Dowry Case Against Royal Family: ପାଲଟା ଅଭିଯୋଗ ଆଣିଲେ ଅର୍କେଶ, କହିଲେ ପତ୍ନୀଙ୍କ ରହିଛି ହାଇଡିମାଣ୍ଡ

author img

By

Published : May 16, 2023, 3:42 PM IST

Updated : May 16, 2023, 4:09 PM IST

Dowry Case Against Royal Family

ବଲାଙ୍ଗୀର ରାଜ ପରିବାର ବିରୋଧରେ ଘରୋଇ ହିଂସା ଅଭିଯୋଗ । ପତ୍ନୀ ଅଦ୍ରିଜାଙ୍କ ଅଭିଯୋଗ ପରେ ପ୍ରତିକ୍ରିୟା ରଖିଛନ୍ତି ଅର୍କେଶ ନାରାୟଣ ସିଂହଦେଓ । ସମ୍ପତ୍ତି ଲୋଭରେ ପତ୍ନୀ ଏଭଳି ଅଭିଯୋଗ ଆଣିଥିବା ସେ କହିଛନ୍ତି । ଅଧିକ ପଢନ୍ତୁ

Dowry Case Against Royal Family: ପାଲଟା ଅଭିଯୋଗ ଆଣିଲେ ଅର୍କେଶ, କହିଲେ ପତ୍ନୀଙ୍କ ହାଇଡିମାଣ୍ଡ ରହିଛି

ବଲାଙ୍ଗୀର: ରାଜା ଘର କଳିକୁ ନେଇ ଏବେ ସବୁଠି ଚର୍ଚ୍ଚା । ରାଜାଘର ବହୁ ଅଦ୍ରିଜା ସିଂହଦେଓ ପୋଲିସ ଓ ଗଣମାଧ୍ୟମରେ ନିର୍ଯାତନା ଅଭିଯୋଗ ଆଣିବା ପରେ ଜବାବ ରଖିଛନ୍ତି ତାଙ୍କ ସ୍ବାମୀ ଅର୍କେଶ ନାରାୟଣ ସିଂହଦେଓ । ସମ୍ପତ୍ତି ଲୋଭରେ ତାଙ୍କର ସ୍ତ୍ରୀ ଏଭଳି ଅଭିଯୋଗ ଆଣିଥିବାର କହିଥିବା ବେଳେ କୋର୍ଟ ଏହା ଉପରେ ନିଷ୍ପତ୍ତି ନେବେ ବୋଲି ସେ କହିଛନ୍ତି ।

Dowry Case Against Royal Family
ବଲାଙ୍ଗୀର ପୋଲିସକୁ ସୁରକ୍ଷା ମାଗିଲେ ଅଦ୍ରିଜା

ବଲାଙ୍ଗୀର ରାଜା ପରିବାରର ସାନ ବୋହୂ ଅଦ୍ରିଜା ତାଙ୍କ ଉପରେ ନିର୍ଯାତନା ଅଭିଯୋଗ ପୋଲିସ ଓ ଗଣମାଧ୍ୟମରେ ଆଣିବା ପରେ ଏହାକୁ ନେଇ ଅନେକ ଆଲୋଚନା ହୋଇଛି । ସେପଟେ ଏହାକୁ ନେଇ ତାଙ୍କ ସ୍ଵାମୀ ଅର୍କେଶ ପ୍ରତିକ୍ରିୟା ରଖିଛନ୍ତି । ସେ କିଛି ଭିଡିଓ ପ୍ରମାଣ ଦେବା ସହ ସମ୍ପତ୍ତି ଲୋଭରେ ଅଦ୍ରିଜା ଏହି ଅଭିଯୋଗ ଆଣିଥିବାର ପାଲଟା ଅଭିଯୋଗ କରିଛନ୍ତି । ବଲାଙ୍ଗୀର ରାଜା ପରିବାରର ଅନଙ୍ଗ ଉଦୟ ସିଂହଦେଓଙ୍କ ସାନ ବୋହୂ ଅଦ୍ରିଜା ଉତ୍ତରାଖଣ୍ଡର ରାଜଧାନୀ ଡେରାଡୁନଠାରେ ଶାଶୂ, ଶ୍ବଶୁର, ବଡ ଦେଢଶୂର କଳିକେଶ ନାରାୟଣ ସିଂହଦେଓ ଓ ତାଙ୍କ ସ୍ଵାମୀ ଅର୍କେଶଙ୍କ ବିରୋଧରେ ଯୌତୁକ ନିର୍ଯାତନା ଅଭିଯୋଗ ଆଣିଛନ୍ତି।

ଏହା ବି ପଢନ୍ତୁ- Balangir Royal Family Feud: ଦେଖନ୍ତୁ ଅର୍କେଶ ଓ ପତ୍ନୀ ଅଦ୍ରିଜାଙ୍କ ଝଗଡା ଭିଡିଓ

ଏହାକୁ ନେଇ ସେ ଗଣମାଧ୍ୟମରେ ମଧ୍ୟ ସମାନ ଅଭିଯୋଗ ଆଣିଥିଲେ । ଅଦ୍ରିଜାଙ୍କ ଅଭିଯୋଗ ପରେ ସ୍ବାମୀ ଅର୍କେଶ ପ୍ରତିକ୍ରିୟା ଦେଇଛନ୍ତି । ଅଦ୍ରିଜା ସମ୍ପତ୍ତି ଲୋଭରେ ଏଭଳି ଅଭିଯୋଗ ଆଣିଥିବା କହିଛନ୍ତି ଅର୍କେଶ । ତାଙ୍କ ହାଇ ଡିମାଣ୍ଡ ପୂରଣ ନହେବାରୁ ସେ ଏଭଳି ମିଥ୍ୟା ଅଭିଯୋଗ ଆଣିଥିବାର କହିଛନ୍ତି । ତେବେ ଗତ ୨୩ ନଭେମ୍ବର ୨୦୧୭ରେ ଅର୍କେଶ ଉତ୍ତରାଖଣ୍ଡର ଅଜୟ କୁମାର ସିଂହଙ୍କ ଝିଅ ଅଦ୍ରିଜାଙ୍କୁ ବିବାହ କରିଥିଲେ। ବିବାହର କିଛି ବର୍ଷ ପରେ ତାଙ୍କ ମଧ୍ୟରେ ଝଗଡା ହେବା ଆରମ୍ଭ ହୋଇଥିଲା ।

ଏହା ବି ପଢନ୍ତୁ- Royals feud: ବଲାଙ୍ଗୀର ରାଜପରିବାର ବିରୋଧରେ ଘରୋଇ ହିଂସା ଅଭିଯୋଗ

ଗତ ୭ରୁ ୮ ମାସ ତଳେ ଅଦ୍ରିଜା ଶାଶୂଘର ଲୋକଙ୍କ ବିରୋଧରେ ଡେରାଡୁନ ଥାନାରେ ଯୌତୁକ ନିର୍ଯାତନା ଅଭିଯୋଗ ଆଣିବା ପରେ ସେ ତାଙ୍କ ଘରେ ରହୁଛନ୍ତି । ହେଲେ ଅଦ୍ରିଜାଙ୍କ ସହ ତାଙ୍କ ବଡ ଭଉଣୀ ଓ ବାପା ସାଙ୍ଗରେ ରହୁଥିବା କହିଛନ୍ତି ଅର୍କେଶ । ସେହିପରି ନିକଟରେ ସେମାନେ ସାହାରାନପୁରର କିଛି ଗୁଣ୍ଡା ଆଣି ତାଙ୍କ ଘରେ ରଖିଥିବା ବେଳେ ଅର୍କେଶ ସେଠାରେ ରହୁନଥିବା ଅଭିଯୋଗ କରିଛନ୍ତି ।

ଇଟିଭି ଭାରତ, ବଲାଙ୍ଗୀର

Last Updated :May 16, 2023, 4:09 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.