ତୁରେକେଲାରେ ଅର୍ଦ୍ଧଦଗ୍ଧ ଯୁବତୀଙ୍କ ମୃତଦେହ ଉଦ୍ଧାର ଘଟଣା, ପ୍ରେମିକ ଗିରଫ

author img

By

Published : Dec 1, 2022, 11:00 PM IST

Updated : Dec 1, 2022, 11:05 PM IST

ତୁରେକେଲାରେ ଅର୍ଦ୍ଧଦଗ୍ଧ ଯୁବତୀ ମୃତଦେହ ଉଦ୍ଧାର ଘଟଣା, ପ୍ରେମିକ ଗିରଫ

ତୁରେକେଲାରେ ଅର୍ଦ୍ଧଦଗ୍ଧ ଯୁବତୀଙ୍କ ମୃତଦେହ ଉଦ୍ଧାର ଘଟଣା । ପ୍ରେମିକ ଗିରଫ । ବଲାଙ୍ଗୀର ତୁରେକେଲାରୁ ଉଦ୍ଧାର ହୋଇଥିବା ଯୁବତୀଙ୍କ ମୃତେଦହ ଘଟଣା । ପୋଲିସ ପ୍ରେମିକକୁ ଅଭିଯୋଗ ଆଧାରରେ ଗିରଫ କରିଛି । ଅଧିକ ପଢନ୍ତୁ

ବଲାଙ୍ଗୀର: ତୁରେକେଲାରେ ଅର୍ଦ୍ଧଦଗ୍ଧ ଯୁବତୀଙ୍କ ମୃତଦେହ ଉଦ୍ଧାର ଘଟଣା । ଆଜି ଛତିଶଗଡ ରାୟପୁରରେ ଯୁବତୀଙ୍କୁ ପ୍ରେମିକ ହତ୍ୟା କରିଥିବା ଅଭିଯୋଗ ହୋଇଛି । ପୋଲିସ ଅଭିଯୁକ୍ତକୁ ଗିରଫ କରିଛି । ୩ବର୍ଷର ସମ୍ପର୍କ ପରେ ପ୍ରେମିକ ଯୁବତୀଙ୍କୁ ହତ୍ୟା କରିଥିବାର ଅଭିଯୋଗ ଆସିଛି ।

ଗତ ୨୪ ନଭେମ୍ବରରେ ଜଣେ ଯୁବତୀର ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ହୋଇଥିଲା । ପୋଲିସର ତଦନ୍ତ ପରେ ଏହି ଯୁବତୀର ପରିଚୟ ମିଳିଛି । ଯୁବତୀ ଜଣକ ଛତିଶଗଡ ରାଜ୍ୟ ରାୟପୁରର ତନୁ କୁରେ ବୋଲି ଜଣାପଡିଛି । ମୃତ ତନୁ କୁରେ ରାୟପୁରର ମୋବା ସ୍ଥିତ ଏକ୍ସିସ୍ ବ୍ୟାଙ୍କରେ କାମ କରୁଥିଲେ । ଏହା ମଧ୍ୟରେ ତାଙ୍କ ସହ ବଲାଙ୍ଗୀର କଣ୍ଟାବାଞ୍ଜିର ଯୁବକ ସଚିନ ଅଗ୍ରୱାଲ ସହ ପରିଚିତ ହୋଇଥିଲା ଏବଂ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ସେପଟେ ୩ବର୍ଷର ସମ୍ପର୍କ ପରେ ପ୍ରେମିକ ଯୁବତୀଙ୍କୁ ହତ୍ୟା କରିଥିବାର ଅଭିଯୋଗ ଆସିଛି ।

ଏହା ବି ପଢନ୍ତୁ- ମହୁମାଛି ଆକ୍ରମଣରେ ନାବାଳକ ମୃତ

ସୂଚନା ଅନୁସାରେ ଗତ ନଭେମ୍ବର ୨୧ ତାରିଖରେ ତନୁ କୁରେ ନିଖୋଜ ହୋଇଥିଲେ । ପରିବାର ଲୋକେ ଗତ ୨୨ ତାରିଖରେ ନିଖୋଜ ଅଭିଯୋଗ ଥାନାରେ କରିଥିଲେ । ଏପଟେ ୨୪ ତାରିଖ ନଭେମ୍ବରରେ ବଲାଙ୍ଗୀର ତୁରେକେଲା ଜଙ୍ଗଲରୁ ମିଳିଥିବା ଯୁବତୀଙ୍କ ମୃତଦେହ ଖବର ପାଇ ଛତିଶଗଡ ପୋଲିସ ଓ ଯୁବତୀର ପରିବାର ଲୋକେ ବଲାଙ୍ଗୀର ଆସିଥିଲେ । ଯୁବତୀଙ୍କୁ ତାଙ୍କର ଝିଅ ତାନୁ କୁରେ ବୋଲି ପରିବାର ଚିହ୍ନଟ କରିଥିଲେ ।

ସେହିପରି ପୋଲିସ ପାଖରେ ସେମାନେ ଝିଅର ପ୍ରେମିକ ସଚିନ ଅଗ୍ରୱାଲଙ୍କ ବିରୋଧରେ ହତ୍ୟା ଅଭିଯୋଗ ଆଣିଥିଲେ । ତେବେ ଆଜି ବଲାଙ୍ଗୀର ପୋଲିସ ଓ ଛତିଶଗଡ ପୋଲିସ ଯୁବତୀର ପ୍ରେମିକ ସଚିନ ଅଗ୍ରୱାଲଙ୍କୁ ଧରିବାରେ ସଫଳ ହୋଇଛନ୍ତି । ଏହି ମାମଲାରେ ଅଧିକ ତଦନ୍ତ ଜାରି ରହିଥିବାର ବଲାଙ୍ଗୀର ଏସପି ନୀତିନ କୁସଲକର ଫୋନ ଯୋଗେ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ବଲାଙ୍ଗୀର

Last Updated :Dec 1, 2022, 11:05 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.