ଏକାସାଙ୍ଗେ ଜଳିଲା ବାପା-ପୁଅଙ୍କ ଜୁଇ, ପୋଖରୀରେ ବୁଡି ହେଲା ମୃତ୍ୟୁ

author img

By

Published : Sep 18, 2021, 9:02 AM IST

ଏକାସାଙ୍ଗେ ଜଳିଲା ବାପା-ପୁଅଙ୍କ ଜୁଇ, ପୋଖରୀ ବୁଡି ହେଲା ମୃତ୍ୟୁ

ପୋଖରୀରେ ବୁଡ଼ି ଏକାସାଙ୍ଗେ ଚାଲିଗଲା ବାପପୁଅଙ୍କ ଜୀବନ । ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା କଇଁଛ ବାହାଳଗାଁରେ ଘିଟିଛି ଏଭଳି ଏକ ଅଭାନୀୟ ଘଟଣା । ଅଧିକ ପଢ଼ନ୍ତୁ...

ଅନୁଗୋଳ: ପୋଖରୀରେ ବୁଡ଼ି ଏକାସାଙ୍ଗେ ଚାଲିଗଲା ବାପପୁଅଙ୍କ ଜୀବନ । ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା କଇଁଛ ବାହାଳଗାଁରେ ଘିଟିଛି ଏଭଳି ଏକ ଅଭାନୀୟ ଘଟଣା । ମୃତ ବାପାପୁଅ ଦୁହେଁ ହେଲେ କ୍ଷୀରୋଦ ଜେନା ଓ ତାଙ୍କ ୪ ବର୍ଷର ପୁଅ ଚନ୍ଦନ। ଶୁକ୍ରବାର ଦିନ ପ୍ରାୟ 12ଟା ବେଳେ ବାପପୁଅ ଦୁହେଁ ଗାଧୋଇବା ପାଇଁ ଗାଁ ପୋଖରୀକୁ ଯାଇଥିଲେ। ତେବେ ଫେରିବାରେ ବିଳମ୍ବ ହେବାରୁ ଗାଁ ଲୋକେ ଖୋଜାଖୋଜି ଆରମ୍ଭ କରିଥିଲେ।

ଏକାସାଙ୍ଗେ ଜଳିଲା ବାପା-ପୁଅଙ୍କ ଜୁଇ, ପୋଖରୀ ବୁଡି ହେଲା ମୃତ୍ୟୁ

ବହୁ ସମୟ ଧରି ଉଭୟଙ୍କ ସନ୍ଧାନ ନମିଳିବାରୁ ଗାଁ ଲୋକେ ଦମକଳ ବାହିନୀକୁ ଖବର ଦେଥିଲେ । ଖବର ପାଇ ଗାଁରେ ଦମକଳ ବାହିନୀ ପହଞ୍ଚି ପୋଖରୀରୁ ବାପାପୁଅଙ୍କୁ ଉଦ୍ଧାର କରି ଜିଲା ମୁଖ୍ୟ ଚିକିତ୍ସାଳୟ ନେଇଥିଲା । ତେବେ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ । ଏଭଳି ଏକ ଘଟଣାକୁ ନେଇ ମୃତକଙ୍କ ପରିବାର ସହ ସାରା ଗାଁରେ ଶୋକର ଛାୟା ଖେଳି ଯାଇଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.