ଗଜରାଜଙ୍କ ଆତଙ୍କରେ ଭୟଭୀତ ଗାଁ ଲୋକ

author img

By

Published : Sep 24, 2021, 2:28 PM IST

ଗାଁରେ ଗଜରାଜଙ୍କ ଆତଙ୍କ, ଲୋକେ ଭୟଭୀତ

ଅନୁଗୋଳ ଜିଲ୍ଲାର ଆଁକୁଲା ଗାଁ ପାଖକୁ ଏକ ହାତୀପଲ ପଶି ଆସିଛନ୍ତି । ଯାହାକୁ ନେଇ ସାରା ଗାଁରେ ଆତଙ୍କ ଖେଳି ଯାଇଛି । ଅଧିକ ପଢନ୍ତୁ...

ଅନୁଗୋଳ: ଗାଁରେ ପଶିଲେ ହାତୀପଲ । ଆଜି(ଶୁକ୍ରବାର) ଅନୁଗୋଳ ବନାଞ୍ଚଳର ଆଁକୁଲା ନୂଆସାହି ଗାଁ ପାଖକୁ 10ରୁ ଅଧିକ ଥିବା ଏକ ହାତୀପଲ ପଶି ଆସିଛନ୍ତି । ଯାହାକୁ ନେଇ ଅଞ୍ଚଳବାସୀ ଆତଙ୍କିତ ହୋଇ ରହିଛନ୍ତି । ଏହି ହାତୀପଲରେ 10ରୁ ଅଧିକ ଛୁଆ, ବଡ ଓ ଦନ୍ତା ହାତୀ ଥିବା ଜଣାପଡ଼ିଛି ।

ଗାଁରେ ଗଜରାଜଙ୍କ ଆତଙ୍କ, ଲୋକେ ଭୟଭୀତ

ହାତୀପଲ କେଉଁ ଜଙ୍ଗଲ ଅଞ୍ଚଳରୁ ଏଠାକୁ ଆସିଲେ ସେ ସମ୍ପର୍କରେ କିଛି ଜଣାପଡି ନାହିଁ । ହାତୀଙ୍କୁ ଦେଖିବା ପାଇଁ ଗାଁ ପାଖ ଆମ୍ବତୋଟାରେ ବହୁ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି । ହାତୀପଲ ଯେଉଁ ରାସ୍ତା ଦେଇ ଏଠାକୁ ପଶି ଆସିଛନ୍ତି ସେଠରେ ବ୍ୟାପକ କ୍ଷୟକ୍ଷତି ଘଟାଇଛନ୍ତି । ଯାହାକୁ ନେଇ ଲୋକେ ଆତଙ୍କିତ ଅଛନ୍ତି ।

ସେପଟେ ଖବର ପାଇ ବନ ବିଭାଗର କର୍ମଚାରୀ ହାତୀପଲଙ୍କୁ ଜଗି ରହିଛନ୍ତି । ସନ୍ଧ୍ୟା ହେଲେ ହାତୀଙ୍କୁ ଘଉଡା ଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.