Elephant Attack: ବୃଦ୍ଧଙ୍କୁ ଦଳି ଦେଲା ଦନ୍ତା

author img

By

Published : Dec 6, 2021, 6:59 PM IST

ହାତୀ ଆକ୍ରମଣରେ ଗଲା ବୃଦ୍ଧଙ୍କ ଜୀବନ

ହାତୀ ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ । ଅନୁଗୋଳ ନଳଚନ୍ଦ୍ରପୁର ଗାଁରେ ଘଟିଛି ଅଘଟଣ । ଅଧିକ ପଢନ୍ତୁ

ଅନୁଗୋଳ: ହାତୀ ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ । ଅନୁଗୋଳ ଜିଲ୍ଲାର ବଅଁରପାଳ ଥାନାର ନଳଚନ୍ଦ୍ରପୁର ଗାଁରେ ଜଣେ ବୃଦ୍ଧଙ୍କର ହାତୀ ଆକ୍ରମଣରେ ମୃତ୍ୟୁ ଘଟିଛି । ମୃତ ବ୍ୟକ୍ତି ଜଣଙ୍କ ହେଲେ ଧନେଶ୍ଵର ଭୁକ୍ତା । ଧନେଶ୍ଵର କୌଣସି କାମରେ ଗାଁ ପାଖ ଜଙ୍ଗଲିଆ ଅଞ୍ଚଳକୁ ଯାଉଥିବା ବେଳେ ହାତୀ ଆକ୍ରମଣର ଶିକାର ହୋଇଥିଲେ।

ହାତୀ ଆକ୍ରମଣରେ ଗଲା ବୃଦ୍ଧଙ୍କ ଜୀବନ

ଘଟଣାସ୍ଥଳରେ ହାତୀ ତାଙ୍କୁ କଚାଡି ମାରି ଦେଇଥିଲା । ଖବର ପାଇ ବନ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଛି । ଘଟଣାକୁ ନେଇ ଉତ୍ତେଜନା ଦେଖା ଦେଇଥିବା ବେଳେ ପୋଲିସ ଓ ବନ କର୍ମଚାରୀ ଲୋକଙ୍କୁ ବୁଝାସୁଝା କରିଛି । ହାତୀ ଆକ୍ରମଣରେ ଘଟଣାସ୍ଥଳରେ ମଧ୍ୟ ଏକ ବାଛୁରୀର ମୃତ୍ୟୁ ହୋଇଛି । ଗତକିଛି ଦିନ ହେବ ହାତୀ ପଲ ଏହି ଗାଁ ପାଖାପାଖି ରହୁଥିବା ବେଳେ ଆଜି ଏହି ଅଘଟଣ ଘଟିଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.