Corona in School: ଯାଜପୁର ପରେ ଅନୁଗୋଳରେ 10 ଅନ୍ତେବାସୀ ପଜିଟିଭ

author img

By

Published : Dec 7, 2021, 6:33 PM IST

Covid19 in School

ଯାଜପୁର ପରେ ଅନୁଗୋଳରେ ସ୍କୁଲରେ ପଶିଲା କୋରୋନା । ST ଏବଂ SC ହଷ୍ଟେଲରେ 10 ଅନ୍ତେବାସୀ ପଜିଟିଭ ଟିହ୍ନଟ । ଅଧିକ ପଢନ୍ତୁ

ଅନୁଗୋଳ: ସ୍କୁଲ ହଷ୍ଟେଲରେ ଅନ୍ତେବାସୀ କୋଭିଡ ପଜିଟିଭ ଚିହ୍ନଟ । SC ST ହଷ୍ଟେଲରେ 10 ଜଣ ଅନ୍ତେବାସୀ କୋଭିଡ ପଜିଟିଭ ଚିହ୍ନଟ ହେବା ପରେ ଏହାକୁ ନେଇ ଚିନ୍ତା ବଢିଯାଇଛି ।

Covid19 in School: ଯାଜପୁର ପରେ ଅନୁଗୋଳରେ 10 ଅନ୍ତେବାସୀ ପଜିଟିଭ

ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକରେ ଥିବା ବାଲିପଟା ଆଦିବାସୀ ବାଳିକା ହଷ୍ଟେଲରେ ୧୦ ଅନ୍ତେବାସୀ କୋରୋନା ସଂକ୍ରମିତ ଚିହ୍ନଟ । ଆଜି ଅନ୍ତେବାସୀଙ୍କ ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା ବେଳେ ଏହା ଜଣା ପଡିଥିଲା। ଫଳରେ ହଷ୍ଟେଲରେ ରହୁଥିବା ପ୍ରାୟ ୬୫ ଜଣଙ୍କ RTPCR Test ପାଇଁ ନମୁନା ପଠାଯାଇଛି । ପ୍ରଥମେ ଆଣ୍ଟିଜେନ ଟେଷ୍ଟ ପରେ ୧୦ ଜଣ ସଂକ୍ରମିତ ଥିବା ଜଣାପଡିବା ପରେ ଅନ୍ୟ ସମସ୍ତଙ୍କର ଆରଟିପିସିଆର ଟେଷ୍ଟ ପାଇଁ ନମୁନା ପଠାଯାଇଛି । ସଂକ୍ରମିତଙ୍କୁ ସଂଗରୋଧରେ ରଖାଯାଇଛି ।

ଏହା ମଧ୍ୟ ପଢନ୍ତୁ: କସ୍ତୁରବା ବାଳିକା ଉଚ୍ଚ ବିଦ୍ୟାଳୟର 9 ଛାତ୍ରୀ କୋରୋନା ପଜିଟିଭ୍

ଆସନ୍ତାକାଲି ରିପୋର୍ଟ ଆସିବା ପରେ ଆଗାମୀ ପଦକ୍ଷେପ ନିଆଯିବ। ଆସନ୍ତାକାଲି ଠାରୁ ମିଶନ ମୋଡ଼ରେ ଜିଲ୍ଲାରେ ଥିବା ସମସ୍ତ ଆବାସିକ ସ୍କୁଲ ଓ ହଷ୍ଟେଲମାନଙ୍କରେ ଯାଞ୍ଚ କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ତେବେ ଅନୁଗୋଳ ଜିଲ୍ଲାରେ କୋରୋନା ସ୍ଥିତି ସମ୍ପୂର୍ଣ୍ଣ ଆୟତାଧିନ ଥିଲା। ଆଜି ହଠାତ ଏସଟି ହଷ୍ଟେଲରେ ଏତେ ସଂଖ୍ୟାରେ ପଜିଟିଭ ଚିହ୍ନଟ ହେବା ପରେ ପ୍ରଶାସନର ଚିନ୍ତା ବଢି ଯାଇଛି।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.