RTIର ଖୁଲାସା: ଦେଓମାଳି ଓଡ଼ିଶାର ସର୍ବୋଚ୍ଚ ଗିରିଶୃଙ୍ଗ

author img

By

Published : Sep 19, 2022, 9:54 AM IST

deomali highest mountain of odisha say rti

ଓଡ଼ିଶାର ସର୍ବୋଚ୍ଚ ପର୍ବତ ଭାବେ ପୂର୍ବଘାଟରେ ଦେଓମାଳି ରହିଛି । ଦେଓମାଳିକୁ ନେଇ ବିବାଦ ଲାଗି ରହିଥିବାବେଳେ ସୂଚନା ଅଧିକାର ବଳରେ ଏହି ତଥ୍ୟ ହସ୍ତଗତ ହୋଇଛି । ଅଧିକ ପଢ଼ନ୍ତୁ

ବଲାଙ୍ଗୀର: ଦେଓମାଳି ଗିରିଶୃଙ୍ଗ ଓଡ଼ିଶାର ସର୍ବୋଚ୍ଚ ପର୍ବତ ଏହା ସମସ୍ତଙ୍କୁ ଜଣା । କିନ୍ତୁ ଓଡିଶା ସରକାରଙ୍କ ରାଜସ୍ଵ ବିଭାଗ କିମ୍ବା ଜଙ୍ଗଲ ବିଭାଗର ଖାତା ଖତିଆନରେ ଦେଓମାଳିର ନାଁ ଗନ୍ଧ ନାହିଁ । ଏପରିକି ଗତ ବିଧାନସଭାର ମୌସୁମୀ ଅଧିବେସନରେ ରାଜ୍ୟ ସରକାରଙ୍କ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ ପାତ୍ର କୋରାପୁଟ ସ୍ଥିତ ଦେଓମାଳି ଓଡିଶାର ନୁହେଁ ବୋଲି ବିବୃତି ପରେ ବିବାଦ ଦେଖାଦେଇଥିଲା । ଏହାକୁ ନେଇ ବିରୋଧୀ ରାଜ୍ୟ ସରକାରଙ୍କୁ ଘେରିଥିଲେ । ଏବେ RTI (Right to Information) ତଥ୍ୟରୁ ଏହାର ଖୁଲାସା ହୋଇଛି । ଦେଓମାଳି ଓଡ଼ିଶାର ବୋଲି ସୂଚନା ଅଧିକାର ତଥ୍ୟରୁ ସ୍ପଷ୍ଟ ହୋଇଛି ।

ଦେଓମାଳି ଓଡ଼ିଶାର ସର୍ବୋଚ୍ଚ ଗିରିଶୃଙ୍ଗ

ଏନେଇ ସୂଚନା ଦେଇଛନ୍ତି ବଲାଙ୍ଗୀରର ସୂଚନା ଅଧିକାର କର୍ମୀ ହେମନ୍ତ କୁମାର ପଣ୍ଡା । ଦେଓମାଳି ଓଡିଶାର ସର୍ବୋଚ୍ଚ ଗିରିଶୃଙ୍ଗ ବୋଲି ଭାରତ ସରକାର ତଥ୍ୟ ପ୍ରଦାନ କରିଛନ୍ତି । ଗତ ବିଧାନସଭା ଅଧିବେଶନରେ ଓଡିଶାର ସଂସ୍କୃତି ମନ୍ତ୍ରୀ ଓଡିଶାର ସୀମା ବିବାଦ ଅଞ୍ଚଳକୁ ନେଇ ନେଇ ବିବୃତି ପରେ ରାଜ୍ୟ ସାରା ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଏନେଇ ସୂଚନା ଅଧିକାର କର୍ମୀ ହେମନ୍ତ କୁମାର ପଣ୍ଡା କେନ୍ଦ୍ର ସରକାରଙ୍କ ଜଙ୍ଗଲ ପରିବେଶ ବିଭାଗକୁ ଆରଟିଆଇରେ ତଥ୍ୟ ମାଗିଥିଲେ । ରାଷ୍ଟ୍ରୀୟ ହିମାଳୟ ପର୍ଯ୍ୟାବରଣ ସଂସ୍ଥା ପକ୍ଷ୍ୟରୁ ଏନେଇ ସବିଶେଷ ତଥ୍ୟ ଦିଆଯାଇଛି ।

ଯେଉଁଥିରେ ଦେଓମାଳି ଓଡ଼ିଶାର ସର୍ବୋଚ୍ଚ ଗିରିଶୃଙ୍ଗ ବୋଲି ତଥ୍ୟ ପ୍ରଦାନ କରାଯାଇଛି । ଦେଶର 28 ଗିରିଶୃଙ୍ଗ ମଧ୍ୟରେ ଓଡିଶାର ଦେଓମାଳି 16 ନମ୍ବର କ୍ରମିକରେ ରହିଛି । ଏହାର ଉଚ୍ଚତା 1672 ମିଟର ବୋଲି ଉଲ୍ଲେଖ କରାଯାଇଛି । ତେବେ ଭାରତ ସରକାରଙ୍କ ଖାତାରେ ଦେଓମାଳି ରହିଥିବା ବେଳେ ରାଜ୍ୟ ସରକାର ପାଖରେ ଏନେଇ ସୂଚନା ନଥିବା ରାଜ୍ୟବାସୀଙ୍କୁ ବ୍ୟଥିତ କରିଛି । ଏନେଇ ସୂଚନା ଅଧିକାର କର୍ମୀ ହେମନ୍ତ କୁମାର ପଣ୍ଡା କହିଛନ୍ତି, "ଦେଓମାଳିକୁ ଓଡ଼ିଶା ଖାତାରେ ରଖିବା ପାଇଁ ଓଡିଶାର ବାଚସ୍ପତି ଓ ମୁଖ୍ୟମନ୍ତ୍ରୀଙ୍କୁ ତଥ୍ୟ ପଠାଇବେ।" ଓଡିଶାର ମନ୍ତ୍ରୀ ଓ ବିଧାୟକମାନେ ପ୍ରପର ହୋମଓ୍ବାର୍କ ନକରି ଅତି ସମ୍ବେଦନଶୀଳ ପ୍ରସଙ୍ଗରେ ଖାମଖିଆଲି ବିବୃତି ଦେଇ ଓଡିଶାର ଲୋକଙ୍କୁ ଭ୍ରମିତ କରୁଥିବା ଅଭିଯୋଗ ଆଣିଛନ୍ତି ହେମନ୍ତ ପଣ୍ଡା।

ଏହା ମଧ୍ୟ ପଢ଼ନ୍ତୁ: ଦେଓମାଳି କାହାର ? ବାଚସ୍ପତିଙ୍କ ନିର୍ଦ୍ଦେଶ, ତିନି ବିଭାଗ ସମନ୍ୱୟରେ ନିଅ ପଦକ୍ଷେପ

ସୂଚନା ଥାଉକି, ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ ପାତ୍ର କୋରାପୁଟର ଦେଓମାଳିକୁ ନେଇ ବିଧାନସଭାରେ ଦେଇଥିବା ଉତ୍ତର ଦେବାପରେ ଗୃହରେ କ୍ଷୋଭ ପ୍ରକାଶ କରିଥିଲେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି । ମନ୍ତ୍ରୀଙ୍କ ଉତ୍ତରକୁ ନେଇ ଆଚମ୍ବିତ ହୋଇଥିବା ବାଚସ୍ପତି ମଧ୍ୟ କହିଥିଲେ । ତେଣୁ ଜଙ୍ଗଲ, ରାଜସ୍ୱ ଓ ପର୍ଯ୍ୟଟନ ବିଭାଗ ମିଳିତ ଭାବେ ବୈଠକ କରି ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ ବାଚସ୍ପତି ବିକ୍ରମ କେଶରୀ ଆରୁଖ । ଓଡିଶା-ଆନ୍ଧ୍ର ସୀମାନ୍ତ କୋଟିଆରେ ଆନ୍ଧ୍ରର ଅନୁପ୍ରବେଶକୁ ନେଇ ବିବାଦ ଲାଗିରହିଥିବା ବେଳେ ବିଧାନସଭାରେ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ବିନୀ ପାତ୍ରଙ୍କ ଉତ୍ତର ଅନେକ ପ୍ରଶ୍ନ ଛିଡା କରିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.