ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରି କଂଗ୍ରେସ ନେତା ଅଟକ

author img

By

Published : Sep 22, 2021, 6:16 PM IST

congress leader detain for the cm naveen Patnaik visit bolangir

ବଲାଙ୍ଗୀର ଗସ୍ତରେ ମୁଖ୍ୟମନ୍ତ୍ରୀ ଆସୁଥିବା ବେଳେ ବିଭିନ୍ନ ସ୍ଥାନରେ ବିରୋଧର ସମ୍ଭାବନା ଦେଖି ପୋଲିସ କଂଗ୍ରେସ କର୍ମୀମାନଙ୍କୁ ଅଟକ ରଖିଛି। ଅଧିକ ପଢନ୍ତୁ...

ବଲାଙ୍ଗୀର: ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରି କଂଗ୍ରେସ ନେତା ଅଟକ । ବଲାଙ୍ଗୀର ଗସ୍ତରେ ମୁଖ୍ୟମନ୍ତ୍ରୀ ଆସୁଥିବା ବେଳେ ବିଭିନ୍ନ ସ୍ଥାନରେ ବିରୋଧର ସମ୍ଭାବନା ଦେଖି ପୋଲିସ କଂଗ୍ରେସ କର୍ମୀମାନଙ୍କୁ ଅଟକ ରଖିଛି।

ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରି କଂଗ୍ରେସ ନେତା ଅଟକ

ବଲାଙ୍ଗୀର ଜିଲ୍ଲା ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ କଂଗ୍ରେସ ଏହାକୁ କିଛି ସ୍ଥାନରେ ବିରୋଧ କରିବାର ଥିବାବେଳେ ପୋଲିସ ସୁରକ୍ଷା ଦୃଷ୍ଟିରୁ 20 ରୁ ଅଧିକ କଂଗ୍ରେସ କର୍ମୀଙ୍କୁ ବିଭିନ୍ନ ସ୍ଥାନରେ ଅଟକ ରଖିଛି। ଯେଉଁଥିରେ କଂଗ୍ରେସ ନେତା ତଥା ପୂର୍ବତନ ବିରୋଧୀଦଳ ନେତା ସୁରେନ୍ଦ୍ର ସିଂହ ଭୋଇ ଓ ତାଙ୍କ କର୍ମୀଙ୍କୁ ସଇଁତଳା ପୋଲିସ ଅଟକ ରଖିଛି। ତେବେ କଂଗ୍ରେସ ମରୁଡି, ଚାଷୀ ମୃତ୍ୟୁ ଓ ଟିଟିଲାଗଡକୁ ଜିଲ୍ଲା ମାନ୍ୟତା ଦାବି କରୁଛି। ସେପଟେ ସମାନ ଭାବରେ ପାଟଣାଗଡରେ ମଧ୍ୟ ପୋଲିସ କିଛି କଂଗ୍ରେସ କର୍ମୀଙ୍କୁ ଅଟକ ରଖିଛି।

ସୂଚନାଥାଉକି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବଲାଙ୍ଗୀର ଗସ୍ତରେ ଆସି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲଥ କାର୍ଡର ଶୁଭାରମ୍ଭ କରିଛନ୍ତି । ଏହା ସହ 810 କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରାଯାଇଛି।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.