ମହାନଦୀ ଅବବାହିକାରେ ବନ୍ୟା ସ୍ଥିତି, 3 ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ

author img

By

Published : Sep 18, 2021, 4:26 PM IST

ମହାନଦୀ ଅବବହିକାରେ ବନ୍ୟା ସ୍ଥିତି: 3 ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ

ମହାନଦୀ ସାତକୋଶିଆ ଗଣ୍ଡରେ ବନ୍ୟା। ମହାନଦୀ ଗଣ୍ଡରେ ୨୨ ମିଟର ଜଳସ୍ତର ବିପଦ ସଙ୍କୁଳ ଚିହ୍ନଟ କରାଯାଇଥିବା ବେଳେ ଆଜି ସୁଦ୍ଧା 17 ମିଟର ରହିଥିଲା। ଅଧିକ ପଢନ୍ତୁ...

ଅନୁଗୋଳ: ମହାନଦୀ ସାତକୋଶିଆ ଗଣ୍ଡରେ ବନ୍ୟା। ମହାନଦୀ ଗଣ୍ଡରେ ୨୨ ମିଟର ଜଳସ୍ତର ବିପଦ ସଙ୍କୁଳ ଚିହ୍ନଟ କରାଯାଇଥିବା ବେଳେ ଆଜି ସୁଦ୍ଧା 17 ମିଟର ରହିଥିଲା। ଧୀରେଧୀରେ ବଢୁଛି ଜଳସ୍ତର । ଏହାର ପ୍ରଭାବରେ ଟିକରପଡା ଓ ଅନ୍ୟ ତଳିଆ ଅଞ୍ଚଳର ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି।

ମହାନଦୀ ଅବବହିକାରେ ବନ୍ୟା ସ୍ଥିତି: 3 ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ

ମଝିପଡା ରାସ୍ତା ଉପରେ ୧୦ ଫୁଟ ପାଣି ଜମି ରହିଥିବାରୁ ଗଇନ୍ଦି, ବେହେରାସାହି, ମଝିପଡା ଗାଁ ଗୁଡିକ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ପଡିଛି। ହୀରାକୁଦ ଜଳ ଭଣ୍ଡାରରୁ ପାଣି ଛଡ଼ାଯିବା ପରେ ମହାନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଅନୁଗୋଳ ସାତକୋଶିଆ ଗଣ୍ଡରେ ଜଳସ୍ତର ବୃଦ୍ଧି ପାଇଛି। ଫଳରେ ଟିକରପଡା ଠାରୁ ଆଠମଲ୍ଲିକ ପର୍ଯ୍ୟନ୍ତ ବନ୍ୟା ପରିସ୍ଥିତି ଉପୁଜିଛି । ଶହଶହ ଏକର ଚାଷ ଜମିରେ ପାଣି ମାଡ଼ି ଯାଇଛି।

ଶନିବାର ସକାଳ ସୁଦ୍ଧା କୌଣସି ଗାଁରେ ପାଣି ପଶି ନଥିଲେ ମଧ୍ୟ ଅନେକ ଗାଁ ଜଳବନ୍ଦୀ ଅବସ୍ଥାରେ ରହିଛି। ଟିକରପଡା ପଞ୍ଚାୟତର ଓ ଗଇନ୍ଦି ବେହେରା ସାହି ରାସ୍ତାରେ ୧୦ ଫୁଟ ପାଣି ଜମି ରହିଛି। ଫଳରେ ସେହି ଗାଁ ଗୁଡିକ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ପଡିଛି। ଆଦୌ ଯାତାୟତ ହୋଇପାରୁ ନାହିଁ।

ଲୋକେ ତେଲ ଲୁଣ, ଔଷଧ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ପାଇ ପାରୁନାହାନ୍ତି। ଗୁରୁତର ରୋଗୀକୁ ଚକିତ୍ସା ପାଇଁ ନେଇପାରୁ ନାହାନ୍ତି। ବାଧ୍ୟ ହୋଇ ଡଙ୍ଗାରେ ପାର ହେବାକୁ ପଡୁଛି। ସ୍କୁଲ ପିଲାମାନେ ବିପଦ ସଙ୍କୁଳ ଅବସ୍ଥାରେ ଡଙ୍ଗାରେ ସ୍କୁଲ ଯାଉଛନ୍ତି। ପ୍ରାୟ ୪ ଦିନ ହେଲା ଲୋକେ ଏଭଳି ଦୟନୀୟ ଅବସ୍ଥାରେ ଅଛନ୍ତି। ପ୍ରଶାସନ ମଧ୍ୟ ସେଠାରେ ପହଞ୍ଚି ପାରୁନାହିଁ।


ପ୍ରତିବର୍ଷ ମହାନଦୀରେ ବନ୍ୟା ଆସୁଛି। ଫଳରେ ଟିକରପଡା, ରାମିମୁଣ୍ଡା, ବେହେରା ସାହି, ଗଇନ୍ଦି ଓ ମଝିପଡା ଗ୍ରାମବାସୀ କ୍ଷତିଗ୍ରସ୍ତ ହେଉଛନ୍ତି। ବିଶେଷ କରି କରଡ଼ା ପଡା ଠାରୁ ମଝିପଡା ପର୍ଯ୍ୟନ୍ତ ରାସ୍ତା ବହୁତ ଅଞ୍ଚଳ ତଳୁଆ ହୋଇଥିବାରୁ ପାଣି ମାଡ଼ିଯାଉଛି। ଯୋଗାଯୋଗ ବିଚ୍ଛିନ୍ନ ହୋଇପଡିଛି।

ଅଞ୍ଚଳବାସୀ ବାରମ୍ବାର ପ୍ରଶାସନ ନିକଟରେ ରାସ୍ତାକୁ ଉଚ୍ଚା କରିବା ପାଇଁ ଦାବି କରି ଆସୁଛନ୍ତି। କିନ୍ତୁ ସେମାନଙ୍କ ଦାବି ପ୍ରତି ଅଣଦେଖା କରାଯାଉଥିବାରୁ ଏଭଳି ଅବସ୍ଥା ଭୋଗୁଛନ୍ତି। ଚଳିତ ବର୍ଷ ମଧ୍ୟ ସେହି ସମାନ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି।

ଏକର ଏକର ଜମିରେ ପାଣି ମାଡ଼ି ଯାଇଥିବାରୁ ସେମାନଙ୍କ ଫସଲ ଉଜୁଡି ଯାଇଛି। ଅନେକ ଲୋକଙ୍କ ଘରେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ନଥିବାରୁ ବହୁ ଅସୁବିଧା ଭୋଗୁଛନ୍ତି। ପୁଣି ଏକ ଲଘୁଚାପ ଜନିତ ବର୍ଷା ହେବାର ସମ୍ଭାବନା ଥିବାରୁ ନଦୀ କୁଳିଆ ଲୋକେ ଆତଙ୍କିତ ହୋଇ ପଡିଛନ୍ତି।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.