ଔଷଧ ପାଇଁ କାକୁତି ମିନତି ହେଉଛନ୍ତି HIV ଆକ୍ରାନ୍ତ

author img

By

Published : Dec 4, 2022, 12:00 PM IST

ଔଷଧ ପାଇଁ କାକୁତି ମିନତି ହେଉଛନ୍ତି HIV ଆକ୍ରାନ୍ତ

ଔଷଧ ଆଣିଦେବା ପାଇଁ କାକୁତି ମିନତି ହେଉଛନ୍ତି ବଲାଙ୍ଗୀରର ଜଣେ ଏଚଆଇଭି ସଂକ୍ରମିତ । ସାମ୍ନାକୁ ଆସିଲା ଭିଡିଓ । ଅଧିକ ପଢନ୍ତୁ

ବଲାଙ୍ଗୀର: ଡିସେମ୍ବର ପହିଲାରେ ସାରା ବିଶ୍ବ ଏଡସ ଦିବସ (World Aids Day) ପାଳନ କରିଥିଲା । ଏଡସ ନିୟନ୍ତ୍ରଣ ଓ ନିରାକରଣ ଉଦ୍ଦେଶ୍ୟରେ ଏହି ଦିବସ ପାଳନ କରାଯାଇଥିବା ବେଳେ ଲୋକଙ୍କୁ ସଚେତନ ମଧ୍ୟ କରାଯାଇଥିଲା । ସେହିପରି ଏଥିରେ ଆକ୍ରାନ୍ତ ଲୋକଙ୍କୁ ସବୁ ସୁବିଧା ଓ ଚିକିତ୍ସା ବ୍ୟବସ୍ଥା ଯୋଗାଇ ଦେବାକୁ ଅନେକ ସରକାରୀ ଯୋଜନା ରହିଛି । କିନ୍ତୁ ବିଶ୍ବ ଏଡସ ଦିବସକୁ ଦିନ କେଇଟା ନହେଉଣୁ ଏଡସ ରୋଗୀଙ୍କୁ ଆଣଦେଖା କରାଯାଉଥିବାର ଏକ ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ଜଣେ ଏଡସ ରୋଗୀ ମେଡିସିନ ଆଣିବା ପାଇଁ କାକୁତି ମିନତି ହେଉଥିବା ଦେଖିବାକୁ ମିଳିଛି ।

ଔଷଧ ପାଇଁ କାକୁତି ମିନତି ହେଉଛନ୍ତି HIV ଆକ୍ରାନ୍ତ

ଭିଡିଓରେ ଦେଖିବାକୁ ମିଳିଛି ଯେ, ଜଣେ ଏଚଆଇଭି ଏଡସରେ ପୀଡିତ ଥିବା ବ୍ୟକ୍ତି ମେଡିସିନ ପାଇ ନେହୁରା ହେଉଛନ୍ତି, ମୁଁ ଚାଲି ପାରୁନି ବାପା, ମୋ ପାଇଁ ମେଡିସିନ ଆଣି ଦିଏ ବାପା, ଏପରି ଭାବରେ ବ୍ୟକ୍ତି ଜଣଙ୍କ ନେହୁରା ହେଉଥିବାର ଭିଡିଓରେ ଦେଖିବାକୁ ମିଳିଛି । ବଲାଙ୍ଗୀର ଜିଲ୍ଲାରୁ ଆସିଛି ଏହି ଅଭାବନୀୟ ଚିତ୍ର । ତେବେ କିଛି ସମାଜସେବୀ ଏହି ଭିଡିଓ କରିଥିବା ବେଳେ ସମ୍ପୃକ୍ତ ବ୍ୟକ୍ତି ଜଣକ ଅତି ଋଗ୍ଣ ଥିବା ଓ ଚାଲି ପାରୁ ନ ଥିବାରୁ ସେ ଲୋକଙ୍କୁ ଔଷଧ ଆଣି ଦେବା ପାଇଁ କାନ୍ଦି କାନ୍ଦି ନେହୁରା ହୋଇ କହୁଛନ୍ତି । ଏପରିକି ଔଷଧ ଆଣି ଦେଲେ ପାଞ୍ଚ ଶହ ଟଙ୍କା ଦେବେ ବୋଲି କହୁଛନ୍ତି ।

ଭିଡିଓଟି ସାମ୍ନାକୁ ଆସିବା ପରେ ଯାଞ୍ଚ ପରେ ଏହା ଟିଟିଲାଗଡ଼ ଅଞ୍ଚଳର ବୋଲି ଜଣାପଡ଼ିଥିଲା । ସମ୍ପୃକ୍ତ ବ୍ୟକ୍ତି ଓ ତାଙ୍କ ସ୍ତ୍ରୀ ଏଚଆଇଭି ସଂକ୍ରମିତ ଅଟନ୍ତି । ଏବଂ ସେମାନେ ବଲାଙ୍ଗୀର ଏଆରଟିରେ ପଞ୍ଜିକୃତ ହୋଇଥିବା ବେଳେ ଏଠାରୁ ଔଷଧ ନେଇଥାନ୍ତି । ତେବେ ସେମାନେ ଅସମର୍ଥ ହେବାରୁ ଏଥର ଔଷଧ ପାଇଁ ବଲାଙ୍ଗୀର ଆସି ପାରି ନ ଥିବା ଜଣାପଡ଼ିଛି ।

ଏହା ମଧ୍ୟ ପଢନ୍ତୁ-ସାମ୍ବାଦିକଙ୍କ ଉପରେ ଆକ୍ରମଣ ଅଭିଯୋଗ, ପ୍ରଦୀପ ପୁରୋହିତଙ୍କ ନାଁରେ ଏତଲା

ଏନେଇ ବଲାଙ୍ଗୀର ଜିଲ୍ଲା ଏଚଆଇଭି ପୋଗ୍ରାମ ମ୍ୟାନେଜର ରାଜେନ୍ଦ୍ର ମହାରଣା କହିଛନ୍ତି ଯେ, ‘‘ଏନେଇ ଆମେ ଅବଗତ ରହିଛୁ, ସ୍ୱାସ୍ଥ୍ୟ କର୍ମୀଙ୍କୁ ତାଙ୍କ ପାଖକୁ ପଠାଇ ଔଷଧ ଦିଆଯାଇଥିବା କହିଛନ୍ତି । ସମାନ ଭାବରେ ତାଙ୍କର ଏହି ଅସୁବିଧାର ତଦନ୍ତ ମଧ୍ୟ ସେ କରୁଛନ୍ତି ଓ ତଦନ୍ତ ଅନୁଯାୟୀ ପଦକ୍ଷେପ ନିଆଯିବ’’ ବୋଲି କହିଛନ୍ତି ଏଚ ଆଇଭି ପୋଗ୍ରାମ ମ୍ୟାନେଜର ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.