ସରକାରୀ ଜମି ଉପରେ ବ୍ୟବସାୟୀଙ୍କ ନଜର୍: ହନ୍ତସନ୍ତ ବସ୍ତି ବାସିନ୍ଦା, ଚେଇଁ ଶୋଇଛି ପ୍ରଶାସନ

author img

By

Published : Dec 1, 2021, 4:09 PM IST

Updated : Dec 1, 2021, 5:38 PM IST

ବସ୍ତିବାସିନ୍ଦାଙ୍କ ଜମି ଉପରେ ବ୍ୟବସାୟୀଙ୍କ ନଜର : ନିଦାବିଷ୍ଣୁ ସାଜିଛି ପ୍ରଶାସନ

ବସ୍ତିବାସିନ୍ଦାଙ୍କ ଜମି ଉପରେ ବ୍ୟବସାୟୀଙ୍କ ନଜର । ଦୀର୍ଘ 30 ବର୍ଷରୁ ସରକାରୀ ଜମିରେ ଘର କରି ରହି ଆସୁଥିବା ଗରିବଙ୍କ ଜମିକୁ ଏବେ କିଛି ବ୍ୟବସାୟୀ ନିଜର ଜମି କହି ଉଚ୍ଛେଦ କରିବାରେ ଲାଗିଛନ୍ତି । ଏଭଳି ଅଭିଯୋଗ ଆସିଛି ବଲାଙ୍ଗୀରରୁ । ଅଧିକ ପଢନ୍ତୁ

ବଲାଙ୍ଗୀର: ବସ୍ତିବାସିନ୍ଦାଙ୍କ ଜମି ଉପରେ ବ୍ୟବସାୟୀଙ୍କ ନଜର । ଦୀର୍ଘ 30 ବର୍ଷରୁ ସରକାରୀ ଜମିରେ ଘର କରି ରହି ଆସୁଥିବା ଗରିବଙ୍କ ଜମିକୁ ଏବେ କିଛି ବ୍ୟବସାୟୀ ନିଜର ଜମି କହି ଉଚ୍ଛେଦ କରିବାରେ ଲାଗିଛନ୍ତି । ସେପଟେ ଏସବୁ ବେଆଇନ କାମ ଏଠି ହେଉଥିବା ବେଳେ ପ୍ରଶାସନ ସବୁ ଜାଣି ଚୁପ ବସିଥିବା ଅଭିଯୋଗ ହୋଇଛି । ବଲାଙ୍ଗୀର ସାଲେପାଲି ଅଞ୍ଚଳରେ ଥିବା କାମାକ୍ଷ୍ୟାନଗର ବସ୍ତିରୁ ଏଭଳି ଅଭିଯୋଗ ଆସିଛି । ଏହି କାମାକ୍ଷ୍ୟାନଗରରେ ଦୀର୍ଘ 30 ବର୍ଷ ଧରି ତିନି ଶହ ଗରିବ ଓ ଶ୍ରମିକ ଶ୍ରେଣୀର ପରିବାର ରହି ଆସୁଛନ୍ତି ।

ବସ୍ତିବାସିନ୍ଦାଙ୍କ ଜମି ଉପରେ ବ୍ୟବସାୟୀଙ୍କ ନଜର : ନିଦାବିଷ୍ଣୁ ସାଜିଛି ପ୍ରଶାସନ

ସେହିପରି ସରକାର ଏମାନଙ୍କୁ ଏଠି ନିଜେ ଆବାସ ଯୋଜନା, ସ୍ୱଚ୍ଛ ଭାରତ ମିଶନରେ ଶୌଚାଳୟ, ରାସ୍ତା ,ବିଦ୍ୟୁତ ସବୁ ସୁବିଧା ଯୋଗାଇ ଦେଇଛନ୍ତି । ସେହିପରି ଏଠାରେ ପ୍ରାଥମିକ ସ୍କୁଲ ମଧ୍ୟ ନିକଟରେ ସରକାର ତିଆରି କରିଛନ୍ତି । ହେଲେ ଏବେ ବଲାଙ୍ଗୀର ଜଣେ ବ୍ୟବସାୟୀ ତ୍ରିପୁରାରୀ ପାଣିଗ୍ରାହୀ ଏହି ବସ୍ତି ଅଞ୍ଚଳକୁ ନିଜର ଜମି କହି ଲୋକଙ୍କୁ ଧମକ ଦେଉଛନ୍ତି । ଏପରିକି ନିଜେ ଜେସିବି ଲଗାଇ ସବୁ ପଟେ ଖାଲ କରିବା ସହ ଲୋକଙ୍କ ରାସ୍ତା ଘାଟ ସବୁ ବନ୍ଦ କରି ଦେଇଛନ୍ତି । ସମାନ ଭାବରେ ଏଠି ଥିବା ସ୍କୁଲ ସାମନାରେ ମଧ୍ୟ ସେ ଖାଲଖମା କରି ଦେଇଛନ୍ତି ।

ସେପଟେ ଏହି ଗରିବ ବସ୍ତି ବାସିନ୍ଦା ନ୍ୟାୟ ପାଇଁ ପୋଲିସ ପ୍ରଶାସନର ଦ୍ୱାରସ୍ତ ହୋଇ ମଧ୍ୟ ନ୍ୟାୟ ପାଉ ନ ଥିବାର କହିଛନ୍ତି । ତେବେ ସହର ଅଧ୍ୟରେ ଏବେ ଜମି କାରବାରରେ ଅଧିକ ମୁନାଫା ଥିବା ବେଳେ ବ୍ୟବସାୟୀ ମାନେ ଏହାକୁ ଆଦରି ନେଇଛନ୍ତି । ବେଆଇନ ଭାବରେ ସେମାନେ ଜମି କାରବାର ରେ ଲିପ୍ତ ରହି ଖୁବ ଲାଭବାନ ହେଉଛନ୍ତି । ଏହି କାରବାର ମଧ୍ୟରେ ବଳି ପଡୁଛନ୍ତି ଏଭଳି ନିରୀହ ଗରିବ ଲୋକ । ତେବେ 30 ବର୍ଷରୁ ଏଠି ବସ୍ତି ବସି ଥିବା ବେଳେ ସରକାର ସବୁ ସୁବିଧା ମଧ୍ୟ ଏହି ବସ୍ତିକୁ ଯୋଗାଇଛନ୍ତି ।

ଏହି ବ୍ୟବସାୟୀ ଏବେ ଉଭା ହୋଇ ସବୁ ଜମି ନିଜର ବୋଲି ଦାବି କରିଛନ୍ତି । ସେପଟେ ଏହି ବସ୍ତିରେ ରହୁଥିବା ଲୋକ ଯଦି ଏହି ବ୍ୟବସାୟୀଙ୍କ ଜମିରେ ରହୁଛନ୍ତି ତାହା ହେଲେ ସରକାର ତାଙ୍କୁ କେମିତି ଆବାସ ଯୋଜନାରେ ଘର, ସ୍ଵଚ୍ଛ ମିଶନରେ ଶୌଚାଳୟ ଓ ରୋଡ଼ ରାସ୍ତା ବିଦ୍ୟୁତ୍‌ ସୁବିଧା ଯୋଗାଇ ଦେଲେ । ତାହାକୁ ନେଇ ଏବେ ବଡ଼ ଦ୍ଵନ୍ଦ ଉପୁଜିଛି । ତେବେ ବସ୍ତି ବାସିନ୍ଦା ଏହି ଜମି ସରକାରୀ ଜମି ଓ ସରକାର ସେମାନଙ୍କୁ ପ୍ରଦାନ କରିଥିବାର କହୁଥିବା ବେଳେ ବ୍ୟବସାୟୀ ନିଜେ ଏହା ତାଙ୍କର ଜମି ବୋଲି ଦାବି କରିଛନ୍ତି।

ଏହିବସ୍ତି ବାସିନ୍ଦାଙ୍କ ଅଭିଯୋଗ ପାଇ ମଧ୍ୟ ଚୁପ ବସିଥିବା ପ୍ରଶାସନ କହିଛି ମାମଲାର ତଦନ୍ତ ଚାଲିଛି । ଜମି କାହାର ତାହା ଖୁବ ଶୀଘ୍ର ସ୍ପଷ୍ଟ ହେବ ବୋଲି ପ୍ରଶାସନ କହିଛି । ତଦନ୍ତ ଅନୁଯାୟୀ ପ୍ରସାଶନ ପଦକ୍ଷେପ ନେବ ବୋଲି କହିଛି। ତେବେ ବଲାଙ୍ଗୀରରେ ଏହି ବସ୍ତିବାସିନ୍ଦାଙ୍କ ଜମିକୁ ନେଇ ବସ୍ତି ବାସିନ୍ଦା ଓ ସମ୍ପୃକ୍ତ ବ୍ୟବସାୟୀ ମୁହାଁମୁହିଁ ହୋଇଛନ୍ତି । ସମସ୍ୟାର ଶିଘ୍ର ସମାଧାନ ନ ହେଲେ ଆଗକୁ ଆଇନ ଶୃଙ୍ଖଳା ପରିସ୍ଥିତି ଦେଖାଦେବ ବୋଲି ମତ ପ୍ରକାଶ ପାଇଛି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

Last Updated :Dec 1, 2021, 5:38 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.