ଅନୁଗୋଳ ମୁଖ୍ୟ ଚିକିତ୍ସାଳୟର ପରିତ୍ୟକ୍ତ କ୍ୱାର୍ଟରରୁ ମିଳିଲା ଗଦାଗଦା ସରକାରୀ ଔଷଧ, ମୁହଁ ଖୋଲୁନାହାନ୍ତି କର୍ତ୍ତୃପକ୍ଷ

author img

By

Published : Sep 19, 2021, 10:49 PM IST

ଅନୁଗୋଳ ମୁଖ୍ୟ ଚିକିତ୍ସାଳୟର ପରିତ୍ୟକ୍ତ କ୍ୱାର୍ଟରରୁ ମିଳିଲା ଗଦାଗଦା ସରକାରୀ ଔଷଧ, ମୁହଁ ଖୋଲୁନାହାନ୍ତି କର୍ତ୍ତୃପକ୍ଷ

ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଏକ ପରିତ୍ୟକ୍ତ କ୍ବାର୍ଟରରୁ ମିଳିଲା ଗଦାଗଦା ସରକାରୀ ଔଷଧ । ବିଭାଗୀୟ କର୍ତ୍ତୃପକ୍ଷ ଚୁପ । ନାହିଁ ସନ୍ତୋଷଜନକ ଉତ୍ତର । ଅଧିକ ପଢନ୍ତୁ...

ଅନୁଗୋଳ: ଅସହାୟ ଓ ଆର୍ଥିକ ପଛୁଆ ଶ୍ରେଣୀବର୍ଗଙ୍କ ପାଇଁ ସ୍ବାସ୍ଥ୍ୟସେବା ସୁଲଭ କରିବା ପାଇଁ ସରକାର ଖର୍ଚ୍ଚ କରୁଛନ୍ତି କୋଟି କୋଟି ଟଙ୍କା । କିନ୍ତୁ ସାଧାରଣ ଲୋକଙ୍କୁ ବଣ୍ଟନ ପରିବର୍ତ୍ତେ ବନ୍ଦ ସରକାରୀ କ୍ବାଟରରୁ ମିଳୁଛି ଗଦାଗଦା ସରକାରୀ ଔଷଧ। ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ।

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପରିତ୍ୟକ୍ତ କ୍ୱାଟରରୁ ମିଳିଲା ଗଦାଗଦା ସରକାରୀ ଔଷଧ, ମୁହଁ ଖୋଲୁନାହାନ୍ତି କର୍ତ୍ତୁପକ୍ଷ
ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପରିତ୍ୟକ୍ତ କ୍ୱାଟରରୁ ମିଳିଲା ଗଦାଗଦା ସରକାରୀ ଔଷଧ, ମୁହଁ ଖୋଲୁନାହାନ୍ତି କର୍ତ୍ତୁପକ୍ଷ

ଚିକିତ୍ସାଳୟର ଏକ ପରିତ୍ୟକ୍ତ କ୍ଵାଟରରୁ ଗଦା ଗଦା ସରକାରୀ ଔଷଧ ମିଳିବା ପରେ ଏସବୁ ଲୋକଙ୍କ ମଧ୍ୟରେ ବଣ୍ଟନ ନ ହୋଇ କାହିଁକି ଗଚ୍ଛିତ ରଖିଥିଲେ କର୍ତ୍ତୃପକ୍ଷ ଏସବୁ ପ୍ରଶ୍ନ ସାଧାରଣରେ ଅସନ୍ତୋଷ ସୃଷ୍ଟି ହେବାରେ ଲାଗିଛି । ମିଳିଥିବା ସୂଚନା ଅନୁସାରେ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପରିତ୍ୟକ୍ତ କ୍ଵାଟର ଭଙ୍ଗିବା ପରେ ସେଥିରେ ପର୍ଯ୍ୟାପ୍ତ ପରିମାଣର ଔଷଧ ଥିବା ଦେଖିବାକୁ ମିଳିଥିଲା । ତେବେ ଏପରି ଗଚ୍ଛିତ ରଖିବା ନିଷ୍ପତ୍ତି ପଛରେ କାରଣ କଣ ତାକୁ ନେଇ ଅସନ୍ତୋଷ ସୃଷ୍ଟି ହୋଇଥିବାବେଳେ ଏନେଇ ହସ୍ପିଟାଲ କର୍ତ୍ତୃପକ୍ଷ ମୁହଁ ଖୋଲିବାକୁ ନାରାଜ ।

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପରିତ୍ୟକ୍ତ କ୍ୱାଟରରୁ ମିଳିଲା ଗଦାଗଦା ସରକାରୀ ଔଷଧ, ମୁହଁ ଖୋଲୁନାହାନ୍ତି କର୍ତ୍ତୁପକ୍ଷ
ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପରିତ୍ୟକ୍ତ କ୍ୱାଟରରୁ ମିଳିଲା ଗଦାଗଦା ସରକାରୀ ଔଷଧ, ମୁହଁ ଖୋଲୁନାହାନ୍ତି କର୍ତ୍ତୁପକ୍ଷ

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.