ଅନୁଗୋଳରେ ମାତିଛନ୍ତି ଭାଲୁ, 2 ଗୁରୁତର

author img

By

Published : Sep 21, 2021, 1:48 PM IST

ଅନୁଗୋଳରେ ମାତିଛନ୍ତି ଭାଲୁ, 2 ଗୁରୁତର

ଅନୁଗୋଳ ଜିଲ୍ଲାରେ ମାତିଛନ୍ତି ଭାଲୁ । ଭାଲୁ ଆକ୍ରମଣରେ ଜିଲ୍ଲାରେ ୨ ଜଣ ଗୁରୁତର ହୋଇଛନ୍ତି । ଅଧିକ ପଢନ୍ତୁ...

ଅନୁଗୋଳ: ମାତିଛନ୍ତି ଭାଲୁ । ଆଜି(ମଙ୍ଗଳବାର) ଗୋଟିଏ ଦିନରେ ଭାଲୁ ଆକ୍ରମଣରେ ଦୁଇଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଅନୁଗୋଳ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଏଭଳି ଘଟଣା ଘଟୁଥିବା ଦେଖିବାକୁ ମିଳିଛି ।

ଅନୁଗୋଳରେ ମାତିଛନ୍ତି ଭାଲୁ, 2 ଗୁରୁତର

ଜିଲ୍ଲାର କଣିହାଁ ବନାଞ୍ଚଳ ଗୁଣ୍ଡୁରୀନାଳି ଗାଁରେ ଶୌଚ କରିବାକୁ ଯାଇଥିବା ବେଳେ ଭାଲୁ ଆକ୍ରମଣରେ ଜଣେ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଜଣଙ୍କ ହେଲେ ପ୍ରଦେଶୀ ଗୋଚ୍ଛାୟତ। ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ତାଳଚେର ଓ ପରେ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ତାଙ୍କ ମୁହଁରେ ଗଭୀର ଆଘାତ ଲାଗିଥିବା ବେଳେ ଘଟଣା ବନବିଭାଗ ତଦନ୍ତ ଚଳାଇଛି । ସେହିପରି ଅନୁଗୋଳ ବନାଞ୍ଚଳର ଚମ୍ପତି ମୁଣ୍ଡା ଗାଁରେ ଶୌଚ ଯାଇଥିବା ବେଳେ ପଙ୍କଜିନି ନାଏକ ନାମକ ଜଣେ ମହିଳା ଗୁରୁତର ଭାବେ ଆହତ ହୋଇଛନ୍ତି । ତାଙ୍କୁ ମଧ୍ୟ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.