Cyclone Fear: ଆସୁଛି ବାତ୍ୟା, ଚିନ୍ତାରେ ଅନୁଗୋଳ ଚାଷୀ

author img

By

Published : Dec 3, 2021, 3:17 PM IST

ବାତ୍ୟା ଜଓ୍ବାଦର ପ୍ରଭାବ, ବର୍ଷା ସମ୍ଭାବନା ନେଇ ଚିନ୍ତାରେ ଚାଷୀ

ସମ୍ଭାବ୍ୟ ବାତ୍ୟା ଚାଷୀଙ୍କ ନିଦ ହଜାଇ ଦେଇଛି। କିଭଳି ବିଲରୁ ଖଳା ପର୍ଯ୍ୟନ୍ତ ଧାନ ଆଣିବେ ସେଥିପାଇଁ ଦିନରାତି ଏକ କରିଦେଇଛନ୍ତି ଅନୁଗୋଳ ଚାଷୀ (Anugul farmers) । ଅଧିକ ପଢନ୍ତୁ

ଅନୁଗୋଳ: ବାତ୍ୟା ଜଓ୍ବାଦ (Cyclone Jawad) ଓ ବର୍ଷାକୁ ନେଇ ଚିନ୍ତାରେ ଅନୁଗୋଳ ଜିଲ୍ଲାର ଚାଷୀ । ଚଳିତ ଖରିଫ ଋତୁରେ ବିଳମ୍ବରେ ବର୍ଷା ହେବାରୁ ଧାନ ରୁଆ ମଧ୍ୟ ବିଳମ୍ବରେ ହୋଇଥିଲା । ତେଣୁ ବର୍ତମାନ ଅଧିକାଂଶ ବିଲରେ ଧାନ ପରିପକ୍ୱ ହୋଇନାହିଁ। ଏହାଛଡା ଏବେ ଅମଳ ସମୟରେ ଅଦିନିଆ ବର୍ଷା ଓ ବାତ୍ୟା ନେଇ ଚାଷୀଙ୍କ ଚିନ୍ତା ଦ୍ବିଗୁଣିତ ହୋଇଛି । କାରଣ ଧାନ କାଟିବା ପାଇଁ ଆହୁରି ୮ରୁ ୧୦ଦିନ ଲାଗିବ। କିନ୍ତୁ ବର୍ଷା ଆଶଙ୍କା ଯୋଗୁ ଏବେଠାରୁ ଚାଷୀ ମାନେ ଧାନ କାଟିବା ଆରମ୍ଭ କରିଦେଇଛନ୍ତି । ଫଳରେ ଏଥର ଧାନ ଅମଳ କମିବାର ଆଶଙ୍କା କରାଯାଉଛି ।

ବାତ୍ୟା ଜଓ୍ବାଦର ପ୍ରଭାବ, ବର୍ଷା ସମ୍ଭାବନା ନେଇ ଚିନ୍ତାରେ ଚାଷୀ

ଏହାଛଡା ଅମଳ ଧାନ ଉନ୍ନତ ମାନର ହୋଇ ପାରିବ ନାହିଁ । ତେଣୁ ମଣ୍ଡିରେ ବିକ୍ରି ସମୟରେ ଚାଷୀଙ୍କୁ ଉଚିତ୍‌ ଦର ମିଳି ପାରିବ ନାହିଁ। ପ୍ରଥମତଃ ଚଳିତ ବର୍ଷ ବିଳମ୍ବରେ ଧାନ ରୁଆ ହୋଇଥିଲା । ଚାଷୀ ମାନେ ବହୁ ଖର୍ଚ୍ଚ କରି ପମ୍ପ ଯୋଗେ ପାଣି ମଡ଼ାଇ ଧାନ ରୁଆ କରିଥିଲେ । ଗତ କିଛି ଦିନ ପୂର୍ବେ ଲଗାଣ ବର୍ଷା ହୋଇଥିଲା । ତେଣୁ ବିଲରେ ଧାନ ଗଛ ସବୁ ପାଣି କାଦୁଅରେ ପଡି ରହିଛି । ଆଗକୁ ପୁଣି ବର୍ଷା ଆଶଙ୍କା ରହିଛି।

ଚଳିତ ଖରିଫ ଋତୁରେ ଜିଲ୍ଲାରେ ୮୬ହଜାର ହେକ୍ଟର ଜମିରେ ଧାନ ଚାଷ ପାଇଁ ଲକ୍ଷ୍ୟଧାର୍ଯ୍ୟ କରାଯାଇଥିଲା । କିନ୍ତୁ ବର୍ଷା ଅଭାବରୁ ୭୨ହଜାର ହେକ୍ଟର ଜମିରେ ଧାନ ଚାଷ ହୋଇଥିଲା । ସେଥିମଧ୍ୟରୁ ମାତ୍ର ୬ରୁ ୭ହଜାର ହେକ୍ଟର ଜମିରେ ଧାନ କଟା ଶେଷ ହୋଇଛି। ଏବେ ଆଉ ୨୫ରୁ ୩୦ହଜାର ହେକ୍ଟର ଜମିରେ ଧାନ କଟା ଚାଲିଛି । ଦେଖିବାକୁ ଗଲେ ଆହୁରି ପ୍ରାୟ ୪୦ହଜାର ହେକ୍ଟର ଜମିରେ ଧାନ କଟା ଆରମ୍ଭ ହୋଇ ପାରି ନାହିଁ। ତେଣୁ ବର୍ଷା ହେଲେ ଧାନ ସମ୍ପୂର୍ଣ୍ଣ ନଷ୍ଟ ହେବାର ଆଶଙ୍କା କରୁଛନ୍ତି ଚାଷୀ । ତେବେ କୃଷି ବିଭାଗ ପକ୍ଷରୁ ଚାଷୀ ମାନଙ୍କୁ ସଚେତନ କରିବାକୁ ଆବଶ୍ୟକ ପଦକ୍ଷେପ ନିଆଯାଉଛି। ପ୍ରତି ପଞ୍ଚାୟତରେ ଡ଼ାକବାଜି ଯନ୍ତ୍ର ଯୋଗେ ତୁରନ୍ତ ଧାନ କାଟି ଆଣିବାକୁ ପରାମର୍ଶ ଦିଆଯାଉଛି । ଅନ୍ୟ ପକ୍ଷରେ କିଛି ଚାଷୀ ଧାନ ଖଳାରେ ବ୍ୟବହାର କରିବାକୁ କୃଷି ବିଭାଗ ପାଲ ଯୋଗାଇ ଦେବାକୁ ଦାବି କରିଛନ୍ତି ।



ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.