ହରିଣଙ୍କ ମୃତ୍ୟୁ ନେଇ ଆସିଛି ରିପୋର୍ଟ, ଜୀବାଣୁ ସଂକ୍ରମଣରେ ଯାଇଥିଲା ଜୀବନ

author img

By

Published : Sep 15, 2021, 10:41 PM IST

୯ ହରିଣ ମୃତ୍ୟୁ ପରେ ଆସିଛି ରିପୋର୍ଟ, ଜୀବାଣୁ ସଂକ୍ରମଣରେ ଯାଇଥିଲା ଜୀବନ

ବଲାଙ୍ଗୀର ଜିଲ୍ଲାର ଏକ ମାତ୍ର ହରିଣ ପାର୍କରେ ହରିଣ ମଡକ ଲାଗିଥିଲା। ଯାହା ସମସ୍ତଙ୍କୁ ଚିନ୍ତାରେ ପକାଇଥିବା ବେଳେ ଏବେ ଏହାର କାରଣ ଜୀବାଣୁ ସଂକ୍ରମଣ ବୋଲି ଆସିଛି ପରୀକ୍ଷା ରିପୋର୍ଟ। ଯାହାପରେ ବଲାଙ୍ଗୀର ବନବିଭାଗ ବିଭିନ୍ନ ପ୍ରକାରର ପଦକ୍ଷେପ ନେବା ଆରମ୍ଭ କରିଛି। ଅଧିକ ପଢନ୍ତୁ...

ବଲାଙ୍ଗୀର: ଜିଲ୍ଲାର ହରିଶଙ୍କର ଠାରେ ଥିବା ଏକମାତ୍ର ହରିଣ ପାର୍କରେ ହରିଣ ମଡକ ଲାଗିଥିଲା ଏବଂ ମାତ୍ର ଏକ ମାସ ମଧ୍ୟରେ ଏଠିକାର 9ଟି ହରିଣର ମୃତ୍ୟୁ ସମସ୍ତଙ୍କର ଚିନ୍ତା ବଢ଼ାଇଥିଲା। ସେପଟେ ଏହାକୁ ନେଇ ଏକ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଥିଲା। ଯେଉଁଥିରେ ଭୁବନେଶ୍ୱର ପ୍ରାଣୀବିଜ୍ଞାନ ଓ କଟକ ତଥା ବଲାଙ୍ଗୀରର ବିଶେଷଜ୍ଞମାନେ ସାମିଲ ହୋଇଥିଲେ ।

୯ ହରିଣ ମୃତ୍ୟୁ ପରେ ଆସିଛି ରିପୋର୍ଟ, ଜୀବାଣୁ ସଂକ୍ରମଣରେ ଯାଇଥିଲା ଜୀବନ
୯ ହରିଣ ମୃତ୍ୟୁ ପରେ ଆସିଛି ରିପୋର୍ଟ, ଜୀବାଣୁ ସଂକ୍ରମଣରେ ଯାଇଥିଲା ଜୀବନ

ମୃତ୍ୟୁର ତଦନ୍ତ କରାଯିବା ସହ ମୃତ ହରିଣ ମାନଙ୍କର ରକ୍ତ ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା। ତେବେ ଏହାର ରିପୋର୍ଟ ଆସିଥିବାବେଳେ ଏକ ସ୍ବତନ୍ତ୍ର ବ୍ୟାକ୍ଟେରିଆ କ୍ଲୋଷ୍ଟ୍ରି ଦିୟମ ହେମୋ ଲିଟି କମ ସଂକ୍ରମଣ ଯୋଗୁଁ ହରିଣଙ୍କ ମୃତ୍ୟୁ ହୋଇଥିବାର ସ୍ପଷ୍ଟ ହୋଇଛି ।

୯ ହରିଣ ମୃତ୍ୟୁ ପରେ ଆସିଛି ରିପୋର୍ଟ, ଜୀବାଣୁ ସଂକ୍ରମଣରେ ଯାଇଥିଲା ଜୀବନ

ସେପଟେ ଏହାକୁ ଦୃଷ୍ଟିରେ ରଖି ଅନ୍ୟ ହରିଣଙ୍କୁ ଔଷଧ ଦିଆଯିବା ସହ ଅନ୍ୟାନ୍ୟ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବଲାଙ୍ଗୀର ଡିଏଫଓ କହିଛନ୍ତି। ସେହିପରି ବର୍ତ୍ତମାନ ଚାରି ଶହ ହରିଣ ଥିବାବେଳେ ସେମାନଙ୍କ ସ୍ବାସ୍ଥ୍ୟ ଅବସ୍ଥା ଠିକ ଥିବାର ସେ କହିଛନ୍ତି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.