ଅନୁଗୋଳ ମହୋତ୍ସବ, ପ୍ରଥମ ସନ୍ଧ୍ୟାରେ ବେନି ଦୟାଲ ପପ ଗୀତରେ ଝୁମିଲେ ଦର୍ଶକ

author img

By

Published : Jan 19, 2023, 11:07 AM IST

benny dayal sang song at angul mahotsav

ଆରମ୍ଭ ହୋଇଛି ଅନୁଗୋଳ ଜିଲ୍ଲା ମହୋତ୍ସବ। ପ୍ରଥମ ସନ୍ଧ୍ୟା ଥିଲା ଅତିବ ଆକର୍ଷଣୀୟ ଓ ଚିତା କର୍ଷକ। ବଲିଉଡ ପ୍ଲେ ବ୍ୟାକ ସିଙ୍ଗର ବେନି ଦୟାଲଙ୍କ ପପ ସଙ୍ଗୀତରେ ମତୁଆଲା ହେଲେ ଅନୁଗୋଳ ବାସୀ ।

benny dayal sang song at angul mahotsav

ଅନୁଗୋଳ: ବୁଧବାରଠୁ ଆରମ୍ଭ ହୋଇଯାଇଛି ଅନୁଗୋଳ ଜିଲ୍ଲା ମହୋତ୍ସବ । ହକି ବିଶ୍ୱକପ ଓ ଜିଲ୍ଲା ଗଠନର ୩୦ ବର୍ଷ ପୂର୍ତ୍ତି ଅବସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ମହୋତ୍ସବର ଆୟୋଜନ କରାଯାଇଛି । ଆସନ୍ତା ପାଞ୍ଚ ଦିନ ଧରି ଏହି ଉତ୍ସବ ଜାରି ରହିବ । ବୁଧବାର ପ୍ରଥମ ସନ୍ଧ୍ୟାରେ ମଞ୍ଚରେ ସଙ୍ଗୀତ ପରିବେଶ କରିଥିଲେ ବଲିଉଡର ପ୍ଲେ ବ୍ୟାକ ସିଙ୍ଗର ବେନି ଦୟାଲ । ତାଙ୍କ ପପ ସଙ୍ଗୀତ ସମସ୍ତଙ୍କ ମନ ଛୁଇଁଥିଲା । ପପ ଗୀତର ତାଳେ ତାଳେ ଝୁମି ଉଠିଥିଲେ ଦର୍ଶକ ।

ରାତି ବଢିବା ସାଙ୍ଗକୁ ସେ ଗୋଟିଏ ପରେ ଗୋଟିଏ ହିଟ ଗୀତ ଗାଇ ଦର୍ଶକଙ୍କ ମନୋରଞ୍ଜନ କରୁଥିଲେ । ତାଙ୍କ ସଙ୍ଗୀତ ପରିବେଷଣ ଦୁଲୁକି ଉଠିଥିଲା ପୁରା ମହୋତ୍ସବ ମଞ୍ଚ । ଯାହାକୁ ମନ ଭରି ଉପଭୋଗ କରିଥିଲେ ଅନୁଗୋଳବାସୀ । ଏହା ସହ କମେଡିଆନ ବଣ୍ଟି ଓ ତାଙ୍କ ସହଯୋଗୀଙ୍କ କମେଡି ସମସ୍ତଙ୍କୁ ହସେଇ ହସେଇ ବେଦମ କରିଥିଲା ।

ଅନୁଗୋଳ ଷ୍ଟାଡିୟମ ପଡିଆର ମୁକ୍ତକାଶ ମଞ୍ଚରେ ମହୋତ୍ସବ ଆରମ୍ଭ ହୋଇଥିବା ବେଳେ ମୁଖ୍ୟ ଅତିଥି ଭାବେ ଓଡିଶା ବିଧାନସଭା ଉପବାଚସ୍ପତି ତଥା ଅନୁଗୋଳ ବିଧାୟକ ରଜନୀକାନ୍ତ ସିଂହ ଏଥିରେ ଯୋଗ ଦେଇ ମହୋତ୍ସବର ଉଦଘାଟନ କରିଥିଲେ । ନାନା ଅବ୍ୟବସ୍ଥା ମଧ୍ୟରେ ଆୟୋଜିତ ହୋଇଥିବା ଉଦଘାଟନୀ ଉତ୍ସବର ବିଳମ୍ବରେ ଆରମ୍ଭ ହୋଇଥିଲା ସାଂସ୍କୃତିକ ସନ୍ଧ୍ୟା । ସ୍ଥାନୀୟ କଳାକାର ମାନଙ୍କୁ ନେଇ ପରିବେଷିତ ହୋଇଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ସମସ୍ତ ଲୋକଙ୍କ ମନ ଜିଣି ଥିଲା । ଅନୁଗୋଳ ଜିଲ୍ଲାର କଳା ସଂସ୍କୃତିକୁ ନେଇ ପରିବେଷିତ ହୋଇଥିବା ନୃତ୍ୟ ଥିଲା ସବୁଠାରୁ ଆକର୍ଷଣୀୟ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ-ଜମିଜମା ରେକର୍ଡ କମ୍ପୁଟରୀକରଣରେ ଓଡି଼ଶାର ସଫଳତା: ୧୯ ଜିଲ୍ଲାପାଳଙ୍କୁ ମିଳିବ ଜାତୀୟ ପୁରସ୍କାର

ତେବେ ଆଜି ମହୋତ୍ସବର ଦ୍ଵିତୀୟ ସନ୍ଧ୍ୟା, ଯାହାର ଆକର୍ଷଣୀୟ ସାଜିବ ବୋଲି ଲୋକଙ୍କ ଆଶା ରହିଛି । ଆଜି ବଲିଉଡର ଷ୍ଟାର ସିଙ୍ଗର ଯୋଡି ପଓ୍ବନଦୀପ ଓ ଅରୁଣିତା କାଞ୍ଜିଲାଲ ମହୋତ୍ସବରେ ସାମିଲ ହୋଇ ଗୀତ ପରିବେଷଣ କରିବେ । ଉଭୟଙ୍କୁ ଦେଖିବାକୁ ଆଜି ଅନୁଗୋଳ ଷ୍ଟାଡିୟମ ପଡିଆରେ ଦର୍ଶକଙ୍କ ଭିଡ ଜମିବା ନେଇ ଆଶା କରାଯାଉଛି । ଗତକାଲିର ଭିଡ ଅପେକ୍ଷା ଆଜି ଆହୁରି ଭିଡ ଜମିବ । ଏହି ଦୁଇ ଯୁବ ସିଙ୍ଗରଙ୍କ ଗୀତ ଶୁଣିବାକୁ ସମସ୍ତଙ୍କ ମନରେ ବେଶ ଉତ୍ସାହ ଭରି ରହିଛି । ଏବେ ଅପେକ୍ଷା ଆଜିର ସନ୍ଧ୍ୟାକୁ ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.