ଦୁଇ ଅଧ୍ୟାପକଙ୍କୁ ମରଣାନ୍ତକ ଆକ୍ରମଣ, ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି

author img

By

Published : Sep 24, 2022, 3:18 PM IST

attack on two lecture in balangir

ବଲାଙ୍ଗୀରରେ ଦୁଇ ଅଧ୍ୟାପକଙ୍କୁ ମରଣାନ୍ତକ ଆକ୍ରମଣ । ଏସଆଇଏଚଏମ ହୋଟେଲ ମ୍ୟାନେଜମେଣ୍ଟ କଲେଜର ଦୁଇ ଅଧ୍ୟାପକଙ୍କୁ କିଛି ଦୁର୍ବୃତ୍ତ ମରଣାନ୍ତକ ଆକ୍ରମଣ କରିଥିବା ଜଣାପଡ଼ିଛି । ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି । ଅଧିକ ପଢ଼ନ୍ତୁ

ବଲାଙ୍ଗୀର: ଦୁଇ ଅଧ୍ୟାପକଙ୍କୁ ମରଣାନ୍ତକ ଆକ୍ରମଣ । ବଲାଙ୍ଗୀର ଜିଲ୍ଲାରେ ଅବସ୍ଥିତ ଏସଆଇଏଚଏମ ହୋଟେଲ ମ୍ୟାନେଜମେଣ୍ଟ କଲେଜର ଦୁଇ ଅଧ୍ୟାପକ ସାହିଲ ସାହୁ ଓ ବିଜୟ କରନଙ୍କୁ କିଛି ଦୁର୍ବୃତ୍ତ ମରଣାନ୍ତକ ଆକ୍ରମଣ କରିଥିବା ଜଣାପଡ଼ିଛି । ଗୁରୁତର ଅବସ୍ଥାରେ ଜଣଙ୍କୁ ବୁର୍ଲାରେ ଭର୍ତ୍ତି କରାଯାଇଥିବାବେଳେ, ଅନ୍ୟ ଜଣଙ୍କୁ ରାଜ୍ୟ ବାହାରକୁ ସ୍ଥାନାନ୍ତରିତ କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।

ଦୁଇ ଅଧ୍ୟାପକଙ୍କୁ ମରଣାନ୍ତକ ଆକ୍ରମଣ

ସୂଚନା ଅନୁଯାୟୀ, ଦୁଇ ଅଧ୍ୟାପକ ସାହିଲ ସାହୁ ଓ ବିଜୟ କରନ କଲେଜ କାମ ସାରି ନିଜ କ୍ୱାଟରକୁ ଫେରୁଥିବା ସମୟରେ ବଲାଙ୍ଗୀର ସାଲେପାଲିଠାରେ କିଛି ଦୁର୍ବୃତ୍ତ ତାଙ୍କୁ ଆକ୍ରମଣ କରିଥିଲେ । ଯେଉଁଥିରେ ଦୁଇ ଜଣ ଅଧ୍ୟାପକ ଗୁରୁତର ଆହତ ହୋଇଥିବାଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ସେମାନଙ୍କୁ ଉଦ୍ଧାର କରି ବଲାଙ୍ଗୀର ଭୀମ ଭୋଇ ମେଡିକାଲରେ ଭର୍ତ୍ତି କରିଥିଲା । ତେବେ ଆହତ ଦୁଇ ଜଣଙ୍କ ସ୍ବାସ୍ଥ୍ୟବସ୍ଥା ସଙ୍କଟାପନ୍ନ ଥିବା ଯୋଗୁଁ ଅଧ୍ୟାପକ ସାହିଲ୍ ସାହୁଙ୍କୁ ବୁର୍ଲା ଡାକ୍ତରଖାନା ସ୍ଥାନାନ୍ତରିତ କରାଯାଇଛି ।

ସେହିପରି ଅଧ୍ୟାପକ ବିଜୟ କରନଙ୍କୁ ମଧ୍ୟ ଆନ୍ଧ୍ରପ୍ରଦେଶର ଭାଇଯାକ ସ୍ଥାନାନ୍ତରିତ କରା ଯାଇଛି । ଶାହିଲ ସାହୁ ଝାରସୁଗୁଡ଼ାର ହୋଇଥିବାବେଳେ, ବିଜୟ କରନ ତେଲେଙ୍ଗାନା ରାଜ୍ୟ ନିବାସୀ ବୋଲି ଜଣାପଡିଛି । ସେପଟେ ପୋଲିସ ଏହି ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଚିହ୍ନଟ କରିଥିବାବେଳେ ସେମାନଙ୍କୁ ଖୁବ ଶୀଘ୍ର ଧରାଯିବ ବୋଲି ବଲାଙ୍ଗୀର ଏସଡିପିଓ ତୁଫାନ ବାଗ ସୂଚନା ଦେଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: ବଲାଙ୍ଗୀର ପ୍ରତି ସରକାର ବୈମାତୃକ ମନୋଭାବ ପୋଷଣ କରୁଛନ୍ତି: ବିଧାୟକ ନରସିଂହ ମିଶ୍ର

ବର୍ତ୍ତମାନ ଜିଲ୍ଲାରେ ଅସାମାଜିକ କାର୍ଯ୍ୟକଳାପ ଓ ଲୁଟ ହତ୍ୟା ଭଳି ଘଟଣା ବଢ଼ି ବଢ଼ି ଚାଲିଛି । ନିକଟରେ ବଲାଙ୍ଗୀର ସୋନପୁର ସୀମାବର୍ତ୍ତୀ ଖାର ତରଭା ଗ୍ରାମର ବିଚ୍ ରାସ୍ତାରେ ଜଣେ ପରିବା ବିକାଳିଙ୍କ ପୁଅଙ୍କୁ ଗୋଡେଇ ଗୋଡେଇ ତିନି ଯୁବକ ହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିଥିଲା । ଗ୍ରାମର ମହିଳା କ୍ଷେତ୍ର ପ୍ରଧାନ କାଇନ୍ତରା ଗ୍ରାମରେ ପରିବା ବିକ୍ରି କରୁଥିଲେ। ସନ୍ଧ୍ୟା ସମୟରେ ପୁଅ କାହ୍ନା ତାଙ୍କ ନିକଟକୁ ଛତୁ ଧରି ଆସିଥିଲେ ।

ଏହା ପରେ ସେ ଘରକୁ ଫେରିବା ସମୟରେ ବାଟରେ ତିନି ଜଣ ଯୁବକ ତାଙ୍କୁ ଧାରୁଆ ଅସ୍ତ୍ରରେ ଅତର୍କିତ ଆକ୍ରମଣ କରିଥିଲେ । ଆକ୍ରମଣରେ କାହ୍ନା ଗୁରୁତର ଆହତ ହୋଇଥିବାବେଳେ, କ୍ଷେତ୍ର ପ୍ରଧାନ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ପୁଅକୁ ବଲାଙ୍ଗୀର ଭୀମ ଭୋଇ ମେଡିକାଲରେ ଭର୍ତ୍ତି କରିଥିଲେ । ତେବେ ସେଠାରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାବେଳେ ତାଙ୍କୁ ବୁର୍ଲା ସ୍ଥାନାନ୍ତରିତ କରାଯାଇଥିଲା । ତେବେ ବୁର୍ଲା ଡାକ୍ତରଖାନା ନେବା ବାଟରେ ଯୁବକର ମୃତ୍ୟୁ ହୋଇଥିବା ଜଣାପଡିଥିଲା ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.