ନିଯୁକ୍ତି ଦାବିରେ TFL ସମ୍ମୁଖରେ ଛଅଟି ପଞ୍ଚାୟତ ଲୋକଙ୍କ ଆନ୍ଦୋଳନ

author img

By

Published : Nov 24, 2021, 6:34 PM IST

ନିଯୁକ୍ତି ଦାବିରେ TFL ସମ୍ମୁଖରେ ଛଅଟି ପଞ୍ଚାୟତ ଲୋକଙ୍କ ଆନ୍ଦୋଳନ

ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦେବାରେ ଟାଳଟୁଳ ନୀତି ଗ୍ରହଣ କରୁଛି ତାଳଚେର ଫଟିଲାଇଜର ଲିମିଟେଡ଼ (Talcher Fertilizers Limited) । ଯାହା ବିରୁଦ୍ଧରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ସ୍ଥାନୀୟ ଅଞ୍ଚଳରେ ବେକାର ଯୁବକ ଯୁବତୀ। ଅଧିକ ପଢନ୍ତୁ

ଅନୁଗୋଳ : ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦେବାରେ ଟାଳଟୁଳ ନୀତି ଗ୍ରହଣ କରୁଛି ତାଳଚେର ଫଟିଲାଇଜର ଲିମିଟେଡ଼ (TFL) । ଯାହା ବିରୁଦ୍ଧରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ସ୍ଥାନୀୟ ଅଞ୍ଚଳରେ ବେକାର ଯୁବକ ଯୁବତୀ। ଟିଏଲଏଫ କାରଖାନା ଫାଟକ ସମ୍ମୁଖରେ ଆନ୍ଦୋଳନ କରିଛନ୍ତି । ଶତାଧିକ ଗାଁ ଲୋକେ ଆଜି(ବୁଧବାର) ଜିଲ୍ଲାର ତାଳଚେର ବିକ୍ରମ ପୁରଠାରେ ନିର୍ମାଣଧୀନ ଟିଏଲଏଫ କାରଖାନା ସମ୍ମୁଖରେ ଧାରଣା ଦେବା ସହ ପ୍ରତିବାଦ କରିଛନ୍ତି ।

ନିଯୁକ୍ତି ଦାବିରେ TFL ସମ୍ମୁଖରେ ଛଅଟି ପଞ୍ଚାୟତ ଲୋକଙ୍କ ଆନ୍ଦୋଳନ

ଆଞ୍ଚଳିକ ଶ୍ରମିକ ସଂଘ ଡାକରାରେ ସ୍ଥାନୀୟ ଲୋକଙ୍କୁ ସ୍ଥାୟୀ ନିଯୁକ୍ତି ଦେବାକୁ ଦାବି କରିଛନ୍ତି। ଏବେ କମ୍ପାନୀର କାମ ବିଭିନ୍ନ ଠିକା ସଂସ୍ଥା ଦ୍ୱାରା କରାଯାଉଛି । ଯେଉଁଥିରେ ସ୍ଥାନୀୟ ବେକାର ଯୁବକ ଯୁବତୀଙ୍କୁ ନିଯୁକ୍ତି ନ ଦେଇ କମ୍ପାନୀ ବାହାର ରାଜ୍ୟର ଲୋକଙ୍କୁ ନିଯୁକ୍ତି ଦେଉଛି । ଯାହାକୁ ନେଇ ବଢି ଚାଲିଛି ଅସନ୍ତୋଷ । ଏନେଇ ସ୍ଥାନୀୟ ଲୋକେ କମ୍ପାନୀ କର୍ତ୍ତୃପକ୍ଷ ଓ ଜିଲ୍ଲା ପ୍ରଶାସନକୁ ଜଣାଇ ଥିଲେ ବି କୌଣସି ସୁଫଳ ନ ମିଳିନଥିଲା । ନ୍ୟାର୍ଯ୍ୟ ଦାବି ପାଇଁ ସେମାନେ ଏଭଳି ଆନ୍ଦୋଳନ ପନ୍ଥା ଆପଣେଇଛନ୍ତି । ଯଦି କମ୍ପାନୀ କର୍ତ୍ତୃପକ୍ଷ ଦାବି ପୂରଣ ନ କରନ୍ତି । ତେବେ ବାଧ୍ୟ ହୋଇ ସେମାନେ ନିର୍ମାଣ ବନ୍ଦ କରିବେ ବୋଲି ଧମକ ଦେଇଛନ୍ତି। ଏହି ଆନ୍ଦୋଳନରେ ଛଅଟି ପଞ୍ଚାୟତର ଦୁଇ ହଜାରରୁ ଅଧିକ ଲୋକ ସାମିଲ ହୋଇଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.