ଅନୁଗୋଳରେ ସାଧାରଣତନ୍ତ୍ର ଦିବସ ପାଳିତ

author img

By

Published : Jan 26, 2023, 2:22 PM IST

Updated : Jan 26, 2023, 2:30 PM IST

republic day

ଅନୁଗୋଳ ଷ୍ଟାଡିୟମ ଠାରେ ୭୪ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପତାକା ଉତ୍ତୋଳନ କଲେ ଅନୁଗୋଳ ଜିଲ୍ଲାପାଳ । ଅଧିକ ପଢନ୍ତୁ

republic day celebrated in angul

ଅନୁଗୋଳ: ଆଜି ଦେଶ ପାଳୁଛି ୭୪ତମ ଗଣତନ୍ତ୍ର ଦିବସ । ଚଳିତ ବର୍ଷ ବିନା କଟକଣାରେ ପାଳିତ ହୋଇଛି ସାଧାରଣତନ୍ତ୍ର ଦିବସ । ଦିଲ୍ଲୀରୁ ପଲ୍ଲୀ ସବୁଠି ଫର ଫର ହୋଇ ଉଡୁଛି ତ୍ରିରଙ୍ଗା । ଭୁବନେଶ୍ବରରେ ରାଜ୍ୟସ୍ତରୀୟ ଗଣତନ୍ତ୍ର ଦିବସ ପାଳିତ ହୋଇଯାଇଥିବା ବେଳେ ବିଭିନ୍ନ ଜିଲ୍ଲାରେ ମଧ୍ୟ ପାଳିତ ହୋଇଯାଇଛି ଗଣତନ୍ତ୍ର ଦିବସ । ଏହି ଅବସରରେ ଅନୁଗୋଳ ଷ୍ଟାଡିୟମ ଠାରେ ୭୪ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଏଠାରେ ମୁଖ୍ୟ ଅତିଥି ଭାବେ ଅନୁଗୋଳ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଜାତୀୟ ପତାକା ଉତ୍ତୋଳନ କରିବା ସହ ପରେଡ ଅଭିବାଦନ ଗ୍ରହଣ କରିଥିଲେ ।

ରାଜ୍ୟର ମଧ୍ୟ ଭାଗରେ ଥିବା ଅନୁଗୋଳ ଜିଲ୍ଲା ପ୍ରାକୃତିକ ସମ୍ପଦରେ ଭରପୁର ହୋଇ ରହିଛି । ସେସବୁର ବିନିଯୋଗ କରି ଆମକୁ ଆହୁରି ଆଗକୁ ବଢିବାକୁ ପଡିବ । ଏହି ମାଟିର ସୁଯୋଗ୍ୟ ସନ୍ତାନମାନେ ଦେଶ ସ୍ୱାଧୀନତାରେ ସକ୍ରିୟ ଅଂଶ ଗ୍ରହଣ କରି ଇତିହାସରେ ସେମାନଙ୍କ ଗାଥାକୁ ସବୁଦିନ ପାଇଁ ଲିପିବଧ କରି ପାରିଛନ୍ତି । ତେଣୁ ସେହି ବୀର ପୁରୁଷଙ୍କମାନଙ୍କ ପଥ ଅନୁସରଣ କରିବାକୁ ପରାମର୍ଶ ଦେଇଥିଲେ ମୁଖ୍ୟଅତିଥି ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ। ସମ୍ମିଳିତ ପରେଡରେ ଜିଲ୍ଲା ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟ ସମେତ ଜିଲ୍ଲା ପୋଲିସ, ସିଆଇଏସଏଫ ଯବାନ, ହୋମ ଗାର୍ଡଙ୍କ ସମେତ ମୋଟ ୩୮ ଟି ଦଳ ଭାଗ ନେଇଥିଲେ । ଏହି ଅବସରରେ ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନର ପ୍ରଜ୍ଞାପନ ମେଢ ପ୍ରଦର୍ଶିତ ହୋଇଥିଲା ।

ବିଭିନ୍ନ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ର ପରିବେଷଣ କରିଥିଲେ । ଜିଲ୍ଲାପାଳ ପୂର୍ବରୁ ଆୟୋଜିତ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ସେଠାରୁ ଯାଇ ଆୟୋଜିତ ରକ୍ତଦାନ ଶିବିରରେ ଯୋଗ ଦେବା ସହ ମୁଖ୍ୟଚିତ୍ସାଳୟରେ ଫଳ ବଣ୍ଟନ ଓ ଅନୁଗୋଳ କାରାଗାର ମଧ୍ୟରେ ମିଷ୍ଠଅର୍ଣ୍ଣ ପ୍ରଦାନ କରିଥିଲେ ଜିଲ୍ଲାପାଳ ।

ଇଟିଭି ଭାରତ, ଅନୁଗୋଳ

Last Updated :Jan 26, 2023, 2:30 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.