MCL କ୍ଷତିଗ୍ରସ୍ତଙ୍କ 12ଟି ପ୍ରସ୍ତାବ ଉପରେ ସବ-କମିଟିରେ ଆଲୋଚନା

author img

By

Published : Dec 5, 2021, 3:52 PM IST

MCL କ୍ଷତିଗ୍ରସ୍ତଙ୍କ 12 ଟି ପ୍ରସ୍ତାବ ଉପରେ ସବ-କମିଟିରେ ଆଲୋଚନା

MCL କ୍ଷତିଗ୍ରସ୍ତଙ୍କ ପାଇଁ ସବ କମିଟି ବୈଠକରେ 12ଟି ପ୍ରସ୍ତାବ ଉପରେ ଆଲୋଚନା । ବୈଠକରେ ଯୋଗଦେଲେ ସାଂସଦ, ବିଧାୟକଙ୍କ ସମେତ ବରିଷ୍ଠ ଅଧିକାରୀ । ଅଧିକ ପଢନ୍ତୁ

ଅନୁଗୋଳ: MCL କ୍ଷତିଗ୍ରସ୍ତଙ୍କ ପାଇଁ ସବ କମିଟି ବୈଠକରେ 12 ଟି ପ୍ରସ୍ତାବ ଉପରେ ଆଲୋଚନା । କିଭଳି କ୍ଷତିଗ୍ରସ୍ତଙ୍କୁ ଉଚିତ କ୍ଷତିପୂରଣ ସହ ନିଯୁକ୍ତି ଦିଆଯିବ ସେନେଇ ବୈଠକରେ ଆଲୋଚନା ହୋଇଛି । ପୂର୍ବରୁ ଉପଯୁକ୍ତ କ୍ଷତିପୂରଣ ଦେବାରେ MCL ଟାଳଟୁଳ ନୀତି ଅବଲମ୍ବନ କରୁଥିବା ଅଭିଯୋଗରେ ଜନ ଅସନ୍ତୋଷ ଲାଗି ରହୁଥିଲା ।

MCL କ୍ଷତିଗ୍ରସ୍ତଙ୍କ 12 ଟି ପ୍ରସ୍ତାବ ଉପରେ ସବ-କମିଟିରେ ଆଲୋଚନା

ମହାନଦୀ କୋଇଲା ଖଣି ଅନ୍ତର୍ଗତ ବିଭିନ୍ନ ଖଣିରେ ବହୁ ଦିନରୁ ପଡି ରହିଥିବା ବିସ୍ଥାପନ ସମସ୍ୟାକୁ ନେଇ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ ଗୃହରେ ସବ୍ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟସୂଚୀରେ ଥିବା ୧୨ଟି ସମସ୍ୟାକୁ ପୁଙ୍ଖାନୁପୁଙ୍ଖ ଆଲୋଚନା କରି ଏକ ବାସ୍ତବ, ସକରାତ୍ମକ ଏବଂ ଫଳପ୍ରଦ ନିଷ୍ପତ୍ତି ନିଆଯିବା ଉପରେ ଜିଲ୍ଲାପାଳ ଗୁରୁତ୍ବାରୋପ କରିଥିବା କୁହାଯାଉଛି । RPDACO ସବ୍ କମିଟିରେ ନିଆଯାଉଥିବା ନିଷ୍ପତ୍ତିଗୁଡିକୁ MCL ଗୁରୁତ୍ବର ସହ ନେଇ ସମାଧାନ କଲେ ସମସ୍ତେ ଉପକୃତ ହେବେ ବୋଲି ସାଂସଦ ପରାମର୍ଶ ଦେଇଥିଲେ ।

ସେହିପରି MCL ଜିଲ୍ଲା ପ୍ରଶାସନ ଓ କ୍ଷତିଗ୍ରସ୍ତ ପ୍ରଜା ବିଭିନ୍ନ ସମସ୍ୟାକୁ ଏକ ଦଳଗତ ମନୋବୃତ୍ତି ନେଇ ନିର୍ଦ୍ଧାରିତ ସମୟରେ ସମାଧାନ କରିବାକୁ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ଗୁରୁତ୍ବାରୋପ କରିଛନ୍ତି । ୨୦୦୬ ଥଇଥାନ ଓ ବିସ୍ଥାପନ ନୀତି ଅନୁଯାୟୀ ପ୍ରତ୍ୟେକ ବିସ୍ଥାପିତ ପରିବାରରୁ ୧୮ ବର୍ଷରୁ ଊର୍ଦ୍ଧ୍ବ ସମସ୍ତଙ୍କୁ ନିଯୁକ୍ତି ଦେବା ଉପରେ ବିଧାୟକ ଦାବି ଉପସ୍ଥାପନ କରିଥିଲେ । ବଲଣ୍ଡା ଗ୍ରାମର ବାଦ ପଡିଥିବା ଜମିହରା ପ୍ରଜା ବା ନୋମିନିଙ୍କୁ ନିଯୁକ୍ତି ପୁନର୍ବାସ ଦେବା ସହ ଯେଉଁ ପରିବାରରୁ କେହି ନିଯୁକ୍ତି ପାଇ ନାହାନ୍ତି MCL ନିଯୁକ୍ତି ନିମନ୍ତେ ତୁରନ୍ତ ପଦକ୍ଷେପ ନେବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି ।

କଂସମୁଣ୍ଡା ଗ୍ରାମର ଜମିହରାଙ୍କୁ କଣିହାଁ ବଦଳରେ ତାଳଚେର ସହରାଞ୍ଚଳରେ ମୌଳିକ ସୁବିଧା ଉପରେ ଗୁରୁତ୍ବାରୋପ କରିବାକୁ ଦାବି ହୋଇଛି । ଏହି ବୈଠକରେ ଢେଙ୍କାନାଳ ସାଂସଦ ମହେଶ ସାହୁ, ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ, ସମ୍ବଲପୁର ସାଂସଦଙ୍କ ପ୍ରତିନିଧୀ ଓ ଆରକ୍ଷୀ ଅଧୀକ୍ଷକ ଜଗମୋହନ ମଜନା ପ୍ରମୁଖ ଯୋଗ ଦେଇଥିଲେ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.