ଚିକିତ୍ସା ଅବହେଳାରୁ ଶିଶୁ ମୃତ୍ୟୁ ଅଭିଯୋଗ, ଡାକ୍ତରଖାନା ପରିସରରେ ଉତ୍ତେଜନା

author img

By

Published : Mar 15, 2023, 7:52 PM IST

child died in balangir bheema bhoi medical

ଭୀମଭୋଇ ମେଡ଼ିକାଲରେ ଚିକିତ୍ସା ଅବହେଳାରୁ ଶିଶୁ ମୃତ୍ୟୁ ଅଭିଯୋଗ । ଡାକ୍ତରଖାନା ପରିସରରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି । ଅଧିକ ପଢ଼ନ୍ତୁ

ଚିକିତ୍ସା ଅବହେଳାରୁ ଶିଶୁ ମୃତ୍ୟୁ ଅଭିଯୋଗ

ବଲାଙ୍ଗୀର: ଭୀମଭୋଇ ମେଡ଼ିକାଲ କଲେଜର ପିଛା ଛାଡୁନି ବିବାଦ । ପୂର୍ବରୁ ଅନେକ ଅବହେଳା ଜନିତ ବିବାଦରେ ରହି ଆସିଥିବା ଭୀମଭୋଇ ମେଡ଼ିକାଲରେ ଚିକିତ୍ସା ଅବହେଳାରୁ ଶିଶୁ ମୃତ୍ୟୁ ହୋଇଥିବାର ଅଭିଯୋଗ ଆସିଛି । ଯାହାକୁ ନେଇ କିଛି ସମୟ ଧରି ମେଡି଼କାଲ ପରିସରରେ ଉତ୍ତେଜନା ଦେଖିବାକୁ ମିଳିଥିଲା ।

ଅଭିଯୋଗ ଅନୁସାରେ, ବଲାଙ୍ଗୀର ଜିଲ୍ଲା ବୁବେଳ ଗ୍ରାମର ଗୋପାଳ ନାୟକଙ୍କ ତିନି ବର୍ଷର ପୁଅ ମୃତ୍ୟୁଞ୍ଜୟ ନାୟକକୁ ଗତ ମଙ୍ଗଳବାର ରାତି ୧୦ଟାରେ ତାଙ୍କ ପରିବାର ଲୋକେ ଭୀମଭୋଇ ମେଡ଼ିକାଲ କଲେଜ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଶିଶୁକୁ ତରଳ ଝାଡ଼ା ହେଉଥିବାରୁ ସେମାନେ ଏଠିକାର ମାତୃ ଶିଶୁ ଚିକିତ୍ସା ବିଭାଗରେ ଭର୍ତ୍ତି କରିଥିଲେ । ତେବେ ଡାକ୍ତର ଶିଶୁକୁ ଠିକରେ ଚିକିତ୍ସା ନକରିବାରୁ ତାର ମୃତ୍ୟୁ ହୋଇଥିବାର ପରିବାର ଲୋକେ ଅଭିଯୋଗ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: ବର୍ଷେ ହେଲାଣି ଶେଷ ହୋଇ ପାରୁନି 8 କିମି ରାସ୍ତା କାମ, 10 ମିନିଟର ରାସ୍ତା ଅତିକ୍ରମ କରିବାକୁ ଲାଗୁଛି ଘଣ୍ଟାଏ

ଏନେଇ ମୃତ ଶିଶୁର ସମ୍ପର୍କୀୟ କହିଛନ୍ତି, "ଶିଶୁକୁ ତରଳ ଝାଡ଼ା ହେଉଥିଲା । ରାତିରେ ଡାକ୍ତରଖାନାରେ ଆଣି ଭର୍ତ୍ତି କରାଯାଇଥିଲା । ଏଠାକାର ଡାକ୍ତର ଶିଶୁ ଭଲ ଥିବା କହି ଘରକୁ ନେଇ ଯିବାକୁ କହିଥିଲେ । କିନ୍ତୁ ଶିଶୁର ଅବସ୍ଥା ଠିକ ନାହିଁ ଓ ଭର୍ତ୍ତି କରିବାକୁ ପରିବାର ଲୋକେ ଅନୁରୋଧ କରିଥିଲେ । ଭର୍ତ୍ତି ହେବା ପରେ ଡାକ୍ତର ଶିଶୁର କୌଣସି ପରୀକ୍ଷା କଲେ ନାହିଁ । କେବଳ ସାଧାରଣ ଔଷଧ ଦେଇଥିଲେ ।" ଫଳରେ ଶିଶୁଟିର ମୃତ୍ୟ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: Odisha Assembly: ନିଆଁ ଲିଭାଇବା ପାଇଁ ଉନ୍ନତ ଜ୍ଞାନ କୌଶଲ ବ୍ୟବହାର ହେଉଛି: ଜଙ୍ଗଲ ପରିବେଶ ମନ୍ତ୍ରୀ

ଡାକ୍ତରଖାନାର ବ୍ୟବସ୍ଥା ଠିକ କରିବାକୁ ଦାବି ହୋଇଛି । ଅନ୍ୟ ଶିଶୁମାନଙ୍କ ଏପରି ସ୍ଥିତି ନ ହେଉ ବୋଲି ମୃତ ଶିଶୁର ସମ୍ପର୍କୀୟ କହିଛନ୍ତି । ତେବେ ଏହି ଘଟଣାକୁ ନେଇ ମେଡ଼ିକାଲ କଲେଜ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ । ସୂଚନା ଥାଉକି, ଗତ ମାସରେ ମଧ୍ୟ ଚିକିତ୍ସା ଅବହେଳା ଯୋଗୁଁ ଜଣେ 12 ବର୍ଷ ବାଳକର ମୃତ୍ୟୁ ହୋଇଥିବା ଅଭିଯୋଗ ଆସିଥିଲା । ତେଣୁ ବାରମ୍ବାର ଏଭଳି ଅଭିଯୋଗ ଆସିବା ଯୋଗୁଁ ଜନସାଧରଣଙ୍କ ମନରେ ଅସନ୍ତୋଷ ବୃଦ୍ଧି ପାଉଛି । ଏହା ଉପରେ କର୍ତ୍ତୃପକ୍ଷ ସଠିକ ପଦକ୍ଷେପ ନିଅନ୍ତୁ ବୋଲି ଦାବି ହୋଇଛି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.