ଉଚ୍ଛେଦ ପ୍ରକ୍ରିୟାକୁ ନେଇ ବଲାଙ୍ଗୀର ବିଧାୟକଙ୍କ ଉପରେ ବର୍ଷିଲା ବିଜେଡି

author img

By

Published : Dec 3, 2022, 1:17 PM IST

ଉଚ୍ଛେଦ ପ୍ରକ୍ରିୟାକୁ ନେଇ ବିଜେଡିର ସାମ୍ବାଦିକ ସମ୍ମିଳନୀ

ସହରରେ ଏବେ ବିକାଶ ନାଁରେ ଜାରି ରହିଛି ଉଚ୍ଛେଦ ପ୍ରକ୍ରିୟା । ତେବେ ଏହାକୁ ନେଇ ବଲାଙ୍ଗୀର ବିଜେଡି ଏକ ସାମ୍ବାଦିକ ସମ୍ମିଳନୀ କରି ସ୍ଥାନୀୟ ବିଧାୟକଙ୍କୁ ଗରୀବର ଶତ୍ରୁ ବୋଲି ଆଖ୍ୟା କରିଛି । ଏବଂ ନିଜେ ତାଙ୍କ ପରିବାର ଲୋକେ ସରକାରୀ ଜମି ଜବର ଦଖଲ କରି ଲୋକଙ୍କ ଘର ଭାଙ୍ଗୁ ଥିବାର ଆଣିଛି ଅଭିଯୋଗ । ଅଧିକ ପଢନ୍ତୁ

ବଲାଙ୍ଗୀର: ସହରରେ ବିକାଶ ନାଁରେ ଉଚ୍ଛେଦ ପ୍ରକ୍ରିୟା ଜାରି ରହିଛି । ଏହାକୁ ନେଇ ରାଜନୈତିକ ଦଳ ମଧ୍ୟରେ କାଦୁଅ ଫିଙ୍ଗା ରାଜନୀତି ମଧ୍ୟ ଜୋର ଧରିଛି । ବିଗତ ଦିନରେ ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ସାମ୍ବାଦିକ ସମ୍ମିଳନୀ କରି ସ୍ଥାନୀୟ ବିଜେଡି ନେତା ଓ ପ୍ରଶାସନ ଉପରେ ଏହାକୁ ନେଇ ଅଭିଯୋଗ ଆଣିଥିଲେ । ଯେଉଁଥିରେ ବଲାଙ୍ଗୀର ଇନ୍ଦିରା ନଗରକୁ ବିସ୍ଥାପିତ କରି ସେଠି ମିନି ସେକ୍ରେଟରିଏଟ ତିଆରି କରିବାକୁ ଦାବି କରିଥିଲେ ।

ଉଚ୍ଛେଦ ପ୍ରକ୍ରିୟାକୁ ନେଇ ବିଜେଡିର ସାମ୍ବାଦିକ ସମ୍ମିଳନୀ

ସେହିପରି ବଲାଙ୍ଗୀର ବିକାଶ କଥା ଜୋର ଉଠିଥିବା ବେଳେ ଏଥିପାଇଁ ସରକାରଙ୍କଠୁ ଅନୁଦାନ ଆଣିଥିବା ବେଳେ ପ୍ରଶାସନ କାହାର ଚାପରେ କାମ କରୁନାହିଁ ବୋଲି ପ୍ରଶ୍ନ କରିଥିଲେ । ଏହାଛଡା ବଲାଙ୍ଗୀର ପୌର ପରିଷଦରେ ବ୍ୟାପକ ଦୁର୍ନୀତି ହେଉଥିବାର ଅଭିଯୋଗ କରିଥିଲେ । ଯାହାର ଜବାବରେ ଗତକାଲି ବଲାଙ୍ଗୀର ବିଜେଡି ଏକ ସାମ୍ବାଦିକ ସମ୍ମିଳନୀ କରିଥିଲା । ଯେଉଁଥିରେ ବଲାଙ୍ଗୀର ପୌର ପରିଷଦର କାଉନସିଲର, ଜିଲ୍ଲା ବିଜେଡି କାର୍ଯ୍ୟକାରୀ ସଭାପତି, ଛାତ୍ର ବିଜେଡି, ମହିଳା ବିଜେଡି ସଭାପତି, ନଗର ବିଜେଡି ସଭାପତି ଓ ଜିଲ୍ଲା ଯୁବ ବିଜେଡି ସଭାପତି ପ୍ରମୁଖ ଉପସ୍ଥିତ ଥିଲେ।

ତେବେ ନିଜେ ଏଠିକାର ବିଧାୟକଙ୍କ ସମ୍ପର୍କୀୟ ସରକାରୀ ଜମି ଜବର ଧଖଲ କରିଛନ୍ତି ଏବଂ ତାକୁ ନେଇ କୋର୍ଟରେ ସେମାନେ କେଶ ନମ୍ବର 100/2016ରେ ତାକୁ ତାଙ୍କ ନାଁରେ ଥଇଥାନ କରିବାର ଅପିଲ କରିଛନ୍ତି । ସେହିପରି ତାଙ୍କ ସମ୍ପର୍କୀୟ ସ୍ଥାନୀୟ ଲକ୍ଷ୍ମୀ ନାରାୟଣ ସ୍କୁଲ ଓ ମନ୍ଦିରର ଜମିକୁ ମଧ୍ୟ ଜବର ଦଖଲ କରିଥିବାର ଅଭିଯୋଗ ଆଣିଛନ୍ତି ।

ଅନ୍ୟପଟେ ନିଜେ ସରକାରୀ ଜମି ଜବର ଦଖଲ କରି ସହରରେ ଥିବା ଗରିବ ଲୋକଙ୍କ ଘର ବିକାଶ ନାଁରେ ଭାଙ୍ଗୁ ଥିବାର ଏମାନେ ଅଭିଯୋଗ ଆଣିଛନ୍ତି । ସେହିପର ବଲାଙ୍ଗୀର ପୌର ପରିଷଦରେ କୌଣସି ଦୁର୍ନୀତି ହେଉ ନଥିବା ବେଳେ ସବୁ ନିୟମ ଅନୁସାରେ କାମ ହେଉଥିବାର ବିଜେଡି କହିଛି । ଏହାସହ ସ୍ଥାନୀୟ ବିଧାୟକଙ୍କୁ ଗରିବଙ୍କ ଶତ୍ରୁ ବୋଲି କହିଛି ଦଳ । ସେହିପରି ଏଠିକାର ବିଜେଡି ଦଳ ବିକାଶକୁ ବିରୋଧ କରୁନାହିଁ ତେବେ ବିକାଶ ନାଁରେ ଗରିବ ଲୋକଙ୍କ ଅଯଥାରେ ବିସ୍ଥାପିତ କରାନଯାଉ ବୋଲି ବିଜେଡି ଦାବି କରିଛନ୍ତି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.