ବୃଦ୍ଧଙ୍କୁ ସଙ୍ଘବଦ୍ଧ ଆକ୍ରମଣ ନେଇ ଅଭିଯୋଗ ଆଣିଲେ ପରିବାରବର୍ଗ

author img

By

Published : Sep 21, 2021, 9:13 PM IST

Updated : Oct 4, 2021, 6:47 PM IST

ବୃଦ୍ଧଙ୍କୁ ସଙ୍ଘବଦ୍ଧ ଆକ୍ରମଣ ନେଇ ଅଭିଯୋଗ ଆଣିଲେ ପରିବାରବର୍ଗ

ପାରିବାରିକ କଳହ ନେଇ ବୃଦ୍ଧଙ୍କୁ ସଙ୍ଘବଦ୍ଧ ଆକ୍ରମଣ ଯୋଗୁଁ ମୃତ୍ୟୁ ଘଟିଛି । ଘଟଣାସ୍ଥଳରେ କଣ୍ଟାବାଞ୍ଝି ଏସଡିପିଓଙ୍କ ସମେତ ମୁରିବାହାଲ ଥାନାଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି । ଅଧିକ ପଢନ୍ତୁ...

ବଲାଙ୍ଗୀର: ପାରିବାରିକ କଳହରୁ ଜଣେ ବୃଦ୍ଧଙ୍କୁ ହତ୍ୟା କରିଥିବା ନେଇ ଅଭିଯୋଗ ହୋଇଛି । ଏଭଳି ଘଟଣା ଦେଖିବାକୁ ମିଳିଛି ମୁରିବାହାଲ ଥାନା ପତ୍ରାପାଲି ପଞ୍ଚାୟତ ଲିମପଡା ଗାଁରେ । ମୃତ ବୃଦ୍ଧ ଜଣକ ହେଲେ ଘାସିରାମ ପରାଭୁଏ ।

ସୂଚନାନୁସାରେ କୌଣସି କଥାକୁ ନେଇ ଗୋଟିଏ ପରିବାରରେ ଉଭୟଙ୍କ ମଧ୍ୟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସୋମବାର ରାତିରେ ସଙ୍ଘବଦ୍ଧ ହୋଇ ଚାରିରୁ ପାଞ୍ଚ ଜଣ ପହଞ୍ଚି ଘାସିରାମଙ୍କୁ ନିସ୍ତୁକ ମାଡ଼ ମାରିଥିଲେ । ଫଳରେ ବୃଦ୍ଧ ଘାସିରାମଙ୍କୁ ଗୁରୁତର ଅବସ୍ଥାରେ ଟିଟିଲାଗଡ ହସ୍ପିଟାଲ ନେବା ବାଟରେ ହିଁ ମୃତ୍ୟୁ ହୋଇଥିଲା l ତେବେ ଏହି ମୃତ୍ୟୁ ଘଟଣାରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ପାରିବାରିକ କଳହରୁ ହତ୍ୟା କରାଯାଇଥିବା ନେଇ ମୃତକଙ୍କ ଝିଅ ଅଭିଯୋଗ କରିଛନ୍ତି l

ଘଟଣାସ୍ଥଳରେ କଣ୍ଟାବାଞ୍ଝି ଏସଡିପିଓ ଓ ମୁରିବାହାଲ ଥାନାଧିକାରୀ ପୋଲିସ ଫୋର୍ସ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଏହି ଘଟଣାକୁ ନେଇ ମୁରିବାହାଲ ଥାନାରେ ୫ ଜଣଙ୍କୁ ଅଟକ ରଖି ପୋଲିସ ପଚରାଉଚରା ଜାରି ରଖିଛି l କେଉଁ କାରଣରୁ ଜଣେ ବୃଦ୍ଧଙ୍କୁ ହତ୍ୟା କରାଗଲା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ଜଣାପଡିନାହିଁ l ସେପଟେ ଏ ସମ୍ପର୍କରେ ମୁରିବାହାଲ ପୋଲିସର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ l

ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ, ଇଟିଭି ଭାରତ

Last Updated :Oct 4, 2021, 6:47 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.