ଲାଞ୍ଚ ନେଉଥିଲେ ବିଡିଓ ବାବୁ, ମାଡ଼ି ବସିଲା ଭିଜିଲାନ୍ସ

author img

By

Published : Sep 27, 2022, 11:30 AM IST

ଲାଞ୍ଚ ନେଉଥିଲେ ବିଡିଓ, ମାଡ଼ି ବସିଲା ଭିଜିଲାନ୍ସ

ଭିଜିଲାନ୍ସ ଜାଲରେ ବଲାଙ୍ଗୀର ଗୁଡଭେଲା ବ୍ଲକ ବିଡ଼ିଓ । ଲାଞ୍ଚନେଉଥିବା ବେଳେ ଭିଜିଲାନ୍ସ ବିଭାଗ ତାଙ୍କୁ ଧରିଛି । ୧ ଲକ୍ଷ ୮୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ତାଙ୍କୁ ବିଭାଗ କାବୁ କରିଥିଲା । ଅଧିକ ପଢ଼ନ୍ତୁ

ବଲାଙ୍ଗୀର: ଭିଜିଲାନ୍ସ ଜାଲରେ ଗୁଡ଼ଭେଲା ବିଡିଓ ବିନୋଦ ନାଏକ । ୧ ଲକ୍ଷ ୮୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ ବିଡିଓ । ଜଣେ ଠିକାଦାରଙ୍କ ଠାରୁ ଲାଞ୍ଚ ନେଲା ବେଳେ ଧରାପଡ଼ିଛନ୍ତି ବିଡିଓ ବିନୋଦ । ଏକ ରାସ୍ତା କାମର ବିଲ କରିବା ପାଇଁ ଲାଞ୍ଚ ନେଉଥିଲେ ।

ସୂଚନା ଅନୁସାରେ ବିଡ଼ିଓ ବିନୋଦ ନାଏକ ଗରଭାସା ଗ୍ରାମର ଏକ କଂକ୍ରିଟ ବିଲ୍ କରିବା ପାଇଁ ଠିକାଦାର ଗୋପାଳ ବେହେରାଙ୍କୁ ହଇରାଣ ହରକତ କରୁଥିଲେ । ତାଙ୍କୁ ଏଥିପାଇଁ ୧ ଲକ୍ଷ 80ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ହେଲେ ଠିକାଦାର ଜଣକ ଏତେ ଟଙ୍କା ଦେଇ ପାରିବେ ନାହିଁ ବୋଲି କହିଥିଲେ । ଏହାପରେ ବିଡିଓ ବିନୋଦ ନାଏକ କହିଥିଲେ ଟଙ୍କା ନଦେଲେ ବିଲ୍ ପାସ ହେବ ନାହିଁ ।

ଲାଞ୍ଚ ନେଉଥିଲେ ବିଡିଓ, ମାଡ଼ି ବସିଲା ଭିଜିଲାନ୍ସ

ଏହାକୁ ନେଇ ଚିନ୍ତାରେ ଥିଲେ ଠିକାଦାର ଜଣକ । ଏନେଇ ଠିକାଦାର ଜଣକ ଭିଜିଲାନ୍ସ ପାଖରେ ଘଟଣା ସମ୍ପର୍କରେ କହିବାସହ ଅଭିଯୋଗ କରିଥିଲେ। ଏହାପରେ ଭିଜିଲାନ୍ସ ବିଭାଗ ତାଙ୍କ ଅଭିଯୋଗ ଶୁଣି କାର୍ଯ୍ୟାନୁଷ୍ଠାନ ନେବାକୁ ପଦକ୍ଷେପ ନେଇଥିଲା । ପୂର୍ବ ଯୋଜନା ମୁତାବକ ଠିକାଦାର ଗୋପାଳ ବେହେରା ବିଡ଼ିଓ ବିନୋଦଙ୍କୁ ଫୋନ ଯୋଗେ କହିଥିଲେ ଟଙ୍କା ଦେବେ ।

ଏହାପରେ ଠିକାଦାର ଜଣକ ଯୋଜନା ଅନୁଯାୟୀ ରଙ୍ଗବୋଳା ଟଙ୍କା ନେଇ ବିଡିଓଙ୍କ ପାଖରେ ପହଞ୍ଚିଥିଲେ । ସେଠାରେ ବିଡ଼ିଓ ରଙ୍ଗବୋଳା ଟଙ୍କା ଠିକାଦାରଙ୍କ ହାତରୁ ନେଉଥିବାବେଳେ ମାଡ଼ି ବସିଥିଲେ ଭିଜିଲାନ୍ସ ଅଧିକାରୀ । ଲାଞ୍ଚ ନେଇ ଧରାପଡ଼ିବା ପରେ ବିଡ଼ିଓଙ୍କ ଆୟବର୍ହିଭୂତ ସମ୍ପତ୍ତି ସମ୍ପର୍କରେ ଜାଣିବା ନିମନ୍ତେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଆରମ୍ଭ ହୋଇଛି ।

ବିଡିଓଙ୍କ ୩ଟି ଠିକଣାରେ ଚଢ଼ାଉ କରାଯାଇଛି । ସମ୍ବଲପୁର ଭିଜିଲାନ୍ସ ପକ୍ଷରୁ ଏନେଇ ଏକ ମାମଲା କରାଯାଇ ତଦନ୍ତ ଜାରି ରହିଥିବା ସୂଚନା ଦିଆଯାଇଛି । ବଲାଙ୍ଗୀର ସହର ସାଗରବପଡ଼ା ସ୍ଥିତ ବିଡ଼ିଓଙ୍କ ବାସଭବନ ତଥା ତାଙ୍କ ଗୁଡ଼ଭେଳା ସ୍ଥିତ ସରକାରୀ ଆବାସ ଓ କାର୍ଯ୍ୟାଳୟରେ ଚଢାଉ ଜାରି ରଖିଛି । ତେବେ ଭିଜିଲାନ୍ସ ତାଙ୍କ ଠାରୁ ଅନେକ ବ୍ୟାଙ୍କ ଏକାଉଣ୍ଟ ସହ ଜମିଜମା କାଗଜପତ୍ର ଓ ସୁନା ଅଳଙ୍କାର ଜବତ କରି ଅଧିକ ତଦନ୍ତ ଜାରି ରଖିଛି । ଏନେଇ ବିଡିଓ କହିଛନ୍ତି, ''ଏଠିକାର ବ୍ଲକ ଅଧ୍ୟକ୍ଷାଙ୍କ ସ୍ଵାମୀ ତଥା ବିଜେପି କର୍ମୀ ଆଶୋକ ଦୋରା ଯୋଜନାବଦ୍ଧ ଭାବରେ ଫସାଇ ଦେଇଛନ୍ତି । ସେ ମୋ ସହ କେବେଠୁ ତିକ୍ତତା ଲଗେଇ ଆସିଛନ୍ତି ।''

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.