ସାବାଡ ହେବେ ରୋଡ ରୋମିଓ: ଏଣିକି ରାସ୍ତାରେ ପଇଁତରା ମାରିବେ ମହିଳା ପୋଲିସ

author img

By

Published : Dec 6, 2021, 9:31 PM IST

ସାବାଡ ହେବେ ରୋଡ ରୋମିଓ: ଏଣିକି ରାସ୍ତାରେ ପଇଁତରା ମାରିବେ ମହିଳା ପୋଲିସ

ଏଣିକି ସାବାଡ ହେବେ ରୋଡ ରୋମିଓ । ସୁରକ୍ଷିତ ଅନୁଭବ କରିବେ ମହିଳା ଓ କଲେଜ ଛାତ୍ରୀ । କାହିଁକିନା ବଲାଙ୍ଗୀର ପୋଲିସ ଗ୍ରହଣ କରିଛି ସ୍ବତନ୍ତ୍ର ପଦକ୍ଷେପ । ଅଧିକ ପଢନ୍ତୁ

ବଲାଙ୍ଗୀର : ଏଣିକି ସାବାଡ ହେବେ ରୋଡରୋମିଓ । ସୁରକ୍ଷିତ ଅନୁଭବ କରିବେ ମହିଳା ଓ କଲେଜ ଛାତ୍ରୀ । କାହିଁକିନା ବଲାଙ୍ଗୀର ପୋଲିସ ଗ୍ରହଣ କରିଛି ସ୍ବତନ୍ତ୍ର ପଦକ୍ଷେପ । ଯେଉଁଥିରେ ସହର ମଧ୍ୟରେ ମହିଳା ପୋଲିସ ସ୍କୁଟି ଧରି ପାଟ୍ରୋଲିଂ କରିବେ । ସହରର ମୁଖ୍ୟ ସ୍ଥାନ ସହ ସ୍କୁଲ, କଲେଜ ଓ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ ଗୁଡିକ ଉପରେ ରଖିବେ ତୀକ୍ଷ୍ଣ ନଜର । ଯୁବତୀମାନେ ରୋଡ଼ ରୋମିଓଙ୍କ କମେଣ୍ଟର ଆଉ ଶିକାର ହେବେବି ବୋଲି ପୋଲିସ କହିଛି ।

ସାବାଡ ହେବେ ରୋଡ ରୋମିଓ: ଏଣିକି ରାସ୍ତାରେ ପଇଁତରା ମାରିବେ ମହିଳା ପୋଲିସ

ତେବେ ପ୍ରଥମ ପର୍ଯ୍ୟାୟରେ ତିନୋଟି ସ୍କୁଟିରେ ଛ ଜଣ ପ୍ରଶିକ୍ଷିତ ମହିଳା ପୋଲିସ ସହରର ପ୍ରମୁଖ ସ୍ଥାନରେ ନିୟୋଜିତ ହୋଇଛନ୍ତି । କୌଣସି ଅସୁବିଧା ହେଲେ ଯୁବତୀମାନେ ମହିଳା ପୋଲିସଙ୍କର ସାହାଯ୍ୟ ନେଇପାରିବେ । ତେବେ ପୂର୍ବରୁ ପୋଲିସ ବଲାଙ୍ଗୀର ସହରକୁ 9ଟି ଜୋନରେ ବିଭକ୍ତ କରି ଚାରୋଟି ବୋଲେରୋ ସହିତ 9ଟି ମୋଟର ସାଇକଲରେ ଦୁଇ ଜଣ ପୋଲିସ ଅଧିକାରୀ ଦିନ ରାତି ପଇଁତରା ମାରୁଛନ୍ତି । ସେହିପରି ସହର ମଧ୍ୟରେ ବେଆଇନ କାର୍ଯ୍ୟ ଓ ଅପରାଧକୁ ରୋକିବ ବୋଲି ପୋଲିସ କହିଛି ।

ପୋଲିସର ଏ କଡା ପାଟ୍ରୋଲିଂ ଦ୍ବାରା ଅସାମାଜିକଙ୍କ ଉତ୍ପାତ ମଧ୍ୟ କମିଛି ବୋଲି ପୋଲିସ ସୂଚନା ଦେଇଛି । ୨ ଦିନ ମଧ୍ୟରେ ପୋଲିସ ଏହିଭଳି 35 ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛି। ତେବେ କିଛି ଲୋକଙ୍କୁ ପ୍ରଥମେ ତାଗିଦ କରି ଛାଡି ଥିବାବେଳେ ସମସ୍ତଙ୍କର ଏକ ଫଟୋ ଓ ଗାଡି ନମ୍ବର ସହ ଏକ ଡାଟା ବେଶ ପୋଲିସ ତିଆରି କରୁଛି । ଏବଂ ପରବର୍ତ୍ତୀ ସମୟରେ ସେମାନେ ଧରା ପଡିଲେ । ତାଙ୍କ ବିରୋଧରେ ଆଇନ ଅନୁସାରେ କଡା କାର୍ଯ୍ୟାନୁଷ୍ଠାନ ନିଆ ଯିବ ବୋଲି ପୋଲିସ କହିଛି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.