ସଡକ ଦୁର୍ଘଟଣା: ଆଖି ବୁଜିଲା ମା, ବାପା ଛୁଆ ଗୁରୁତର

author img

By

Published : Nov 27, 2021, 10:54 PM IST

Fatal road accident: ଆଖି ବୁଜିଲା ମା, ବାପା ଛୁଆ ଗୁରୁତର

ଅନୁଗୋଳ ଜିଲ୍ଲା କାଲଟାକ୍ସ ଛକ ଠାରେ ଟ୍ରକ ଧକ୍କାରେ ଜଣେ ସ୍କୁଟି ଆରୋହୀଙ୍କର ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ

ଅନୁଗୋଳ: ଜିଲ୍ଲାର କାଲଟାକ୍ସ ଛକ ଠାରେ ଟ୍ରକ ଧକ୍କାରେ ଜଣେ ସ୍କୁଟି ଆରୋହୀଙ୍କର ମୃତ୍ୟୁ ହୋଇଛି । ସୂଚନା ଅନୁସାରେ ଅନୁଗୋଳ ସହରର କଲେଜ ଛକ ଅଞ୍ଚଳର ଲିଲି ଦାସ ନାମକ ମହିଳା ତାଙ୍କ ସ୍ଵାମୀ ଓ ଛୋଟ ଛୁଆଙ୍କୁ ଧରି ନିଜ ଭଉଣୀ ଘର ନାଲକୋ କାଣ୍ଡସରକୁ ଯାଉଥିଲେ । ଏତିକିବେଳେ ତୁରଙ୍ଗ ଗ୍ରାମ କାଲଟାକ୍ସ ଛକ ନିକଟରେ ସ୍କୁଟିଟି ଠିଆ ହୋଇଥିବା ବେଳେ ପଛପଟୁ ଏକ 14 ଚକିଆ ଟ୍ରକ ଦ୍ରୁତ ଗତିରେ ଆସି ଧକ୍କା ଦେଇଥିଲା ।

Fatal road accident: ଆଖି ବୁଜିଲା ମା, ବାପା ଛୁଆ ଗୁରୁତର

ଯାହା ଫଳରେ ମହିଳାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ସ୍ଥାନୀୟ ଲୋକେ ଗୁରୁତର ଭାବେ ଉଦ୍ଧାର କରି ତାଙ୍କ ସ୍ଵାମୀ ରମେଶ ଚନ୍ଦ୍ର ଦାସ ଓ ଛୋଟ ପୁଅ ରୋନିତ୍ ଦାସଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିବା ଜଣାପଡିଛି । ପ୍ରତିବାଦ ସ୍ବରୁପ ଲୋକେ ରାସ୍ତାରୋକ କରିଛନ୍ତି । ଫଳରେ ଜାତୀୟ ରାଜପଥର ଉଭୟ ପାର୍ଶ୍ୱରେ ବହୁ ଗାଡି ମଟର ଅଟକି ରହିଥିଲା । ଖବର ପାଇ ଅନୁଗୋଳ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଲୋକଙ୍କୁ ବୁଝାସୁଝା କରିଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.