ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଗୋଲ୍ଡେନ ବଏ ପ୍ରମୋଦ ଭଗତ ସମ୍ବର୍ଦ୍ଧିତ

author img

By

Published : Sep 27, 2021, 6:23 PM IST

ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଗୋଲ୍ଡେନ ବୟ ପ୍ରମୋଦ ଭଗତ ସମ୍ବର୍ଦ୍ଧିତ

"ଅନୁଗୋଳ ହେଉଛି ମୋ ପାଇଁ ବ୍ୟାଡମିଣ୍ଟନ ଏନ୍ତୁଡ଼ି ଶାଳ । ଏଠାରୁ ମୁଁ ଶିଖିଛି ବ୍ୟାଡମିଣ୍ଟନ ଖେଳ।" ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଯୋଗ ଦେଇ ଏହା କହିଛନ୍ତି ପାରାଲମ୍ପିକ୍‌ ସ୍ୱର୍ଣ୍ଣ ପଦକ ବିଜେତା ପ୍ରମୋଦ ଭଗତ । ଅଧିକ ପଢ଼ନ୍ତୁ...

ଅନୁଗୋଳ: "ଅନୁଗୋଳ ହେଉଛି ମୋ ପାଇଁ ବ୍ୟାଡମିଣ୍ଟନ ଏନ୍ତୁଡ଼ି ଶାଳ । ଏଠାରୁ ମୁଁ ଶିଖିଛି ବ୍ୟାଡମିଣ୍ଟନ ଖେଳ।" ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଯୋଗ ଦେଇ ଏହା କହିଛନ୍ତି ପାରାଲମ୍ପିକ୍‌ ସ୍ୱର୍ଣ୍ଣ ପଦକ ବିଜେତା ପ୍ରମୋଦ ଭଗତ । ଯେଉଁଠାରୁ ସେ ବ୍ୟାଡ୍‌ମିଣ୍ଟନ ଖେଳ ଆରମ୍ଭ କରି ଆଜି ବିଶ୍ୱ ବିଜେତା ହୋଇ ପାରିଛନ୍ତି ସେଠାରେ ତାଙ୍କୁ ଆଜି ସମ୍ବର୍ଦ୍ଧିତ କରାଯାଇଛି । ଗୋଟିଏ ମଞ୍ଚରେ ସମ୍ବର୍ଦ୍ଧିତ ହୋଇଛନ୍ତି ପ୍ରମୋଦ ଓ ତାଙ୍କ ଗୁରୁ ।

ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଗୋଲ୍ଡେନ ବୟ ପ୍ରମୋଦ ଭଗତ ସମ୍ବର୍ଦ୍ଧିତ

ଟୋକିଓ ପାରାଲମ୍ପିକରେ ଦେଶ ପାଇଁ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ପ୍ରମୋଦ ଭଗତଙ୍କୁ ଅନୁଗୋଳ ନାଲକୋ ନଗରରେ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଛି । ଶତାଧିକ କ୍ରୀଡ଼ାପ୍ରେମୀ ଏକ ବାଇକ ରାଲି କରି ପ୍ରମୋଦ ଭଗତଙ୍କୁ ପୁରା ଟାଉନଶିପ ବୁଲାଇ ଥିଲେ । ସବୁଠି ପ୍ରମୋଦଙ୍କୁ ସ୍ୱାଗତ କରାଯିବ ସହ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହାପରେ ନାଲକୋ ଅଡିଟରିଅମ୍‌ରେ ଦି କ୍ଲବ ପକ୍ଷରୁ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା ।

ସଭାରେ ନାଲକୋ ନିର୍ବାହୀ ନିର୍ଦ୍ଦେଶକଙ୍କ ସମେତ ବହୁ ପଦାଧିକାରୀ ଏବଂ କ୍ଲବର ସଦସ୍ୟ ଉପସ୍ଥିତ ରହି ପ୍ରମୋଦଙ୍କୁ ଉତ୍ତରୀୟ, ମାନପତ୍ର ଏବଂ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରିଥିଲେ। ଏହାପରେ ପ୍ରମୋଦଙ୍କ ପ୍ରଥମ ଗୁରୁ, ଯିଏ ଅତବିରା ଗାଁରୁ ପ୍ରମୋଦଙ୍କ ଭଳି ପ୍ରତିଭାଙ୍କୁ ଲୋକଲୋଚନକୁ ଆଣିବାକୁ ନାଲକୋ ଦି କ୍ଲବରେ ପ୍ରଶିକ୍ଷଣ ଦେଇଥିଲେ, ତାଙ୍କୁ ମଧ୍ୟ ସମ୍ମାନିତ କରାଯାଇଛି । ଏହାପରେ ପ୍ରମୋଦ ଏକ ସାମ୍ବାଦିକ ସମ୍ମିଳନୀରେ ଅତବିରା ଭଳି ଏକ ଅଖ୍ୟାତ ପଲ୍ଲୀରୁ ଟୋକିଓ ପର୍ଯ୍ୟନ୍ତ ସଫଳ ଯାତ୍ରାର କାହାଣୀ କହିଥିଲେ।

ପ୍ରମୋଦ ଭଗତଙ୍କ କ୍ରୀଡା ଭୂମି ନାଲକୋ ଥିଲା । ଏବଂ ପ୍ରଥମ ଗୁରୁ ଶିବ ପ୍ରସାଦ ଦାସ ଥିଲେ । ଯିଏ ନିଜ ପକେଟରୁ ଅର୍ଥଖର୍ଚ୍ଚ କରି ପ୍ରମୋଦଙ୍କୁ କ୍ରୀଡ଼ାବିତ୍‌ ପରିଚୟ ଦେଇଥିଲେ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.