ଅନୁଗୋଳରେ ବନ୍ୟା ସ୍ଥିତି ତଦାରଖ କଲେ ପ୍ରଶାସନ

author img

By

Published : Sep 18, 2021, 8:15 AM IST

ଅନୁଗୋଳରେ ବନ୍ୟା ସ୍ଥିତି ତଦରଖ କଲେ ପ୍ରଶାସନ

ହୀରାକୁଦରୁ ଏବେ 28ଟି ଗେଟ ଦେଇ ବନ୍ୟାଜଳ ନିଷ୍କାସନ ହେଉଥିବାବେଳେ ନଦୀ ଅବବାହିକାରେ ଥିବା ଗାଁ ଲୋକେ ସମ୍ଭାବ୍ୟ ବନ୍ୟା ଆଶଙ୍କାରେ ରହିଛନ୍ତି । ଯଦି ବନ୍ୟା ହୁଏ, ତେବେ ସେମାନେ କ’ଣ କରିବେ ? ଏଭଳି ସ୍ଥିତିରେ ଆଜି ଅନୁଗୋଳ ଜିଲ୍ଲା ପ୍ରଶାସନ ପକ୍ଷରୁ ପରିସ୍ଥିତି ଅନୁଧ୍ୟାନ କରାଯାଇଛି । ଅଧିକ ପଢନ୍ତୁ...

ଅନୁଗୋଳ: ଫୁଲୁଛି ମହାନଦୀ । ହୀରାକୁଦରୁ ଏବେ 28ଟି ଗେଟ ଦେଇ ବନ୍ୟାଜଳ ନିଷ୍କାସନ ହେଉଥିବା ବେଳେ ନଦୀ ଅବବାହିକାରେ ଥିବା ଗାଁ ଲୋକେ ସମ୍ଭାବ୍ୟ ବନ୍ୟା ଆଶଙ୍କାରେ ରହିଛନ୍ତି । ଯଦି ବନ୍ୟା ହୁଏ, ତେବେ ସେମାନେ କ’ଣ କରିବେ ? ଏଭଳି ସ୍ଥିତିରେ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ପରିସ୍ଥିତି ଅନୁଧ୍ୟାନ କରାଯାଇଛି ।

ଅନୁଗୋଳରେ ବନ୍ୟା ସ୍ଥିତି ତଦରଖ କଲେ ପ୍ରଶାସନ

ଆଜି ଅନୁଗୋଳ ଟିକର ପଡ଼ାରେ ବନ୍ୟା ସ୍ଥିତି ଅନୁଧ୍ୟାନ କରିଛନ୍ତି ଉପଜିଲ୍ଲାପାଳ ବାସୁଦେବ ଶତପଥୀ। ତାଙ୍କ ସହ ଯୋଗାଣ, ତହସିଲ ଓ ବ୍ଲକ କାର୍ଯ୍ୟାଳୟର ଅଧିକାରୀମାନେ ମଧ୍ୟ ବନ୍ୟା ସ୍ଥିତିର ତଦାରଖ କରିଛନ୍ତି । ସମ୍ଭାବ୍ୟ ବନ୍ୟା ପାଇଁ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା ଅଛି କି ନାହିଁ, ଯଦି ପାଣି ବଢେ ତେବେ କିଭଳି ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଆଣି ତାଙ୍କ ପାଇଁ ଖାଦ୍ୟ ସମେତ ଅନ୍ୟାନ୍ୟ ସୁବିଧା ଯୋଗାଇ ଦେଇ ହେବ ତାର ସମୀକ୍ଷା କରିଛନ୍ତି ଉପଜିଲ୍ଲାପାଳ ।

ତେବେ ନଦୀ ଫୁଲୁଥିବାରୁ ଟିକରପଡ଼ାରେ ଥିବା ନାଳ ଗୁଡିକରେ ଆସିଥିବା ବର୍ଷା ଜଳ ନିଷ୍କାସନ ହୋଇପାରି ନାହିଁ । ଯାହାପାଇଁ ପଞ୍ଚାୟତର ତିନିଟି ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇରହିଛି । ତେଣୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.