୁହେଁ ମନ୍ତ୍ରୀଙ୍କ ସ୍ୱାଗତ ପାଇଁ ଛାତ୍ରଛାତ୍ରୀଙ୍କୁ ଟାଣ ଖରାରେ ଠିଆ କରାଯାଇଥିଲା । ମନ୍ତ୍ରୀ ସ୍କୁଲ୍‌ରେ ପହଞ୍ଚିବା ପରେ ତାଙ୍କ ଆତିଥ୍ୟ ପାଇଁ ଛାତ୍ରଛାତ୍ରୀ ପୁଷ୍ପ ବୃଷ୍ଟି କରୁଛନ୍ତି । ଏହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । କାହା ଅନୁମତିରେ ବିଦ୍ୟାଳୟ ଭିତରେ ପଠାପଢ଼ା ବେଳେ ଏହି ସଭା କରାଯାଇଛି ବୋଲି ସ୍ଥାନୀୟ ଲୋକେ ପ୍ରଶ୍ନ କରିଛନ୍ତି ।

ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀଙ୍କ ସହ ଦେଓଗାଁ ବ୍ଲକ ଅଧ୍ୟକ୍ଷ ରୀନା ମେହେର, ଜିଲ୍ଲା ପରିଷଦ ସଭ୍ୟ ଗୁରୁଦେବ ରଣା, ତହସିଲଦାର ଯୁଗୁଲ କିଶୋର ବିଶ୍ୱାଳଙ୍କ ସହ ସରକାରୀ ଓ ବିଜେଡି କର୍ମୀମାନେ ଉପସ୍ଥିତ ଥିଲେ। ଗତକାଲି କୃଷିମନ୍ତ୍ରୀଙ୍କ ମଞ୍ଚ ଉପରକୁ ଅଣ୍ଡା ମାଡ଼ ହୋଇଥିଲା । ମନ୍ତ୍ରୀ ଅରୁଣ ସାହୁ ଉଡାର, ମକୁନ୍ଦପୁର, ମହଳାଇ, ଉପରଝର, ଗୌଡ଼ଗଠ ପଞ୍ଚାୟତରେ ବିଜୁ ସ୍ବାସ୍ଥ୍ୟକାର୍ଡ ବଣ୍ଟନ କରିଛନ୍ତି । ବଲାଙ୍ଗୀର ଜିଲ୍ଲା ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ କଲ୍ୟାଣ ସ୍ବାସ୍ଥ୍ୟ ଯୋଜନାରେ ସ୍ମାର୍ଟ ସ୍ବାସ୍ଥ୍ୟ କାର୍ଡ ବଣ୍ଟନର ଶୁଭାରମ୍ଭ କରିଥିଲେ । ପରେ ଜିଲ୍ଲାର ସବୁ ବ୍ଲକରେ ମନ୍ତ୍ରୀମାନେ ଏହି କାର୍ଡ ବଣ୍ଟନ କରୁଛନ୍ତି ।

ବଲାଙ୍ଗୀରରୁ ଶେଖ୍‌ ମହମ୍ମଦ ୱାହିଦ୍‌, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.