ଅନୁଗୋଳରେ ବାସଚ୍ୟୁତଙ୍କ ସମସ୍ୟା ବୁଝିଲେ ବିଧାନସଭା ଗୃହ କମିଟି

author img

By

Published : Nov 28, 2021, 3:28 PM IST

ଅନୁଗୋଳରେ ବାସଚ୍ୟୁତଙ୍କ ସମସ୍ୟା ବୁଝିଲେ ବିଧାନସଭା ଗୃହ କମିଟି

ଓଡ଼ିଶା ବିଧାନସଭା ଗୃହ କମିଟିର(Odisha house committee) ଅନୁଗୋଳ ଗସ୍ତ। ଖଣି ଓ ଜଳ ସେଚନ ପ୍ରକଳ୍ପ ଦ୍ବାରା ବାସଚ୍ୟୁତ ହୋଇଥିବା ଲୋକଙ୍କ ସମସ୍ୟା ସମ୍ପର୍କରେ କମିଟିକୁ ଅବଗତ କରିଥିଲେ ଜିଲ୍ଲାପାଳ । ଅଧିକ ପଢନ୍ତୁ

ଅନୁଗୋଳ: ଓଡ଼ିଶା ବିଧାନସଭା ଗୃହ କମିଟିର ଅନୁଗୋଳ ଗସ୍ତ। ଏକ ଦୁଇ ଜଣିଆ କମିଟି ଜିଲା ଗ୍ରସ୍ତ କରି ଖଣି ଓ ଜଳ ସେଚନ ପ୍ରକଳ୍ପ ଦ୍ବାରା ବାସଚ୍ୟୁତ ହୋଇଥିବା ଲୋକଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ଓଡିଶା ବିଧାନସଭାର ଉପବାଚସ୍ପତି ତଥା ଅନୁଗୋଳ ବିଧାୟକ ରଜନୀକାନ୍ତ ସିଂହଙ୍କ ଅଧ୍ୟକ୍ଷତାରେ ଏକ ଦୁଇ ଜଣିଆ ଗୃହ କମିଟି ଅନୁଗୋଳ ଗସ୍ତରେ ଆସି ସ୍ଥାନୀୟ ସର୍କିଟ ହାଉସ ସମ୍ମିଳନୀ କକ୍ଷରେ ବିଭିନ୍ନ ଖଣି, ଜଳ ସେଚନ ପ୍ରକଳ୍ପ ଓ ଶିଳ୍ପ ପ୍ରକଳ୍ପ ଦ୍ବାରା ବାସଚ୍ୟୁତ ହୋଇଥିବା ପରିବାରମାନଙ୍କର ସମସ୍ୟା ଓ ଥଇଥାନ ସମ୍ପର୍କରେ ସମୀକ୍ଷା କରିଥିଲେ । ଏହି କମିଟିରେ ବିଧାୟକ କିଶୋର କୁମାର ମହାନ୍ତି ଉପସ୍ଥିତ ଥିଲେ ।

ଅନୁଗୋଳରେ ବାସଚ୍ୟୁତଙ୍କ ସମସ୍ୟା ବୁଝିଲେ ବିଧାନସଭା ଗୃହ କମିଟି

ତେବେ ଜିଲ୍ଲାପାଳ ଜିଲ୍ଲାରେ ଚାଲୁଥିବା ବିଭିନ୍ନ ଖଣି ଦ୍ବାରା ବାସଚ୍ୟୁତ ହୋଇଥିବା ପରିବାରର ଥଇଥାନ ସମସ୍ୟା ସମ୍ପର୍କରେ କମିଟିକୁ ଅବଗତ କରିଥିଲେ । ଖଣି ଓ ବିଭିନ୍ନ ପ୍ରକଳ୍ପ ଦ୍ବାରା ଜମି ହରାଇଥିବା ପ୍ରଜାମାନଙ୍କୁ ସଠିକ ଭାବେ ଥଇଥାନ କରିବା ସହ ସେମାନଙ୍କର ଦକ୍ଷତା ବୃଦ୍ଧି କରିବାକୁ କମିଟି ପରାମର୍ଶ ଦେଇଥିଲା । ପରିବେଶ ପ୍ରଦୂଷଣକୁ ଦୃଷ୍ଟିରେ ରଖି ଖଣିରୁ ନିର୍ଗତ ହେଉଥିବା ପାଉଁଶ ଓ ବର୍ଜ୍ୟବସ୍ତୁ ମିଶା ପାଣିର ସଠିକ ପରିଚାଳନା କରିବା ସହ ସିଏସଆର କାର୍ଯ୍ୟକୁ ତ୍ବରାନ୍ବିତ ଭାବେ କରିବାକୁ ଅଧ୍ୟକ୍ଷ, ଖଣି କର୍ତ୍ତୃପକ୍ଷମାନଙ୍କୁ ପରାମର୍ଶ ଦେଇଥିଲେ ।

NTPC ୫୭ ଜଣ ଏସଏପିଙ୍କ ମଧ୍ୟରୁ ୪୮ ଜଣଙ୍କୁ ଚାକିରି ଦେଇଛନ୍ତି । ପାଉଁଶ ପରିଚାଳନା ଶତ ପ୍ରତିଶତ କରିବା ସହ ବିଭିନ୍ନ ଆଶ୍ରମ ସ୍କୁଲରେ ସୌର ଆଲୋକର ବ୍ୟବସ୍ଥା କରିଛନ୍ତି ବୋଲି କର୍ତ୍ତୃପକ୍ଷ ପ୍ରକାଶ କରିଛନ୍ତି । NTPC ସି ୫୩ଟି ଗ୍ରାମ ଅଧିଗ୍ରହଣ କରିଛି ଓ ଏଥିରେ ୬୫୦ ଜଣ ଏସଏପି ଅଛନ୍ତି । ନାଲ୍‌କୋ ସମୁଦାୟ ୩୯ଟି ଗ୍ରାମର ଏ.୪୦୯୯.୩୩ ଡେସିମିଲ ଜମି ଅଧଗ୍ରହଣ କରିଛି । ନାଲ୍‌କୋର ଥଇଥାନ ଓ ବିସ୍ଥାପିତ ନିତି ୧୯୮୪ ମସିହାରେ କାର୍ଯ୍ୟକାରୀ ହୋଇଥିବା ନେଇ ବୈଠକରେ ଆଲୋଚନା ହୋଇଥିଲା । ତେବେ ଏହି ସମୀକ୍ଷା ବୈଠକରେ ଜିଲ୍ଲାର ସମସ୍ତ ସରକାରୀ ଅଧିକାରୀ ଉପସ୍ଥିତ ରହିଥିଲେ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.