ମଦ୍ୟପଙ୍କ ଉନ୍ମତ୍ତକାଣ୍ତ, ଯୁବକଙ୍କ ମଳଦ୍ବାରରେ ଭର୍ତ୍ତି କରିଦେଲେ ଗ୍ଲାସ

author img

By

Published : Sep 17, 2021, 10:01 AM IST

ମଦ୍ୟପଙ୍କ ଉନ୍ମତ୍ତକାଣ୍ତ ;ଯୁବକଙ୍କ ମଳଦ୍ବାରରେ ପୁରାଇଲେ ଗ୍ଲାସ

ମଦ୍ୟପ ଯୁବକଙ୍କ ଉନ୍ମତ୍ତକାଣ୍ତ । ଯୁବକଙ୍କ ମଳଦ୍ବାରରେ ଭର୍ତ୍ତି କରିଦେଲେ ଷ୍ଟିଲ ଗ୍ଲାସ । ଏଭଳି ଅମାନୁଷିକ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ରାମଚନ୍ଦ୍ରପୁର ଗାଁରେ । ଅଧିକ ପଢନ୍ତୁ...

ବଲାଙ୍ଗୀର: ମଦ୍ୟପ ଯୁବକଙ୍କ ଉନ୍ମତ୍ତକାଣ୍ତ । ଯୁବକଙ୍କ ମଳଦ୍ବାରରେ ଭର୍ତ୍ତି କରିଦେଲେ ଷ୍ଟିଲ ଗ୍ଲାସ । ଏଭଳି ଅମାନୁଷିକ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ରାମଚନ୍ଦ୍ରପୁର ଗାଁରେ । ଆହତ ହୋଇଥିବା ଯୁବକଙ୍କୁ ପ୍ରଥମେ ବଲାଙ୍ଗୀର ଓ ପରେ ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ମଦ୍ୟପଙ୍କ ଉନ୍ମତ୍ତକାଣ୍ତ ;ଯୁବକଙ୍କ ମଳଦ୍ବାରରେ ପୁରାଇଲେ ଗ୍ଲାସ

ସୂଚନା ଅନୁସାରେ, ରାମଚନ୍ଦ୍ରପୁର ଗାଁର ୧୯ ବର୍ଷୀୟ କରୁଣା ଭୋଇ ଶୌଚ ପାଇଁ ନିଟକ ଏକ ସ୍ଥାନକୁ ଯାଇଥିଲେ । ଏହି ସମୟରେ ତିନି ଜଣ ମଦ୍ୟପ ଯୁବକ କରୁଣାଙ୍କ ମଳଦ୍ବାରରେ ଷ୍ଟିଲ ଗ୍ଲାସ ଭର୍ତ୍ତି କରି ଦେଇଥିଲେ । ପରେ ଏ ଘଟଣା ନେଇ ପରିବାରକୁ ଜଣାଇଥିଲେ କରୁଣା ।

ଫଳରେ ପରିବାର ଲୋକେ ତାଙ୍କୁ ସଙ୍ଗେ ସଙ୍ଗେ ଗୁରୁତର ଅବସ୍ଥାରେ ବଲାଙ୍ଗୀର ଭୀମଭୋଇ ମେଡିକାଲରେ ଭର୍ତ୍ତି କରିଥିଲେ । ଅପରେସନ କରି ଗ୍ଲାସ ବାହାର କରିବାକୁ ଡାକ୍ତର ପରାମର୍ଶ ଦେଇଥିଲେ । ପରେ ତାଙ୍କୁ ବୁର୍ଲାକୁ ସ୍ଥାନାନ୍ତର କରାଯାଇଛି । ସେପଟେ ଏ ଘଟଣା ନେଇ ପୋଲିସ ପାଖରେ କୌଣସି ଅଭିଯୋଗ ହୋଇ ନ ଥିବାର ଜଣା ପଡ଼ିଛି ।

ବଲାଙ୍ଗୀରରୁ ଶେଖ ମହମ୍ମହ ଓ୍ବାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.