ହାତୀପଲ ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର

author img

By

Published : Sep 17, 2021, 9:57 PM IST

elephant attack one death one injured in bolangir

ହାତୀ ଆକ୍ରମଣରେ ଜଣେ ମୃତ ଜଣେ ଗୁରୁତର । ଏ ଭଳି ଅଭାବନୀୟ ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲାର ଗନ୍ଧମାର୍ଦ୍ଧନ ଅଞ୍ଚଳରେ । ହାତୀପଲ ବ୍ୟାପକ ଫସଲ ନଷ୍ଟ କରିବା ସହ ଘରଦ୍ବାର ମଧ୍ୟ ଭାଙ୍ଗିଛନ୍ତି । ଅଧିକ ପଢନ୍ତୁ...

ବଲାଙ୍ଗୀର: ହାତୀପଲ ଆକ୍ରମଣରେ ଜଣେ ମୃତ ଜଣେ ଗୁରୁତର । ଏ ଭଳି ଅଭାବନୀୟ ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲାର ଗନ୍ଧମାର୍ଦ୍ଧନ ଅଞ୍ଚଳରେ ଥିବା ବ୍ରାହ୍ମଣୀ ଗ୍ରାମରେ । ହାତୀପଲ ବ୍ୟାପକ ଫସଲ ନଷ୍ଟ କରିବା ସହ ତିନୋଟି ଘର ହାତୀ ଭାଙ୍ଗି ଦେଇଛନ୍ତି । ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ହାତୀପଲ ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର

ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ଗନ୍ଧମାର୍ଦ୍ଧନ ଜଙ୍ଗଲ ନିକଟରେ ହାତୀ ଆତଙ୍କ ଦେଖିବାକୁ ମିଳିଛି । ବ୍ରାହ୍ମଣୀ ଗ୍ରାମରେ ହାତୀପଲ ଗାଁକୁ ପଶି ବ୍ୟାପକ କ୍ଷତି କରିଛନ୍ତି। ଯେଉଁଥିରେ ତିନୋଟି ଘର ହାତୀପଲ ଭାଙ୍ଗି ଦେଇଥିବା ବେଳେ ଫସଲ ମଧ୍ୟ ନଷ୍ଟ କରିଛନ୍ତି। ସେହିପରି ଗାଁର ଯାଦବ ରଣା ହାତୀ ହାବୁଡରେ ପଡିବାରୁ ତାଙ୍କୁ ହାତୀ ଦଳିମଚକି ଦେଇଛନ୍ତି । ଫଳରେ ଘଟଣାସ୍ଥଳରେ ହିଁ ସେ ମୃତ୍ୟୁବରଣ କରିଛନ୍ତି। ଆଉ ଜଣେ ତରଣି ଭୋଇ ଗୁରୁତର ଆହତ ହୋଇଛନ୍ତି । ତେବେ ଗତ ରାତିରୁ ହାତୀ ଜଙ୍ଗଲରୁ ଗାଁକୁ ଆସି ଆଜି ଏହି ଆତଙ୍କ ରଚିଥିଲା।

ଲୋକେ ହାତୀ ଭୟରେ ଏବେବି ଥିବାବେଳେ ହାତୀ ଆକ୍ରମଣରେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତିଙ୍କ ପରିବାରବର୍ଗ କ୍ଷତିପୂରଣ ଦାବି କରିଛନ୍ତି । ସେହିପରି ଘର ଓ ଫସଲ ବାବଦକୁ ମଧ୍ୟ ଲୋକେ କ୍ଷତି ପୂରଣ ଦାବି କରିଛନ୍ତି। ସେପଟେ ଖପ୍ରାଖୋଲ ବନବିଭାଗ ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିବା ସହ ତଦନ୍ତ ଆରମ୍ଭ କରିଛନ୍ତି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.