ସରିଲା ବଲାଙ୍ଗୀର ଲୋକ ମହୋତ୍ସବ, କମ୍ପିଲା ମଞ୍ଚ ଝୁମିଲେ ଦର୍ଶକ

ସରିଲା ବଲାଙ୍ଗୀର ଲୋକ ମହୋତ୍ସବ, କମ୍ପିଲା ମଞ୍ଚ ଝୁମିଲେ ଦର୍ଶକ
ବଲାଙ୍ଗୀର ସମେତ ବିଭିନ୍ନ ଜିଲ୍ଲା ଓ ରାଜ୍ୟ ବାହାର ଲୋକ ନୃତ୍ୟ ଗୀତର ମହାସଙ୍ଗମ ହୋଇଥିବା ଲୋକ ମହୋତ୍ସବ ସମାହିତ ହୋଇ ଯାଇଛି । 3ଦିନ ଧରି ବଲାଙ୍ଗୀରବାସୀ ଏହି ମହୋତ୍ସବର ମଜା ନେଉଥିଲେ । ଅଧିକ ପଢନ୍ତୁ
ବଲାଙ୍ଗୀର: ଜିଲ୍ଲା ଲୋକ ଉତ୍ସବ ଉଦଯାପିତ ହୋଇଛି । ଏକବିଂଶତମ ବଲାଙ୍ଗୀର ଲୋକ ଉତ୍ସବ ୨୨-୨୩ର ଚତୁର୍ଥ ଦିବସରେ ଭକ୍ତି ସଙ୍ଗୀତ, ଲୋକଗୀତ ଓ ଲୋକ ନୃତ୍ୟ ସହିତ ସାଂସ୍କୃତିକ ବିଚିତ୍ରାରେ ଜମିଥିଲା କଳାର ଆସର । ଭକ୍ତି ସଙ୍ଗୀତ, ଲୋକନାଟକ ସହିତ ସାଂସ୍କୃତିକ ବିଚିତ୍ରାରେ କମ୍ପିଥିଲା ମଞ୍ଚ ଆଉ ଝୁମିଥିଲେ ଦର୍ଶକ । ଗତ 20 ତାରିଖରୁ ଚାଲିଥିବା ଜିଲ୍ଲାସ୍ତରୀୟ 21ତମ ଲୋକ ଉତ୍ସବ ଉଦଯାପିତ ହୋଇଯାଇଛି । ସ୍ଥାନୀୟ କୋଶଳ କଳାମଣ୍ଡଳ ସଂସ୍କୃତିକ ପଡ଼ିଆରେ ଏହି ଲୋକ ଉତ୍ସବ ତିନି ଦିନ ଧରି ଚାଲିଥିଲା ଯେଉଁଥିରେ ଜିଲ୍ଲା ଓ ଜିଲ୍ଲା ବାହାର ତଥା ରାଜ୍ୟ ବାହାରର ବିଭିନ୍ନ ଲୋକନୃତ୍ୟ ଗୀତର ମହାସଙ୍ଗମ ଘଟିଥିଲା ।
-
ବଲାଙ୍ଗିର ଲୋକ ଉତ୍ସବ- ୨୨-୨୩ ର ଚତୁର୍ଥ ସନ୍ଧ୍ୟାରେ ଭକ୍ତି ସଙ୍ଗୀତ, ଲୋକନାଟକ ସହିତ ସାଂସ୍କୃତିକ ବିଚିତ୍ରାରେ କମ୍ପୁଛି ମଞ୍ଚ ଓ ଝୁମୁଛନ୍ତି ଦର୍ଶକ l @Culturedeptt @IPR_Odisha pic.twitter.com/iy3H9U70tf
— Collector & DM, Balangir (@CollectorBgr) January 23, 2023
ଆସାମର ବିହୁ ନୃତ୍ୟ, ପଞ୍ଜାବର ଭାଙ୍ଗଡା, ମଧ୍ୟପ୍ରଦେଶର ବିଦାଇ, ହରିୟାଣାର ଘୁମର୍ ନୃତ୍ୟର ତାଳେତାଳେ ଝୁମିଥିଲେ ଦର୍ଶକ । ସେହିପରି ଓଡ଼ିଶାର ବିଭିନ୍ନ ଜିଲ୍ଲାର ଲୋକନୃତ୍ୟ ଓ ଗୀତର ମଧ୍ୟ ମଜା ନେଇଥିଲେ ଦର୍ଶକ । ତେବେ ଏହାର ଶେଷ ରାତିରେ ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର, 189 ସିଆରପିଏଫ ବାଟାଲିୟନ କମାନଡେଣ୍ଟ ପବନ ତିୱାରୀ ପ୍ରମୁଖ ସାମିଲ ହୋଇଥିଲେ। ସେହିପରି ଲୋକ ଉତ୍ସବ ପାଇଁ ପୂର୍ବରୁ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗୀତାରେ ସଫଳ ହୋଇଥିବା ପ୍ରତିଯୋଗୀଙ୍କୁ ଏଥିରେ ସମସ୍ତେ ସମ୍ମାନିତ କରିଥିଲେ । ସେପଟେ ଏହି ପରିପେକ୍ଷୀରେ ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ଆମ କୋଷଳି ଭାଷାର ସରକାରୀ ମାନ୍ୟତା ଦାବି କରିଛନ୍ତି । ତେବେ ଅଞ୍ଚଳ କଳା ସଂସ୍କୃତିର ବିକାଶ ଓ ତାକୁ ବଞ୍ଚାଇବାକୁ ହେଲେ ଆମ ଭାଷାର ମାନ୍ୟତା ଆବଶ୍ୟକ ବୋଲି ସେ କହିଛନ୍ତି । ଯାହା ପାଇଁ ସମ୍ବିଧାନରେ ସଂଶୋଧନ ଆଣି ଆମ ଭାଷାକୁ ମାନ୍ୟତା ଦିଆଯାଉ ବୋଲି କହିଛନ୍ତି ବିଧାୟକ ନରସିଂହ ମିଶ୍ର ।
ସେହିପରି ନିକଟରେ ସରକାର ସାନ୍ତାଳୀ ଭାଷାକୁ ଏହିପରି ମାନ୍ୟତା ଦେଇଛନ୍ତି ଏବଂ ସାନ୍ତାଳୀ ଭାଷା କହୁଥିବା ଲୋକଙ୍କ ଅପେକ୍ଷା ଆମ ଭାଷା କହୁଥିବା ଲୋକଙ୍କ ସଂଖ୍ୟା ଅଧିକ । ଯେଉଁଥିରେ ସାରା ପଶ୍ଚିମ ଓଡିଶା ଏହି ଭାଷା କହିଥାଏ। ତେଣୁ ଆମ ଭାଷା ର ମାନ୍ୟତା ଜରୁରୀ ବୋଲି ସେ କହିଛନ୍ତି । ଆମ ଭାଷାରେ ତିଆରି ସିନେମା ଭୁଖା, ଆଦିମ ବିଚାର ଓ ସଲାବୁଢ଼ା ସାରା ପୃଥିବୀ ପ୍ରସିଦ୍ଧ । ତେବେ ଆମ ଭାଷା ଉଚ୍ଚକୋଟିର ହୋଇଥିବା ସହ ଆମ ସଂସ୍କୃତି ମଧ୍ୟ ଉଚ୍ଚ କୋଟିର ବୋଲି କହିଛନ୍ତି ବିଧାୟକ ନିରସିଂହ ମିଶ୍ର । ଏହା ଆମକୁ ଏକ ଡୋରୀରେ ବାନ୍ଧି ରଖିବା ସହ ଆମର ବିକାଶ ମଧ୍ୟ ସମ୍ଭବ ବୋଲି କହିଛନ୍ତି ।
ଉତ୍ସବର ଚାରି ଦିନରେ କୋଣ ଅନୁକୋଣରୁ ଲକ୍ଷାଧିକ ଲୋକଙ୍କ ସମାଗମ ହୋଇଥିଲା । ଯେଉଁଥିରେ ପଲ୍ଲୀଶ୍ରୀ ମେଳା ଓ ହସ୍ତଶିଳ୍ପ ମେଳା ସହିତ ଜିଲ୍ଲା ଓ ଜିଲ୍ଲା ବାହାର ଲୋକ ନୃତ୍ୟଗୀତ ପ୍ରଦର୍ଶିତ ହୋଇଥିଲା । ବାହାର ରାଜ୍ୟର 6ଟି ବଡ଼ କଳା ସଂଗଠନ ସହିତ ଓଡ଼ିଶାର ବିଭିନ୍ନ 7ଟି ଜିଲ୍ଲାର କଳାକାରମାନେ ଏଠି ଲୋକନୃତ୍ୟ ପ୍ରଦର୍ଶିତ କରି ଉପସ୍ଥିତ ଲୋକଙ୍କ ମନ ଜିଣିଥିବା କହିଛନ୍ତି ଜିଲ୍ଲାପାଳ । ଆଗାମୀ ଦିନରେ ଏହାକୁ ଆହୁରି ଧୁମଧାମରେ ପାଳନ କରାଯିବ ଓ ବଲାଙ୍ଗୀର କୋଶଳ କଳାମଣ୍ଡଳକୁ ଏକ ବଡ଼ ସାଂସ୍କୃତିକ ହବ୍ ଭାବରେ ଗଢି ତୋଳାଯିବ ବୋଲି କହିଛନ୍ତି ଜିଲ୍ଲାପାଳ ଚଞ୍ଚଳ ରାଣା ।
ବଲାଙ୍ଗୀର ଲୋକ ମହୋତ୍ସବ ଉଦଯାପିଦ ହୋଇଥିଲେ ବି ଜିଲ୍ଲାବାସୀଙ୍କୁ ଆଉ ଟିକେ ମନୋରଞ୍ଜନ କରାଯିବା କାର୍ଯ୍ୟକ୍ରମ ରହିଛି । ଆଜି(ମଙ୍ଗଳବାର) ଷ୍ଟାର୍ ନାଇଟ୍ କାର୍ଯ୍ୟକ୍ରମ ହେବ । କଣ୍ଠଶିଳ୍ପୀ ଅସିମା ପଣ୍ଡା ଓ ପଙ୍କଜ ଜାଲଙ୍କ ସଙ୍ଗୀତରେ ଝୁମିବେ ଜିଲ୍ଲାବାସୀ । ରାତି 7ଟାରୁ ଆରମ୍ଭରେ ସଂଙ୍ଗୀତ କାର୍ଯ୍ୟକ୍ରମ ।
ଇଟିଭି ଭାରତ, ବଲାଙ୍ଗୀର
