କୋଇଲା ଷ୍ଟକ ୟାର୍ଡକୁ ବିରୋଧ: ମିଳିତ ମହାସଂଘର ରେଳରୋକ

author img

By

Published : Dec 1, 2021, 9:53 PM IST

କୋଇଲା ଷ୍ଟକ ୟାର୍ଡକୁ ବିରୋଧ: ମିଳିତ ମହାସଂଘର ରେଳରୋକ

ଅନୁଗୋଳ ଜିଲ୍ଲା ହଣ୍ଡପା ଠାରେ ଚାଲିଥିବା କୋଇଲା ଷ୍ଟକୟାର୍ଡ ଚାଲୁ ରଖିବା ଦାବିରେ ଆଠମଲ୍ଲିକ ଉପଜିଲ୍ଲାପାଳଙ୍କ ଅଫିସ ଘେରାଉ । ସ୍ଥାନୀୟ ଅଞ୍ଚରେ ପ୍ରଦୂଷଣକୁ ଦୃଷ୍ଟିରେ ରଖି ଏହି ଆନ୍ଦୋଳନ କରାଯାଇଛି । ଅଧିକ ପଢନ୍ତୁ

ଅନୁଗୋଳ: ଜିଲ୍ଲାର ହଣ୍ଡପା ଠାରେ ଚାଲିଥିବା କୋଇଲା ଷ୍ଟକୟାର୍ଡ ଚାଲୁ ରଖିବା ଦାବିରେ ଆଠମଲ୍ଲିକ ଉପଜିଲାପାଳଙ୍କ ଅଫିସ ଘେରାଉ । ମା’ ମାହେଶ୍ବରୀ ବାସ, ଭୂମିହରା ଓ ବେରୋଜଗାରୀ ମିଳିତ ମହାସଂଘ ପକ୍ଷରୁ ହଜାର ହଜାର ଲୋକ ବିକ୍ଷୋଭ ଶୋଭାଯାତ୍ରା କରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ । ମହାସଂଘ ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ହଣ୍ଡପା ଷ୍ଟେସନରେ ରେଳ ବିଭାଗ ତରଫରୁ ଏକ କୋଇଲା ଡିପୋ କରାଯାଇଛି ।

କୋଇଲା ଷ୍ଟକ ୟାର୍ଡକୁ ବିରୋଧ: ମିଳିତ ମହାସଂଘର ରେଳରୋକ

ସେଠାରୁ ରେଳ ଯୋଗେ ଦେଶର ବିଭିନ୍ନ ସ୍ଥାନକୁ କୋଇଲା ପରିବହନ ହେଉଛି । ଏହା ଫଳରେ ଆଖପାଖ ଅଞ୍ଚଳର ଶତାଧିକ ଶ୍ରମିକ କାମଧନ୍ଦା କରି ପରିବାର ପ୍ରତିପୋଷଣ କରିପାରୁଛନ୍ତି । ଆଉ ଦାଦନ ଖଟିବାକୁ ବାହାରକୁ ଯିବାକୁ ପଡୁନି । କୋରୋନା ସମୟରେ ସବୁଆଡେ ହାହାକାର ପଡିଯାଇଥିବା ବେଳେ ଏହି ଡିପୋ ଶ୍ରମିକଙ୍କୁ ରୋଜଗାର ଦେଇଛି । କିନ୍ତୁ, କିଛି ନ୍ୟାସ୍ତସ୍ବାର୍ଥ ଲୋକ ପ୍ରଦୂଷଣ ଆଳ ଦେଖାଇ ଏହାକୁ ବନ୍ଦ କରିବାକୁ ମସୁଧା ଚଳାଇଛନ୍ତି । ଏହା ବନ୍ଦ ହେଲେ ଶତାଧିକ ଶ୍ରମିକ ଭୋକ ଉପାସରେ ରହିବେ । ତେଣୁ, ଯେକୌଣସି ପରିସ୍ଥିତିରେ କୋଇଲା ପରିବହନ ଚାଲୁ ରଖିବାକୁ ମହାସଂଘ ପକ୍ଷରୁ ପ୍ରଶାସନ ନିକଟରେ ଦାବି କରାଯାଇଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.