YouTube ବତାଇଲା ବାଟ, ପୁଅ ପାଇଁ ଇ-ବାଇକ କରି ଚର୍ଚ୍ଚାରେ ବିକାଶ

author img

By

Published : Oct 3, 2022, 9:32 AM IST

ପୁଅ ପାଇଁ ଇ ବାଇକ ତିଆରି କରି ଚର୍ଚ୍ଚାରେ ବଲାଙ୍ଗୀରର ବିକାଶ

ବ୍ୟାଟେରୀ ଚାଳିତ ବାଇକ ତିଆରି କରି ଚର୍ଚ୍ଚାରେ ବଲାଙ୍ଗୀରର ବିକାଶ ଚନ୍ଦ୍ର ମିଶ୍ର । ପୁଅର ଇଚ୍ଛା ପୂରଣ କରିବାକୁ ସ୍କୁଟିକୁ ଇ-ବାଇକରେ ପରିଣତ କଲା ବାପା । ଅଧିକ ପଢନ୍ତୁ

ବଲାଙ୍ଗୀର: ପରିବେଶକୁ ପ୍ରଦୂଷଣ ମୁକ୍ତ କରିବା ପାଇଁ ବିଭିନ୍ନ କମ୍ପାନୀ ତିଆରି କରୁଛନ୍ତି ବ୍ୟାଟେରି ଚାଳିତ ଇ-ବାଇକ(Electric Bike) । ଯାହାର ମୂଲ୍ୟ ବଜାରରେ ଆକାଶ ଛୁଆଁ ରହିଛି । ଅନେକ ଲୋକ ଏହାକୁ କିଣିବାକୁ ମଧ୍ୟ ଅକ୍ଷମ ହେଉଛନ୍ତି । କିନ୍ତୁ କମ ଟଙ୍କା ଖର୍ଚ୍ଚ କରି ଏବେ ବ୍ୟାଟେରୀ ଚାଳିତ ବାଇକ ତିଆରି କରିଛନ୍ତି ବଲାଙ୍ଗୀରର ବିକାଶ ଚନ୍ଦ୍ର ମିଶ୍ର । ନିଜସ୍ବ ଉଦ୍ୟମରେ ସେ ଇ ବାଇକ ତିଆରି କରି ଏବେ ଚର୍ଚ୍ଚାକୁ ଆସିଛନ୍ତି ।

ଏହା ମଧ୍ୟ ପଢନ୍ତୁ-ପଦଯାତ୍ରା ପଲିଟିକ୍ସ: ଜନସମ୍ପର୍କ ପଦଯାତ୍ରାର ଶୁଭାରମ୍ଭ, ସହଯୋଗ ଲୋଡ଼ିଲେ ବିଜେଡି ସୁପ୍ରିମୋ

ପୁଅ ପାଇଁ ଇ ବାଇକ ତିଆରି କରି ଚର୍ଚ୍ଚାରେ ବଲାଙ୍ଗୀରର ବିକାଶ

ପୁଅର ଇଚ୍ଛା ପୂରଣ କରିବାକୁ ଇ-ବାଇକ ତିଆରି କଲେ ବିକାଶ

ବିକାଶ ଇଲକ୍ଟ୍ରୋନିକ୍ସରେ ଡିପ୍ଲୋମା କରିଥିବା ବେଳେ ନିଜ ପୁଅର ଇଚ୍ଛା ପୂରଣ କରିବାକୁ ଯାଇ ଇ-ବାଇକ ତିଆରି କରିଛନ୍ତି । ଦିନେ ବିକାଶଙ୍କ ପୁଅତାଙ୍କୁ ଗୋଟିଏ ଇ-ବାଇକ କିଣିବା ପାଇଁ କହିଥିଲେ । ଏଥିପାଇଁ ସେ ବିଭିନ୍ନ ଦୋକାନ ଓ ବଜାରକୁ ଯାଇ ଇ-ବାଇକ କିଣିବା ପାଇଁ ପଚରାଉଚରା କରିଥିଲେ । ହେଲେ ଏସବୁର ମୂଲ୍ୟ ଅତ୍ୟଧିକ ଥିବାରୁ ସେ ନିଜେ ଏହାକୁ ତିଆରି କରିବାର ଉଦ୍ୟମ ଆରମ୍ଭ କରିଥିଲେ ।

ପୁରୁଣ ସ୍କୁଟିକୁ ଇ-ବାଇକରେ ପରିଣତ କଲେ ବିକାଶ

ନିଜ ଘରେ ଥିବା ଏକ ପୁରୁଣା ପେଟ୍ରୋଲ ଚାଳିତ ସ୍କୁଟିକୁ ଇ-ବାଇକରେ ପରିଣତ କରିବା ପାଇଁ ଚିନ୍ତା କଲେ । ଏହାପରେ ସେ ଆରମ୍ଭ କରିଥିଲେ ପ୍ରୟାସ । ଏଥିପାଇଁ ସେ ୟୁଟ୍ୟୁବର ସାହାଯ୍ୟ ନେଇ ସ୍କୁଟିକୁ ଇ-ବାଇକରେ ପରିଣତ କରିବା କାମ ଆରମ୍ଭ କରି ଦେଇଥିଲେ । ଅନଲାଇନରେ ସେ ଇ-ବାଇକର ପାର୍ଟ୍ସ ମଗାଇବା ପ୍ରାୟ ଏକ ମାସ ମଧ୍ୟରେ ଏହାକୁ ତିଆରି କରିବାରେ ସଫଳ ହୋଇଥିଲେ ବିକାଶ । ଏଥିପାଇଁ ପାଇଁ ମାତ୍ର ୨୦ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡିଥିଲା । ବିକାଶଙ୍କ ତିଆରି ଇ-ବାଇକ ମାତ୍ର ତିନି ଘଣ୍ଟାରେ ସମ୍ପୂର୍ଣ୍ଣ ଚାର୍ଜ ହେଉ ଥିବା ବେଳେ ଥରେ ଚାର୍ଜ କଲେ ୪୦ କିମି ରାସ୍ତା ଅତିକ୍ରମ କରୁଛି ।

ସେହିପରି ବଜାରରେ ଇ-ବାଇକରେ ମିଳୁଥିବା ସବୁ ସୁବିଧା ମଧ୍ୟ ତାଙ୍କ ଏହି ବାଇକରେ ରହିଛି । ତାଙ୍କର ଏହି ପ୍ରଚେଷ୍ଟାରେ ସେ ଖୁସି ଥିବା ବେଳେ ଆଗକୁ ସୁଯୋଗ ମିଳିଲେ ସେ ସମସ୍ତଙ୍କ ପାଇଁ ଇ-ବାଇକ କରିବେ ଓ ଏଥିପାଇଁ ପ୍ରଶିକ୍ଷଣ ଦେବେ ବୋଲି ଆଶା ରଖିଛନ୍ତି । ସେପଟେ ତାଙ୍କର ଏହି ପ୍ରୟାସକୁ ସବୁଠି ପ୍ରଶଂସା କରା ଯାଇଥିବାବେଳେ ବିକାଶଙ୍କ ବାପା ମଧ୍ୟ ପୁଅର ଏପରି ପ୍ରୟାସକୁ ପ୍ରଶଂସା କରିବା ସହ ଏହା ସମସ୍ତଙ୍କ ପାଇଁ ପ୍ରେରଣ ବୋଲି କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.