ରେଙ୍ଗାଲି ଡ୍ୟାମରେ ବଢ଼ୁଛି ଜଳସ୍ତର, ଦ୍ୱିତୀୟ ଥର ନିଷ୍କାସନ ହେଉଛି ବନ୍ଯାଜଳ

author img

By

Published : Sep 16, 2021, 8:53 PM IST

Updated : Sep 17, 2021, 7:21 AM IST

ରେଙ୍ଗାଲି ଡ୍ୟାମ୍‌ରେ ବଢ଼ୁଛି ଜଳସ୍ତର, ଖୋଲିଲା ସୁଇଜ ଗେଟ୍‌

ଉପର ମୁଣ୍ଡରେ ବର୍ଷା ବଢ଼ିବା କାରଣରୁ ଅନୁଗୋଳ ଜିଲ୍ଲାରେ ଥିବା ଓଡିଶାର ଦ୍ବିତୀୟ ବୃହତ୍ତମ ଜଳଭଣ୍ଡାର ରେଙ୍ଗାଲି ଜଳଭଣ୍ଡାରର ଜଳସ୍ତର ବଢିବାରେ ଲାଗିଛି । ଅଧିକ ପଢ଼ନ୍ତୁ...

ଅନୁଗୋଳ: ଉପର ମୁଣ୍ଡରେ ବର୍ଷା ବଢ଼ିବା କାରଣରୁ ଅନୁଗୋଳ ଜିଲ୍ଲାରେ ଥିବା ଓଡିଶାର ଦ୍ବିତୀୟ ବୃହତ୍ତମ ଜଳଭଣ୍ଡାର ରେଙ୍ଗାଲିର ଜଳସ୍ତର ବଢିବାରେ ଲାଗିଛି । ରେଙ୍ଗାଲି ଡ୍ୟାମ୍‌ରେ ଜଳସ୍ତର ବଢ଼ିବା କାରଣରୁ ଆଜି(ଗୁରୁବାର) ଦ୍ଵିତୀୟ ଥର ପାଇଁ ବନ୍ୟାଜଳ ନିଷ୍କାସନ ହୋଇଛି ।

ରେଙ୍ଗାଲି ଡ୍ୟାମ୍‌ରେ ବଢ଼ୁଛି ଜଳସ୍ତର, ଖୋଲିଲା ସୁଇଜ ଗେଟ୍‌

ରେଙ୍ଗାଲି ଡ୍ୟାମରେ ଆଜି(ଗୁରୁବାର) ଗୋଟିଏ ଗେଟ୍ ଖୋଲାଯାଇ ଚଳିତବର୍ଷର ଦ୍ୱିତୀୟ ଥର ବନ୍ଯାଜଳ ନିଷ୍କାସନ ହୋଇଛି। ରେଙ୍ଗାଲି ଡ୍ୟାମ ନିର୍ବାହୀ ଯନ୍ତ୍ରୀ ଅଜିତ ଜେନାଙ୍କ ସୂଚନା ଅନୁଯାଇ ରେଙ୍ଗାଲି ଜଳଭଣ୍ଡାର ସର୍ବୋଚ୍ଚ ଜଳଧାରଣ କ୍ଷମତା ୧୨୩.୫୦ ମିଟର ରହିଛି । ଗୁରୁବାର ସୁଦ୍ଧା ଜଳଭଣ୍ଡାରରେ ଜଳସ୍ତର ୧୨୩.୨୯ ମିଟରରେ ପହଞ୍ଚିଛି । ଜଳଭଣ୍ତାର ମଧ୍ୟକୁ ପ୍ରତି ସେକେଣ୍ଡରେ ୫୧୦୪ ଘନମିଟର ଜଳ ପ୍ରବେଶ ହେଉଛି ।

ପାଓ୍ବାର ହାଉସ ଦେଇ ୫୫୦ ଘନମିଟର ଜଳ ନିଷ୍କାସନ ହେଉଛି । ବର୍ତ୍ତମାନ ୭ ନମ୍ବର ଗେଟ୍ ଦେଇ ଜଳ ନିଷ୍କାସନ ଆରମ୍ଭ ହୋଇଛି। ଡ୍ୟାମରୁ ବନ୍ୟାଜଳ ନିଷ୍କାସିତ ହେଉଥିବାରୁ ନଦୀ ତଳିଆ ଅଞ୍ଚଳ ଓ ପଠାରେ ଥିବା ଗାଁ ଗୁଡିକୁ ସତର୍କ କରାଯାଇଛି । ଏ ନେଇ ରେଙ୍ଗାଲି ଜଳଭଣ୍ଡାର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Last Updated :Sep 17, 2021, 7:21 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.