ଅନୁଗୋଳ ଜିଲ୍ଲା ମହୋତ୍ସବରେ କେଁ, ପାସ୍ ବଣ୍ଟାକୁ ନେଇ ଅସନ୍ତୁଷ୍ଟ ଆଇନଜୀବୀ

author img

By

Published : Jan 19, 2023, 8:42 PM IST

Lawyer are dissatisfied Angul District Festival

ସାରା ରାଜ୍ୟରେ ଜମୁଛି ଜିଲ୍ଲା ମହୋତ୍ସବ । ଏହି କ୍ରମରେ ଅନୁଗୋଳ ଜିଲ୍ଲା ମହୋତ୍ସବକୁ ନେଇ ଉଠିଛି ବିବାଦ । ଅଧିକ ପଢ଼ନ୍ତୁ

ଅନୁଗୋଳ ଜିଲ୍ଲା ମହୋତ୍ସବରେ ଅସନ୍ତୋଷ ଆଇନଜୀବୀ

ଅନୁଗୋଳ : ଅନୁଗୋଳରେ ଜମୁଛି ଜିଲ୍ଲା ମହୋତ୍ସବ । ହେଲେ ଏହି ମହୋତ୍ସବ ପାଳନରେ ପାସ ବଣ୍ଟନକୁ ନେଇ ତେଜିଛି ଅସନ୍ତୋଷ । ମହୋତ୍ସବରେ ଚୌକି ଖାଲି ପଡୁଥିବା ବେଳେ ସାଧାରଣ ଲୋକଙ୍କୁ ଦେଖିବାକୁ ନଛଡା ଯିବାକୁ ନେଇ ଦେଖା ଦେଇଛି ଅସନ୍ତୋଷ । ଏହାର ପ୍ରତିବାଦରେ ଆଜି ଅନୁଗୋଳ ଓକିଲ ସଂଘକୁ ଦିଆଯାଇଥିବା ପାସ ଫେରାଇ ଦେଇଛନ୍ତି । ଓକିଲ ସଂଘର ସଭାପତି ଓ ଉପସଭାପତି ଆଜି ମିଳିତ ଭାବରେ ଆସି ଅନୁଗୋଳ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ତାଙ୍କୁ ଦିଆଯାଇଥିବା ମହୋତ୍ସବ ପାସ୍‌ ଫେରାଇ ଦେଇଛନ୍ତି । ସଂଘ ଅଭିଯୋଗ କରିଛି ମହୋତ୍ସବ ଜିଲ୍ଲା ଲୋକଙ୍କ ପାଇଁ । ଜିଲାବାସୀଙ୍କ ଟଙ୍କାରେ ଉତ୍ସବ ହେଉଛି । ଯେଉଁଠି ସାଧାରଣ ଲୋକର ସ୍ଥାନ ନାହିଁ ସେଠାକୁ ଓକିଲ ସଂଘ କାହିଁକି ଯିବ । ଖାଲି ସେତିକି ନୁହେଁ ବରିଷ୍ଠ ଆଇନଜୀବୀଙ୍କ ପାଇଁ ମଧ୍ୟ କୌଣସି ସୁବିଧା କରାଯାଇନାହିଁ । ତେଣୁ ଏହି ପାସ୍‌ ବ୍ୟବସ୍ଥାକୁ ବନ୍ଦ କରି ସାଧାରଣ ଲୋକ ଯେଭଳି ମହୋତ୍ସବ ଦେଖି ପାରିବେ ସେଥିପାଇଁ ପ୍ରଶାସନ ବ୍ୟବସ୍ଥା କରୁ ବୋଲି ଓକିଲ ସଂଘ ଦାବି କରିଛି ।

ଏ ସମ୍ପର୍କରେ ଅନୁଗୋଳ ଓକିଲ ସଂଘ ସଭାପତି ଦିଲ୍ଲୀପ କୁମାର ସାହୁ କହିଛନ୍ତି, "ମୁଁ ତ ଭାବୁଛି ଜିଲ୍ଲା ମହୋତ୍ସବ ଅନୁଗୋଳ ଜନସାଧାରଣଙ୍କର । କିଛି ଗଣାମାଧ୍ୟମର କର୍ମଚାରୀ ଓ କିଛି ବଡ଼ବଡ଼ ଅତିଥିଙ୍କୁ ଛାଡ଼ି ଦେଲେ ଅନ୍ୟମାନଙ୍କ ପାଇଁ ପାସ୍ ହେବା କିଛି ଜରୁରୀ ନୁହେଁ । ତେଣୁ ପାସ୍‌ର ବ୍ୟବସ୍ଥା ପ୍ରଥମେ ବନ୍ଦ ହେବା ଦରକାର । ଅନ୍ୟପକ୍ଷରେ ଏହି ମହୋତ୍ସବ ପାଖରେ ହିଁ କୋର୍ଟ ରହିଛି ଆମେ ମହୋସ୍ତବରେ ସାଧାରଣ ସମସ୍ୟା ବାବଦରେ ଆମେ ଅବଗତ । ତେଣୁ ଆମେ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରୁଛୁ ଏବଂ ଦାବି କରୁଛୁ ମଧ୍ୟ ଏହି ପାସ୍‌ର ବ୍ୟବସ୍ଥା ତୁରନ୍ତ ଉଚ୍ଛେଦ କରାଯାଉ । ଏହାସହ ଜିଲ୍ଲାର ସାଧାରଣ, ଖଟିଖିଆ, ଦିନ ମଜୁରିଆଠାରୁ ଆରମ୍ଭ କରି ସବୁ ଜନସାଧାରଣ ଯେପରି ଅନୁଗୋଳ ମହୋତ୍ସବକୁ ଉପଭୋଗ କରିପାରିବେ ସେନେଇ ଜିଲ୍ଲାପ୍ରଶାସନ ଦୃଷ୍ଟି ଦେଉ ।"

ବୁଧବାରଠୁ ଆରମ୍ଭ ହୋଇଯାଇଛି ଅନୁଗୋଳ ଜିଲ୍ଲା ମହୋତ୍ସବ । ହକି ବିଶ୍ୱକପ ଓ ଜିଲ୍ଲା ଗଠନର ୩୦ ବର୍ଷ ପୂର୍ତ୍ତି ଅବସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ମହୋତ୍ସବର ଆୟୋଜନ କରାଯାଇଛି । ଆସନ୍ତା ୫ ଦିନ ଧରି ଏହି ଉତ୍ସବ ଜାରି ରହିବ । ବୁଧବାର ପ୍ରଥମ ସନ୍ଧ୍ୟାରେ ମଞ୍ଚରେ ସଙ୍ଗୀତ ପରିବେଶଣ କରିଥିଲେ ବଲିଉଡର ପ୍ଲେ ବ୍ୟାକ ସିଙ୍ଗର ବେନି ଦୟାଲ । ତାଙ୍କ ପପ୍ ସଙ୍ଗୀତ ସମସ୍ତଙ୍କ ମନ ଛୁଇଁଥିଲା । ପପ ଗୀତର ତାଳେ ତାଳେ ଝୁମି ଉଠିଥିଲେ ଦର୍ଶକ । ରାତି ବଢିବା ସାଙ୍ଗକୁ ସେ ଗୋଟିଏ ପରେ ଗୋଟିଏ ହିଟ ଗୀତ ଗାଇ ଦର୍ଶକଙ୍କ ମନୋରଞ୍ଜନ କରୁଥିଲେ । ତାଙ୍କ ସଙ୍ଗୀତ ପରିବେଷଣ ଦୁଲୁକି ଉଠିଥିଲା ପୁରା ମହୋତ୍ସବ ମଞ୍ଚ । ଯାହାକୁ ମନ ଭରି ଉପଭୋଗ କରିଥିଲେ ଅନୁଗୋଳବାସୀ । ଏହାସହ କମେଡିଆନ ବଣ୍ଟି ଓ ତାଙ୍କ ସହଯୋଗୀଙ୍କ କମେଡି ସମସ୍ତଙ୍କୁ ହସେଇ ହସେଇ ବେଦମ କରିଥିଲେ ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.