ବିଲେଇସର୍ଡା ପଞ୍ଚାୟତରେ ନିଆଁ, ପୋଡ଼ିଗଲା ସମସ୍ତ ଜରୁରୀ କାଗଜ ପତ୍ର

author img

By

Published : Sep 30, 2022, 7:26 PM IST

ବିଲେଇସର୍ଡା ପଞ୍ଚାୟତରେ ନିଆଁ, ପୋଡ଼ିଗଲା ସମସ୍ତ ଜରୁରୀ କାଗଜ ପତ୍ର

ବଲାଙ୍ଗୀର ପୁଇଁନ୍ତଳା ବ୍ଲକ ଅନ୍ତର୍ଗତ ବିଲେଇସର୍ଡା ପଞ୍ଚାୟତରେ ନିଆଁ । ନିଆଁ ଲାଗି ପୋଡ଼ିଗଲା ସବୁ ଆସବାବ ପତ୍ର, କମ୍ପ୍ୟୁଟର ଓ ଜରୁରୀ କାଗଜ ପତ୍ର । ବିଭିନ୍ନ ଦୁର୍ନୀତିକୁ ଢାଙ୍କିବା ପାଇଁ ଜାଣି ଶୁଣି ନିଆଁ ଲଗାଯାଇଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଅଧିକ ପଢ଼ନ୍ତୁ

ବଲାଙ୍ଗୀର: ବିଲେଇସର୍ଡା ପଞ୍ଚାୟତରେ ନିଆଁ । ପୋଡ଼ିଗଲା ସବୁ ଆସବାବ ପତ୍ର, କମ୍ପ୍ୟୁଟର ଓ ଜରୁରୀ କାଗଜ ପତ୍ର । ବଲାଙ୍ଗୀର ଜିଲ୍ଲା ପୁଇଁନ୍ତଳା ବ୍ଲକର ଏହି ପଞ୍ଚାୟତ ବିଭିନ୍ନ ଦୁର୍ନୀତି ଅଭିଯୋଗରେ ଚର୍ଚ୍ଚାକୁ ଆସିଥିଲା । ତେବେ ଆଜି ହଠାତ ପଞ୍ଚାୟତ କାର୍ଯ୍ୟାଳୟ ପୋଡ଼ିଯିବା ପରେ ବିଭିନ୍ନ ଦୁର୍ନୀତିକୁ ଢାଙ୍କିବା ପାଇଁ ଜାଣିଶୁଣି ନିଆଁ ଲଗାଯାଇଥିବା ଅଭିଯୋଗ ହୋଇଛି ।

ବିଲେଇସର୍ଡା ପଞ୍ଚାୟତରେ ନିଆଁ, ପୋଡ଼ିଗଲା ସମସ୍ତ ଜରୁରୀ କାଗଜ ପତ୍ର

ବଲାଙ୍ଗୀର ଜିଲ୍ଲାର ଚର୍ଚ୍ଚିତ ବିଲେଇସର୍ଡା ପଞ୍ଚାୟତ ପୁଣି ଚର୍ଚ୍ଚାରେ । ବାରମ୍ବାର ଦୁର୍ନୀତି ଆସୁଥିବା ଏହି ପଞ୍ଚାୟତ କାର୍ଯ୍ୟଳୟରେ ନିଆଁ ଲାଗି ସବୁ ପୋଡ଼ିଯିବା ପୁଣି ଅନେକ ସନ୍ଦେହ ସୃଷ୍ଟି କରିଛି । ତେବେ ଜିଲ୍ଲାର ପୁଇଁନ୍ତଳା ବ୍ଲକରେ ଥିବା ଏହି ବିଲେଇସର୍ଡା ପଞ୍ଚାୟତ କାର୍ଯ୍ୟାଳୟରେ ଆଜି ଭୋରରେ ନିଆଁ ଲାଗି ସବୁ ଆସବାବ ପତ୍ର, କମ୍ପ୍ୟୁଟର ଓ ଜରୁରୀ ତଥା ମହତ୍ତ୍ବପୂର୍ଣ୍ଣ କାଗଜ ପତ୍ର ସବୁ ପୋଡ଼ି ଯାଇଛି । ସେପଟେ ଗ୍ରାମବାସୀ ଏହି ଘଟଣା ଜାଣିବା ବେଳକୁ ସବୁ ପୋଡ଼ି ଯାଇଥିବା ପ୍ରକାଶ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...Etv Bharat Impact: ଆବାସ ଯୋଜନାରେ ଦୁର୍ନୀତି ନେଇ ଭିଜିଲାନ୍ସର ତଦନ୍ତ

ସେପଟେ କାର୍ଯ୍ୟାଳୟ ବନ୍ଦ ଥିବାବେଳେ ପଛ ପଟୁ ଝରକା ଭଙ୍ଗା ଯାଇ କେହି ଏହି ଘଟଣା ଭିଆଇଥିବାର ସନ୍ଦେହ କରାଯାଉଛି । ତେବେ ପଞ୍ଚାୟତରେ ଚାଲିଥିବା ଦୁର୍ନୀତି ଢାଙ୍କିବା ପାଇଁ ଜାଣିଶୁଣି ନିଆଁ ଲଗା ଯାଇଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଏନେଇ ଘଟଣାର ତଦନ୍ତ ଦାବି ହୋଇଛି । ଖବର ପାଇ ପୁଇଁନ୍ତଳା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।

ପୂର୍ବରୁ ସରପଞ୍ଚ ପଦବୀ ପାଇଁ ୪୪ ଲକ୍ଷ ଟଙ୍କା ନିଲାମ ଘଟଣାକୁ ନେଇ ଏହି ପଞ୍ଚାୟତ ସାରା ଦେଶରେ ଚର୍ଚ୍ଚାକୁ ଆସିଥିଲା । ସେହିପରି ନିକଟରେ ଆବାସ ଯୋଜନାରେ ମୃତ ଲୋକଙ୍କ ନାମରେ ଟଙ୍କା ଉଠିଥିବା ଭଳି ଦୁର୍ନୀତିର ବର୍ତ୍ତମାନ ଭିଜିଲାନ୍ସ ତଦନ୍ତ ଆରମ୍ଭ ହୋଇଛି । ସେହିପରି ପଞ୍ଚାୟତରେ ମନରେଗା ଦୁର୍ନୀତି ମଧ୍ୟ ଚର୍ଚ୍ଚାରେ ଆସିଛି । ତେବେ ଏହି ସବୁ ଦୁର୍ନୀତିକୁ ଢାଙ୍କିବା ପାଇଁ ପଞ୍ଚାୟତ କାର୍ଯ୍ୟଳୟରେ ନିଆଁ ଲଗା ଯାଇଥିବା ସନ୍ଦେହ କରାଯାଉଛି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.