ବଢ଼ିଲା ନାଳ ମଝିରୁ ବୃଦ୍ଧା ଉଦ୍ଧାର, ସ୍ଥାନୀୟ ଯୁବକଙ୍କୁ ଭୁରି ଭୁରି ପ୍ରଶଂସା

author img

By

Published : Sep 14, 2021, 7:16 PM IST

Updated : Sep 14, 2021, 7:36 PM IST

old lady resuce from heavy water logged river in anugul

ନିଶ୍ଚିତ ମୃତ୍ୟୁ ମୁଖରୁ ବର୍ତ୍ତିଗଲେ ମହିଳା । ସାରା ରାଜ୍ୟରେ ଲଗାଣ ବର୍ଷା ଲାଗି ରହିଥିବାବେଳେ ହଠାତ ନଈ ମଝିରେ ଫସି ରହିଥିଲେ ବୃଦ୍ଧା । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଅନୁଗୋଳ ଜିଲ୍ଲାରେ । ଦମକଳ ବାହିନୀ ଓ ସ୍ଥାନୀୟ ଯୁବକଙ୍କ ଚେଷ୍ଟାବଳରେ ବୃଦ୍ଧାଙ୍କୁ ଉଦ୍ଧାର କରାଯାଇଛି । ଅଧିକ ପଢନ୍ତୁ...

ଅନୁଗୋଳ : ବଞ୍ଚିଗଲା ଜୀବନ। ନାଳ ମଝିରେ ରହି ଯାଇଥିବା ଜଣେ ବୃଦ୍ଧାଙ୍କ ଜୀବନ ଉଦ୍ଧାର ହୋଇଛି। ଦୀର୍ଘ ତିନି ଘଣ୍ଟାର ଅପରେସନ ପରେ ଉଦ୍ଧାର ହୋଇଛନ୍ତି ବୃଦ୍ଧା । ସବୁଠାରୁ ବଡ କଥା ହେଉଛି ନାଳ ମଝିରେ ରହି ଯାଇଥିବା ବୃଦ୍ଧାଙ୍କ ଜୀବନ ବଞ୍ଚାଇବା ସହ ତାଙ୍କ ସେଠାରେ ସୁରକ୍ଷିତ ରଖିବା ପାଇଁ ଅକାତକାତ ପାଣିକୁ ଡେଇଁ ପଡ଼ିଥିଲେ ଯୁବକ । ଆଉ ପାଣି ମଝିରେ ବୃଦ୍ଧା ଜଣଙ୍କୁ ସୁରକ୍ଷିତ ରଖିଥିଲେ । ଆଜି ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା ଅନୁଗୋଳ ଜିଲ୍ଲାରେ ।

ଜିଲ୍ଲାର ସହର ଉପକଣ୍ଠ ଦେଇ ବହି ଯାଇଥିବା ଲିଙ୍ଗିରା ନାଳରେ ହଠାତ ବର୍ଷା ପାଣି ମାଡ଼ି ଆସିଥିଲା । ସକାଳ ସମୟରେ ନାଳ ମଧ୍ୟକୁ ଶୌଚ ପାଇଁ ଯାଇଥିବା ବ୍ରାହ୍ମଣୀ ଦେଇ ବେହେରା ନାମକ ବୃଦ୍ଧା ପାଣି ମାଡ଼ି ଆସିବାରୁ ଆଉ କୂଳକୁ ଆସି ପାରି ନଥିଲେ। ଡେରଜାଙ୍ଗ ଜଳ ସେଚନ ପ୍ରକଳ୍ପରେ ବର୍ଷା ଜଳ ବୃଦ୍ଧି ପାଇବାରୁ ଡ୍ୟାମ କର୍ତ୍ତୃପକ୍ଷ ଗୋଟିଏ ଗେଟ ଖୋଲି ଥିଲେ। ହଠାତ ପାଣି ମାଡ଼ି ଆସିବାରୁ ବୃଦ୍ଧା ଜଣକ ରହି ଯାଇଥିଲେ। ଦମକଳ ବାହିନୀ ଉଦ୍ଧାର ପାଇଁ ପ୍ରାୟ ତିନି ଘଣ୍ଟା ଉଦ୍ୟମ କରିଥିବାବେଳେ ନାଳ ମଧ୍ୟରେ ଭୟଭୀତ ଥିବା ବୃଦ୍ଧାଙ୍କୁ ଉଦ୍ଧାର ପାଇଁ ସ୍ଥାନୀୟ ଯୁବକମାନେ ବଢ଼ିଲା ନାଳ ପ୍ରଖର ସୁଅକୁ ଖାତିର ନକରି ପାଣିକୁ ଡେଇଁ ବୃଦ୍ଧାଙ୍କ ପାଖରେ ପହଞ୍ଚି ଥିଲେ । ତାଙ୍କ ମନୋବଳ ଦୃଢ଼ କରିବା ସହ ସେଠାରେ ବୃଦ୍ଧାଙ୍କୁ ସୁରକ୍ଷିତ ରଖିଥିଲେ।

ବଞ୍ଚିଲା ଗଲା ଜୀବନ, ବଢ଼ିଲା ନାଳ ମଝିରୁ ବୃଦ୍ଧା ଉଦ୍ଧାର

ଶେଷରେ ଡ୍ୟାମ କର୍ତ୍ତୃପକ୍ଷ ପାଣି ବନ୍ଦ କରିବା ପରେ ଦମକଳ ବାହିନୀ ବୋଟ ସାହାଯ୍ୟରେ ବ୍ରାହ୍ମଣୀଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେଇଥିଲେ। ସତରେ ଯଦି ରଖେ ହରି ତ ମାରେ କିଏ । ଯାହା ବାସ୍ତବତା ରୂପେ ଆଜି ପ୍ରମାଣିତ ହୋଇଛି । ଯେଉଁଠି ପାଣିରେ ଯୁବକମାନେ ଭାସି ଯାଉଛନ୍ତି, ସେଇଠି ବୃଦ୍ଧା ଜଣେ ସୁରକ୍ଷିତ ଉଦ୍ଧାର ହୋଇପାରୁଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Last Updated :Sep 14, 2021, 7:36 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.