Odisha Assembly Gherao: ଗାଁରୁ ଲୋକ ନେଇ ବିଧାନସଭା ଘେରିବ ବିଜେପି ଯୁବମୋର୍ଚ୍ଚା

author img

By

Published : Dec 4, 2021, 3:48 PM IST

Odisha Assembly Gherao: ଗାଁରୁ ଲୋକ ନେଇ ବିଧାନସଭା ଘେରିବ ବିଜେପି ଯୁବମୋର୍ଚ୍ଚା

ମମିତାକୁ ନ୍ୟାୟ ଏବଂ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ଇସ୍ତଫା ପାଇଁ ଗାଁରୁ ଲୋକ ନେଇ ବିଧାନସଭା ଘେରିବାକୁ ପ୍ରସ୍ତୁତ ହେଉଛି ବିଜେପି ଯୁବମୋର୍ଚ୍ଚା (BJP Yuva Morcha)ର ସୂଚନା । ଅଧିକ ପଢନ୍ତୁ

ଅନୁଗୋଳ: ରାଜପଥରୁ ବିଧାନସଭା ସବୁଠି ମମିତାକୁ ନ୍ୟାୟ ଦାବି । କଳାହାଣ୍ଡି ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲା(Mamita Meher Murder Case)ରେ ସିବିଆଇ ତଦନ୍ତ ଏବଂ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି କରି ଚଳିତ ଶୀତ ଅଧିବେଶନରେ ଗୃହ ହୁଲୁସ୍ତୁଲ କରୁଛନ୍ତି ବିଜେପି । ୩ ଦିନ ଧରି ଗୃହ ଚାଲିପାରୁ ନ ଥିବାବେଳେ ବିଜେପି ଯୁବମୋର୍ଚ୍ଚା(BJP Yuva Morcha) ବିଧାନସଭା(Odisha Assembly Gherao) ଘେରିବ ବୋଲି ନିଷ୍ପତ୍ତି ନେଇଛି ।

BJP Yuva Morcha prepare to gherao odisha assembly

ଏଥିପାଇଁ ଗାଁକୁ ଗାଁ ବୁଲି ଲୋକଙ୍କୁ ସଚେତନ କରିବ ବୋଲି ଘୋଷଣା କରିଛି । ଗାଁରୁ ଲୋକଙ୍କୁ ନେଇ ରାଜଧାନୀରେ ପ୍ରତିବାଦ କରିବାକୁ ପ୍ରସ୍ତୁତ ହେଉଛି ବିଜେପି ଯୁବମୋର୍ଚ୍ଚା । ତେବେ ମମିତା ମେହେର ଘଟଣାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ ଆସନ୍ତା ୯ ତାରିଖରେ ବିଜେପି ଯୁବମୋର୍ଚ୍ଚା ବିଧାନସଭା ଘେରାଉ କରିବାକୁ ଯାଉଛି । ସାରା ରାଜ୍ୟରୁ ହଜାର ହଜାର ସଂଖ୍ୟାରେ ଯୁବ ମୋର୍ଚ୍ଚା କର୍ମୀ ଏଥିରେ ଯୋଗଦେବେ । ଏଥିପାଇଁ ବ୍ୟାପକ ପ୍ରସ୍ତୁତି କରୁଛି ବିଜେପି ଯୁବମୋର୍ଚ୍ଚା ।

ଏହି ଅବସରରେ ଅନୁଗୋଳ ଜିଲ୍ଲା ବିଜେପି କାର୍ଯ୍ୟାଳୟ ଠାରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା । ଏଥିରେ ଯୁବମୋର୍ଚ୍ଚା ରାଜ୍ୟ ସାଧାରଣ ସମ୍ପାଦକ ଓମ ପ୍ରକାଶ ମିଶ୍ରଙ୍କ ସମେତ ଅନୁଗୋଳ ଓ ଢେଙ୍କାନାଳ ଜିଲ୍ଲାର ବହୁ କର୍ମୀ ଯୋଗ ଦେଇଥିଲେ । ଏଥିରେ ଉଭୟ ଜିଲ୍ଲାରୁ ପ୍ରାୟ ୧୦ ହଜାର କର୍ମୀ ବିଧାନସଭା ଘେରାଉରେ ଯୋଗଦେବେ ବୋଲି ଓମପ୍ରକାଶ ମିଶ୍ର କହିଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.