ବଲାଙ୍ଗୀରରେ ବିପର୍ଯ୍ୟସ୍ତ ଆଇନ ବ୍ୟବସ୍ଥା ନେଇ କଂଗ୍ରେସର ଧାରଣା

author img

By

Published : Sep 28, 2022, 7:01 PM IST

ବଲାଙ୍ଗୀରରେ ବିପର୍ଯ୍ୟସ୍ତ ଆଇନ ବ୍ୟବସ୍ଥା ନେଇ ଧାରଣା ଦେଲା କଂଗ୍ରେସ

ବଲାଙ୍ଗୀରରେ ବିପର୍ଯ୍ୟସ୍ତ ହୋଇପଡ଼ିଛି ଆଇନ ବ୍ୟବସ୍ଥା । ଫଳରେ ଜିଲ୍ଲାରେ ଅପରାଧିକ କାର୍ଯ୍ୟକଳାପ ବଢ଼ି ଚାଲିଛି । ଅଧିକ ପଢ଼ନ୍ତୁ

ବଲାଙ୍ଗୀର: ବଲାଙ୍ଗୀରରେ ବିପର୍ଯ୍ୟସ୍ତ ହୋଇପଡ଼ିଛି ଆଇନ ବ୍ୟବସ୍ଥା । ଫଳରେ ଜିଲ୍ଲାରେ ଅପରାଧିକ କାର୍ଯ୍ୟକଳାପ ବଢ଼ିଚାଲିଛି । ଏହାକୁ ନେଇ କଂଗ୍ରେସ ଆଜି ଧାରଣା ଦେଇଛି । ଆଇନ ବ୍ୟବସ୍ଥା ନସୁଧୁରିଲେ ଆଗକୁ ତୀବ୍ରତର ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛି କଂଗ୍ରେସ।

ସୂଚନାନୁସାରେ ଜିଲ୍ଲାରେ ଆଇନ ଶୃଙ୍ଖଳା ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି । ଗତ ଦୁଇମାସ ମଧ୍ୟରେ ବଲାଙ୍ଗୀରରେ ପାଞ୍ଚଟି ହତ୍ୟା, ଶତାଧିକ ଚୋରି ଓ ଲୁଟ୍ ଡକାୟତି ଘଟିଛି । ଏନେଇ ଥାନାରେ ବାରମ୍ବାର ଅଭିଯୋଗ ସତ୍ତ୍ବେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନି । ଯାହାକୁ ନେଇ ଜିଲ୍ଲାବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ବଲାଙ୍ଗୀରରେ ବିପର୍ଯ୍ୟସ୍ତ ଆଇନ ବ୍ୟବସ୍ଥା ନେଇ ଧାରଣା ଦେଲା କଂଗ୍ରେସ

ସେପଟେ ସହରରେ ଏଭଳି କାଣ୍ଡ ଘଟୁଥିବାରୁ ଲୋକେ ମଧ୍ୟ ଭୟଭୀତ ଅବସ୍ଥାରେ ରହୁଛନ୍ତି । ନିଜକୁ ସୁରକ୍ଷିତ ଭାବୁ ନାହାଁନ୍ତି ସହରବାସୀ (Dharna on awful law order situation ) । ତେବେ ଏସବୁ ବିଷୟରେ ପୋଲିସ ଅବଗତ । ତଥାପି ଏଠିକାର ପୋଲିସ୍ ହାତବାନ୍ଧି ବସିଛି । ତେଣୁ ଏହାକୁ ନେଇ କଂଗ୍ରେସ ଦଳର ଶତାଧିକ ସଦସ୍ୟ ଆଜି ବଲାଙ୍ଗୀର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି । ଯଦି ୩୦ଦିନ ମଧ୍ୟରେ ଆଇନ ଶୃଙ୍ଖଳା ବ୍ୟବସ୍ଥା ସୁଦୃଢ଼ ନହୁଏ ତେବେ ରାସ୍ତା ଅବରୋଧ ସହ ଏସପିଙ୍କ କାର୍ଯ୍ୟାଳୟ ଘେରାଉ କରିବେ ବୋଲି କହିଛନ୍ତି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.