ଗୋଟିଏ ସ୍ଥାନରେ ମିଳୁଛି ବିଭିନ୍ନ ରାଜ୍ୟର ସୌଖୀନ ଜିନିଷ, ହସ୍ତଶିଳ୍ପୀଙ୍କୁ ବଜାର ଯୋଗାଇଛି ପଲ୍ଲିଶ୍ରୀ ମେଳା

author img

By

Published : Jan 22, 2023, 10:52 PM IST

ଅନୁଗୋଳ ପଲ୍ଲିଶ୍ରୀ ମେଳା

ଅନୁଗୋଳ ଜିଲ୍ଲା ଗଠନକୁ ୩୦ ବର୍ଷ ପୂର୍ତ୍ତି ପାଳନ ଅବସରରେ ଆୟୋଜନ ହେଉଛି ଜାତୀୟ ପଲ୍ଲିଶ୍ରୀ ମେଳା । ଗୋଟିଏ ଯାଗାରେ ବିଭିନ୍ନ ଜିଲ୍ଲା ତଥା ରାଜ୍ୟର ସୌଖୀନ ଜିନିଷ ମିଳୁଥିବାରୁ ଚଳିତ ବର୍ଷ ମେଳାରେ ପ୍ରବଳ ଭିଡ଼ ଜମୁଛି । ବିଭିନ୍ନ ଜିଲ୍ଲା ତଥା ରାଜ୍ୟ ବାହାରୁ ଆସିଥିବା ହସ୍ତଶିଳ୍ପୀ କାରିଗରଙ୍କର ଭଲ ରୋଜଗାର ମଧ୍ୟ ହେଉଛି । ଅଧିକ ପଢ଼ନ୍ତୁ

ଅନୁଗୋଳ ପଲ୍ଲିଶ୍ରୀ ମେଳା

ଅନୁଗୋଳ: ରାଜ୍ୟ ତଥା ରାଜ୍ୟ ବାହାରର ଅନେକ ସୌଖୀନ ଜିନିଷର ସମ୍ଭାର ଆଣିଛି ଜାତୀୟ ପଲ୍ଲିଶ୍ରୀ ମେଳା । ହାତ ତିଆରି ଘର କରଣା ଜିନିଷଠାରୁ ଆରମ୍ଭ କରି ରାଜସ୍ଥାନ, କାଶ୍ମୀର ଓ ହରିୟାଣା ଆଦି ରାଜ୍ୟର ପ୍ରସିଦ୍ଧ ମନଲାଖି ଜିନିଷ ଏହି ମେଳାରେ ମିଳୁଛି । ମହୋତ୍ସବ ବୁଲା ସାଙ୍ଗକୁ ପଲ୍ଲିଶ୍ରୀ ମେଳାରେ ନିଜ ପାଇଁ ତଥା ପରିବାର ପାଇଁ ଜିନିଷ କିଣି ସମସ୍ତେ ବେଶ ଖୁସି ହେଉଛନ୍ତି । କାରଣ ପାଖରେ ମିଳୁଛି ଅନେକ ରାଜ୍ୟର ବିଭିନ୍ନ ସୌଖୀନ ଜିନିଷ ।

କାଶ୍ମୀର ସାଲ ସାଙ୍ଗକୁ ସମ୍ବଲପୁରୀ ବସ୍ତ୍ରର ଚାହିଦା: ଅନୁଗୋଳ ଜିଲ୍ଲାକୁ ୩୦ ବର୍ଷ ପୂର୍ତ୍ତି ହୋଇଛି । ଏଥିପାଇଁ ଏବେ ଉତ୍ସବମୁଖର ଅନୁଗୋଳ । ଏଥିପାଇଁ ଅନେକ ସୌଖୀନ ଦ୍ରବ୍ୟର ସମ୍ଭାର ଆଣିଛି ଏଠାରେ ଆୟୋଜିତ ହୋଇଥିବା ଜାତୀୟ ପଲ୍ଲିଶ୍ରୀ ମେଳା । ରାଜ୍ୟ ତଥା ରାଜ୍ୟ ବାହାରର ଅନେକ ହସ୍ତତନ୍ତ ଓ ହସ୍ତଶିଳ୍ପ ଜିନିଷଠାରୁ ଆରମ୍ଭ କରି ଅନେକ ଦେଶୀ ଜିନିଷ ମଧ୍ୟ ମିଳୁଛି ଏହି ମେଳାରେ । ପ୍ରତିଥର ଜିଲ୍ଲା ମୋହୋତ୍ସବରେ ଆୟୋଜନ ହୁଏ ଏହି ମେଳା । ଗୋଟିଏ ସ୍ଥାନରେ ପୁରା ଦେଶର ସୌଖୀନ ସାମଗ୍ରୀଠାରୁ ଆରମ୍ଭ କରି ଘରକରଣା ଜିନିଷ, ବିଭିନ୍ନ ରାଜ୍ୟର ପ୍ରସିଦ୍ଧ ହସ୍ତତନ୍ତ ମିଳୁଥିବାରୁ ଏହାକୁ ସମସ୍ତେ ଚାହିଁ ବସିଥାନ୍ତି । ଏଥର ମେଳାରେ କାଶ୍ମୀରର ସାଲ, ହରିୟାଣାର ହସ୍ତତନ୍ତ ସାଙ୍ଗକୁ ଓଡ଼ିଶାର ସମ୍ବଲପୁରୀ ବସ୍ତ୍ରର ଚାହିଦା ରହିଛି । ମହୋତ୍ସବ ବୁଲା ସାଙ୍ଗକୁ ମେଳାରେ ନିଜର ମନ ପସନ୍ଦର ଜିନିଷ କିଣି ବେଶ ଖୁସି ହୁଅନ୍ତି ଏଠାକୁ ଆସୁଥିବା ଲୋକେ ।

୨୦୦ ଷ୍ଟଲରେ ୧୧ ରାଜ୍ୟ ଓ ୨୯ ଜିଲ୍ଲାର ହସ୍ତଶିଳ୍ପୀ: ରାଜ୍ୟ ପଞ୍ଚାୟତିରାଜ ବିଭାଗ, ଅନୁଗୋଳ ଜିଲ୍ଲା ପ୍ରଶାଶନ ଏବଂ ଓରମାସର ମିଳିତ ସହଯୋଗରେ ୫ ଦିନ ଧରି ଚାଲିବ ଏହି ମେଳା । ଏଠାକୁ ଆସିଥିବା ବ୍ୟବସାୟୀ ହୁଅନ୍ତୁ କି ସ୍ଵୟଂ ସହାୟକ ଗୋଷ୍ଠୀ କିମ୍ବା ବିଭିନ୍ନ ଉତ୍ପାଦକ ଦଳ, ସମସ୍ତେ ଭଲ ଦୁଇ ପଇସା ବେପାର କରିବାକୁ ଲକ୍ଷ୍ୟ ରଖିଛନ୍ତି । ଚଳିତ ବର୍ଷ ୨୦୦ଟି ଷ୍ଟଲରେ ୧୧ଟି ରାଜ୍ୟ ଓ ୨୯ ଜିଲ୍ଲାରୁ ହସ୍ତଶିଳ୍ପୀ ଏହି ମେଳରେ ଭାଗ ନେଇଛନ୍ତି । ଏଥର ମେଳାରେ ଭଲ ଭିଡ ହେଉଥିବାରୁ ଭଲ ବେପାର ହେବ ବୋଲି ଆଶା ରଖିଛନ୍ତି ହସ୍ତଶିଳ୍ପୀ ।

ତେବେ ପ୍ରତିବର୍ଷ ଅନୁଗୋଳ ଜିଲ୍ଲା ପ୍ରତିଷ୍ଠା ଦିବସ ଉପଲକ୍ଷେ ଅନୁଗୋଳରେ ଏହି ଜାତୀୟ ମେଳା ଆୟୋଜନ ହୋଇଥାଏ । ଚଳିତ ବର୍ଷ ଅନୁଗୋଳ ଜିଲ୍ଲାର ୩୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜିତ ଏହି ମେଳାରେ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି । ଏଥର ମେଳାରେ ଭଲ ବେପାର ହେଉଥିବାରୁ ବିଭିନ୍ନ ଜିଲ୍ଲା ତଥା ରାଜ୍ୟରୁ ଆସିଥିବା ହସ୍ତଶିଳ୍ପୀ କାରିଗର ବେଶ୍ ଖୁସି ଅଛନ୍ତି । ଏଭଳି ମେଳାର ଆୟୋଜନ ନିଶ୍ଚିତ ସେମାନଙ୍କୁ ଆତ୍ମନିର୍ଭରଶୀଳତା କରିବାରେ ସହାୟକ ହେବ ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.