ବଲାଙ୍ଗୀରରେ Jawad ପ୍ରଭାବ, ଭିଜିଲା ଧାନ ଚିନ୍ତାରେ ଚାଷୀ

author img

By

Published : Dec 5, 2021, 8:10 PM IST

Cyclone Jawad effect

ବାତ୍ୟା ଜୱାଦ ପ୍ରଭାବରେ ଗତ ରାତିରୁ ବର୍ଷା ଲାଗି ରହିଛି। ଅଦିନିଆ ବର୍ଷା ଚାଷୀଙ୍କ ପାଇଁ କାଳ ସାଜିଛି। ଅମଳ ପୂର୍ବରୁ ବର୍ଷା ଯୋଗୁଁ ବଲାଙ୍ଗୀର ଜିଲ୍ଲାର ଧାନ ଫସଲ ବହୁଳ ଭାବରେ ନଷ୍ଟ ହୋଇଛି। ଯାହାକୁ ନେଇ ଚାଷୀ ଏବେ ଚିନ୍ତାରେ। ଅଧିକ ପଢନ୍ତୁ

ବଲାଙ୍ଗୀର: ବାତ୍ୟା ଜୱାଦ ପ୍ରଭାବରେ ଗତ ରାତିରୁ ବର୍ଷା ଲାଗି ରହିଛି । ଅଦିନିଆ ବର୍ଷା ଚାଷୀଙ୍କ ପାଇଁ କାଳ ସାଜିଛି । ଅମଳ ପୂର୍ବରୁ ବର୍ଷା ଯୋଗୁଁ ବଲାଙ୍ଗୀର ଜିଲ୍ଲାର ଧାନ ଫସଲ ବହୁଳ ଭାବରେ ନଷ୍ଟ ହୋଇଛି। ଯାହାକୁ ନେଇ ଚାଷୀ ଏବେ ଚିନ୍ତାରେ।

ବଲାଙ୍ଗୀରରେ ବାତ୍ୟା ଜୱାଦ ପ୍ରଭାବ ଯୋଗୁଁ ଗତ ବିଳମ୍ବିତ ରାତିରୁ ଝିପି ଝିପି ବର୍ଷା ଲାଗି ରହିଛି। ତେବେ ପାଣିପାଗ ବିଭାଗର ଅନୁମାନ କ୍ରମେ ବଲାଙ୍ଗୀର ଜିଲ୍ଲାରେ ଜୱାଦ ବିଶେଷ ପ୍ରଭାବ ପଡି ନ ଥିଲା । ହେଲେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଗତ ଦୁଇ ଦିନ ହେଲା ପାଗ କୋହଲା ଥିବା ବେଳେ ଗତ ରାତିରୁ ବର୍ଷା ହେଉଛି। ସେପଟେ କ୍ଷେତରେ ଧାନ ଅମଳ ହେବାର ସ୍ଥିତିରେ ଥିବା ବେଳେ ବର୍ଷା ସବୁ ଧାନ ଫସଲ ନଷ୍ଟ କରିଛି। ସବୁ ଧାନ କ୍ଷେତରେ ପାଣି ଲହଡ଼ି ମାରୁଥିବା ବେଳେ ଧାନ ସମ୍ପୂର୍ଣ୍ଣ ଭାବରେ ପାଣିରେ ଓଦା ହୋଇ ନଷ୍ଟ ହୋଇ ଯାଇଛି । ତେବେ ଚଳିତ ବର୍ଷ ବଲାଙ୍ଗୀର ଜିଲ୍ଲାରେ ତିନି ଲକ୍ଷ ହେକ୍ଟର ଧାନ ଚାଷ ହୋଇଥିବା ବେଳେ କିଛି ସ୍ଥାନରେ ସ୍ବଳ୍ପ ବୃଷ୍ଟି ପାତ ଯୋଗୁଁ ଗଜା ମରୁଡି ହୋଇ ଫସଲ ନଷ୍ଟ ହୋଇଥଲା।

Cyclone Jawad effect: ବଲାଙ୍ଗୀରରେ ଧାନ ଫସଲ ନଷ୍ଟ, ଚିନ୍ତାରେ ଚାଷୀ

ଅନ୍ୟପଟେ ଯେଉଁଠି ଭଲ ବର୍ଷା ହୋଇଥିଲା ସେହି ଅଞ୍ଚଳରେ ଭଲ ଧାନ ଅମଳ ହେବ ବୋଲି ଚାଷୀ ଆଶା ରଖିଥିଲେ । ଏବଂ ଋଣ ଇତ୍ୟାଦି ନେଇ ଧାନ ଚାଷ କରିଥିଲେ । ଧାନ ଚାଷ ମଧ୍ୟ ଭଲ ହୋଇଥିଲା । ହେଲେ ଏହି ବର୍ଷା ସେସବୁକୁ ମଧ୍ୟ ନଷ୍ଟ କରିଦେଇଛି। ତେବେ ପୂର୍ବରୁ ଅଳ୍ପ କିଛି ଚାଷୀ ତାଙ୍କ ଧାନ ଫସଲ ଅମଳ କରିଥିଲେ ହେଁ ଅଧିକାଂଶ ଚାଷୀ ଧାନ ଅମଳ କରି ପାରିନାହାନ୍ତି । ଏବଂ ତାଙ୍କ ଧାନ ଏବେ ବିଲରେ ହିଁ ପାଣିରେ ବୁଡି ନଷ୍ଟ ହୋଇଛି ।

ଯାହାଫଳରେ ଚାଷୀ ଏବେ ଚିନ୍ତାରେ ଥିବା ବେଳେ ବର୍ଷ ତମାମ ପେଟପାଟଣାକୁ ନେଇ ତାଙ୍କ ଉପରେ ଭାଳେଣି ପଡିଛି। ସରକାର ସାହାଯ୍ୟ ନ କଲେ ସେମାନେ ଚଳି ପାରିବେ ନାହିଁ ବୋଲି ଚାଷୀ କହିଛନ୍ତି । ଅନ୍ୟପଟେ ବଲାଙ୍ଗୀର କୃଷି ବିଭାଗ କ୍ଷୟକ୍ଷତିର ଆକଳନ ଗାଁ ସ୍ତରରୁ କରିବ ଓ ସରକାରକୁ ରିପୋର୍ଟ ଦେବ ବୋଲି ସୂଚନା ଦେଇଛି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.