ସ୍ତ୍ରୀକୁ ହତ୍ୟା କଲା ଯୌତୁକ ଲୋଭୀ ସ୍ବାମୀ

author img

By

Published : Nov 30, 2022, 9:12 PM IST

ସ୍ତ୍ରୀକୁ ହତ୍ୟା କଲା ସ୍ବାମୀ

ପରକିୟା ପ୍ରୀତି ଓ ଯୌତୁକ ପାଇଁ ସ୍ତ୍ରୀକୁ ହତ୍ୟା କଲା ସ୍ବାମୀ । ଏହି ଘଟଣାର ତଦନ୍ତ ପୋଲିସ ଆରମ୍ଭ କରିଥିବା ବେଳେ ସମ୍ପୃକ୍ତ ସ୍ୱାମୀ ଫେରାର ଥିବାର ଜଣା ପଡ଼ିଛି । ଅଧିକ ପଢ଼ନ୍ତୁ

ବଲାଙ୍ଗୀର : ପରକିୟା ପ୍ରୀତି ଓ ଯୌତୁକ ପାଇଁ ସ୍ତ୍ରୀକୁ ହତ୍ୟା କଲା ସ୍ବାମୀ । ଏହି ଘଟଣାର ତଦନ୍ତ ପୋଲିସ ଆରମ୍ଭ କରିଥିବା ବେଳେ ଅଭିଯୁକ୍ତ ସ୍ୱାମୀ ଫେରାର ଥିବାର ଜଣା ପଡ଼ିଛି । ଏଭଳି ଅଭିଯୋଗ ଆସିଛି ବଲାଙ୍ଗୀର ଜିଲ୍ଲା ପୁଇଁତଳା ବ୍ଲକ ଅନ୍ତର୍ଗତ କେସରକେଲା ଗ୍ରାମରୁ ।

ସ୍ତ୍ରୀକୁ ହତ୍ୟା କଲା ସ୍ବାମୀ

ସୂଚନାନୁସାରେ କେସରକେଲା ଗାଁର ଦେବ ପ୍ରଧାନ ତାଙ୍କ ସାନ ଝିଅ ରୁକ୍ମଣୀ ପ୍ରଧାନଙ୍କୁ ସୋନପୁର ଜିଲ୍ଲା ତରଭା ଥାନା ପୁଆ ନିବାସୀ ରଞ୍ଜନ ସାହୁ ସହ ବୈଦିକ ରୀତି ଅନୁସାରେ ବିବାହ କରାଇଥିଲେ । ତେବେ ବିବାହ ପର ଦିନଠୁ ହିଁ ରଞ୍ଜନ ରୁକ୍ମଣୀ ପ୍ରଧାନକୁ ଯୌତୁକ ପାଇଁ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲା । ଏନେଇ ଝିଅଘର ଲୋକେ ଟଙ୍କା ଯୋଗାଡ କରି ଏକ ମୋଟର ସାଇକେଲ ଯୌତୁକ ଦେବା ସତ୍ତ୍ୱେ ରଞ୍ଜନ ସାହୁ ଅନ୍ୟ ଦାମୀ ବାଇକ ଦାବି କରି ଝିଅକୁ ନିର୍ଯାତନା ଦେଇ ଆସୁଥିଲା ବୋଲି ଦେବ ପ୍ରଧାନ ଅଭିଯୋଗ କରିଛନ୍ତି । ଏପରିକି ରଞ୍ଜନ ସାହୁ ଅନ୍ୟ ଜଣେ ମହିଳାଙ୍କ ସହ ସମ୍ପର୍କ ରଖିଥିବା ବେଳେ ଯୌତୁକ ବାହାନାରେ ରୁକ୍ମଣୀକୁ ନିର୍ଯାତନା ଦେଉଥିବାର ମୃତ ଝିଅର ବାପା ଅଭିଯୋଗ କରିଛନ୍ତି ।

ଆଜି ସକାଳୁ ରଞ୍ଜନର ବାପା ଝିଅ ଗୁରୁତର ଅଛି ବୋଲି ଝିଅର ବାପାଙ୍କୁ ଫୋନ ଯୋଗେ ଖବର ଦେଇଥିଲେ । ଖବରପାଇ ଝିଅର ପରିବାର ଲୋକେ ସେଠି ପହଞ୍ଚିବା ପରେ ଝିଅର ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ । ଏନେଇ ପରିବାର ଲୋକେ ତୁରନ୍ତ ସ୍ଥାନୀୟ ଥାନାରେ ଅଭିଯୋଗ କରିଥିଲେ । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ସ୍ଥାନୀୟ ହସ୍ପିଟାଲକୁ ପଠାଇଥିଲା । ଏହାସହ ଘଟଣା ସମ୍ପର୍କରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ଏ ସମ୍ପର୍କରେ ମୃତ ମହିଳାଙ୍କ ବାପା କହିଛନ୍ତି ''ଗତ 2021 ଏପ୍ରିଲ ମାସରେ ରଞ୍ଜନ ସାହୁ ସହ ବୈଦିକ ରୀତି ଅନୁସାରେ ବିବାହ କରାଇଥିଲି । ଆଜି ସକାଳେ ଜ୍ବାଇଁ ରଞ୍ଜନ ଫୋନ କରି କହିଲେ ତମ ଝିଅ ଦେହ ବହୁତ ଖରାପ ଅଛି । ଶୁଣିବା ପରେ ମୁଁ କହିଥିଲି ତାକୁ ହସ୍ପିଟାଲକୁ ନିଅ । ହେଲେ ସେମାନେ ମୋ ଝିଅକୁ ହସ୍ପିଟାଲ ନେଇ ନଥିଲେ । ଦୀର୍ଘ 2 ଘଣ୍ଟା ଧରି ଫୋନ ଯୋଗେ କହୁଥିଲେ ଝିଅ ସିରିଅସ ଅଛି । ଏହାପରେ ମୋ ପୁଅ ଓ ପୁତୁରା ମିଶି ବାଇକ ଯୋଗେ ଝିଅର ଶାଶୁ ଘରକୁ ଯାଇଥିଲେ । ସେଠାରେ ଝିଅ ମୃତ ଅବସ୍ଥାରେ ପଡ଼ିଥିଲା ।''

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.